ପୁଣି ବସିବ ହଣ୍ଡା ,ଗମଗମ୍ ହୋଇ ଫୁଟିବ କ୍ୱିଣ୍ଟାଲ କ୍ୱିଣ୍ଟାଲ ମଟନ

0

Get real time updates directly on you device, subscribe now.

ପୁଣି ବସିବ ହଣ୍ଡା ,ଗମଗମ୍ ହୋଇ ଫୁଟିବ କ୍ୱିଣ୍ଟାଲ କ୍ୱିଣ୍ଟାଲ ମଟନ। ପୁଣି ଲାଗିବ କାଠଚୁଲି ଆଉ ଗମ ଗମ ହୋଇଫୁଟିବ ମଟନ। ପୁଣି ଜମିବ ଗ୍ରାହକଙ୍କ ଭିଡ। ଆଉ ଷ୍ଟୁଲ ଉପରେ ଚକା ମାରି ପ୍ଳେଟ ଉପରେ ପ୍ଳେଟ ବାଢି ଚାଲିବେ କିଶୋର ଭାଇନା। ହଁ ଆପଣ ଠିକ ପଢିଲେ। ବର୍ତ୍ତମାନ ପୁଣିଥରେ କିଶୋର ଭାଇନା ବସି ବାଢିବେ ଖାସୀ।

ଯେଉଁମାନେ କିଶୋର ମଟନକୁ ମିସ କରୁଥିଲେ କିମ୍ବା କିଶୋର ଭାଇନା ଗାଁକୁ ଯିବେ ବୋଲି ଭାବି ମନ ଦୁଃଖ କରୁଥିଲେ। ସେମାନେ ବର୍ତ୍ତମାନ ମନ ଦୁଃଖ କରିବାର ନାହିଁ। କାରଣ ବର୍ତ୍ତମାନ ଏକ ନୂଆ ଖୁସି ଖବର ଶୁଣିବାକୁ ମିଳୁଛି। କାରଣ କିଶୋର ଭାଇନା କୁଆଡେ ଯାଉନାହାନ୍ତି। ତାଙ୍କର ପୂର୍ବ ଦୋକାନ ଯେଉଁଠି ଥିଲା ସେହି ନିକଟରେ ସେ ନିଜର ନୂଆ ଦୋକାନ ଖୋଲିବାକୁ ଯାଉଛନ୍ତି।

ଗତ କିଛିଦିନ ତଳେ ବିଏମସିର କାର୍ଯ୍ୟାନୁଷ୍ଠାନ ପରେ କିଶୋର ଭାଇନାଙ୍କର ହୋଟେଲକୁ ଭାଙ୍ଗି ଦିଆଯାଇଥିଲା। ସୂଚନା ଅନୁସାରେ କିଶୋର ଭାଇନାଙ୍କ ଦୋକାନର ଲାଇସେନ୍ସ ନଥିଲା ଓ ପରିବେଶ ବହୁତ ଅପରିଷ୍କାର ମଧ୍ୟ ଥିଲା। ସେଥିପାଇଁ ତାଙ୍କର ହୋଟେଲକୁ ଭାଙ୍ଗି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ କିଶୋର ଭାଇନା ନିଜର ନୂଆ ଦୋକାନ ଆରମ୍ଭ କରିବାକୁ ଯାଉଛନ୍ତି। ପୂର୍ବରୁ ଯେଉଁ ଅଞ୍ଚଳରେ ତାଙ୍କର ଦୋକାନ ଥିଲା, ସେହି ଆଖପାଖ ଅଞ୍ଚଳରେ ନିଜର ଦୋକାନ ଆରମ୍ଭ କରିବେ। ଆଉ ଲାଇସେନ୍ସ ସହିତ ନିଜର ଦୋଜନକୁ ଆରମ୍ଭ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.