ଟି-୨୦ ବିଶ୍ଵକପ: ‘ଏମିତି ବେକାରିଆ କଥା ଆରମ୍ଭ କରନି…’ କୋହଲୀଙ୍କ ଓପନିଂ ଉପରେ ଗୌତମ ଗମ୍ଭୀରଙ୍କର ଦୁଇ ପଦ …ଜାଣନ୍ତୁ କଣ କଣ କହିଲେ ?

0

Get real time updates directly on you device, subscribe now.

ଟି-୨୦ ବିଶ୍ଵକପ ପୂର୍ବରୁ ଏକ କଥା ଉପରେ ବହୁତ ଚର୍ଚ୍ଚା ହବାରେ ଲାଗିଛିକି କଣ ବିରାଟ କୋହଲିଙ୍କୁ ରୋହିତ ଶର୍ମାଙ୍କ ସହିତ ମିଶି ଓପନିଂ କରିବା ଦରକାର। କିଛିଦିନ ତଳେ ବିରାଟ ଏସିଆ କପରେ ନିଜର ୭୧ତମ ଅନ୍ତରାଷ୍ଟ୍ରୀୟ ଶତକ କରିଛନ୍ତି, ସେତେବେଳେ ସେ ଓପନିଂ କରିବାପାଇଁ ଆସିଥିଲେ। ଏହାପରେ ଏହି ବିଷୟଟି ଆହୁରି ମଜବୁତ ହେବାକୁ ଲାଗିଲା, କିନ୍ତୁ ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବରେ ମନା କରିଦେଇଛନ୍ତି।

ଗୌତମ ଗମ୍ଭୀର ଖୋଲା ଭାବରେ କହିଛନ୍ତିକି ବିରାଟ କୋହଲିଙ୍କ ବ୍ୟାଟିଂ କୁ ନେଇ ଏଭଳି ବେକାର କଥା କହିବା ଉଚିତ ନୁହେଁ, ଯେତେବଳେ ଆପଣଙ୍କ ପାଖରେ କେଏଲ ରାହୁଲ ଏବଂ ରୋହିତ ଶର୍ମା ଟିମରେ ଅଛନ୍ତି , ତାହେଲେ ଆପଣ ବିରାଟ କୋହଲି ଦ୍ୱାରା କେମିତି ଓପନିଂ କରେଇପାରିବେ।

ଷ୍ଟାର ସ୍ପୋର୍ଟସର ଏକ ଶୋରେ ଗୌତମ ଗମ୍ଭୀର କହିଲେ , “ମୁଁ ପ୍ରଥମରୁ ଏହା କହିଥିଲିକି ଏହି ଘଟଣା ଉପରେ କୌଣସି ଯୁକ୍ତି ହବାକଥା ନୁହଁ। ଆପଣଙ୍କୁ ସବୁବେଳେ ନମ୍ୱର ୩ ରେ ଫ୍ଲେକ୍ସିବଲ ହେବା ଦରକାର। କାରଣ ଯଦି ଆପଣଙ୍କ ଓପନର ୧୦ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରୁଛନ୍ତି, ତାହେଲେ ତିନି ନମ୍ୱରରେ ସୂର୍ଯ୍ୟକୁମାର ଯାଦବଙ୍କୁ ପଠେଇବା ଦରକାର। ଯାହା ଫଳରେ ସେ ଆସିବା ମାତ୍ରେ ହିଁ ରନର ବର୍ଷା ହବାକୁ ଲାଗିବ। ଯଦି ଶୀଘ୍ର ୱିକେଟ ପଡିଯାଉଛି, ତାହେଲେ ବିରାଟ କୋହଲିଙ୍କୁ ତିନି ନମ୍ୱରରେ ଆସିବା ଦରକାର।”

ଆପଣଙ୍କୁ କହି ରଖୁଛୁ କି ବିରାଟ କୋହଲି ଆଇପିଏଲ ସମୟରେ କହିଥିଲେକି ସେ ସେଠାରେ ଓପନିଂ କରିବେ ଏବଂ ଇଣ୍ଡିଆ ପାଇଁ ଟି-୨୦ ଖେଳରେ ମଧ୍ୟ ଓପନିଂ କରିବେ। ଯଦିଓ, ଭାରତୀୟ ଦଳ ପାଇଁ ବିରାଟ କୋହଲି ଲଗାତାର ଓପନିଂ କରି ପାରିନାହାଁନ୍ତି, କାରଣ କେ ଏଲ ରାହୁଲ ଓ ରୋହିତ ଶର୍ମାଙ୍କର ଯୋଡ଼ି ବର୍ତ୍ତମାନ ଏହି ଦାୟିତ୍ବକୁ ସମ୍ଭାଳିଛନ୍ତି।

ଗୌତମ ଗମ୍ଭୀରଙ୍କ ଛଡ଼ା ଅଷ୍ଟ୍ରେଲିଆର ପୂର୍ବତନ ଓପନର ମୟିଥ୍ୟୁ ହେଡନ ମଧ୍ୟ କହିଛନ୍ତିକି ବିରାଟ କୋହଲି ପାଇଁ ନମ୍ୱର ୩ ସ୍ଥାନ ସବୁଠାରୁ ଉତ୍ତମ ଅଟେ। କାରଣ ସେ ଷ୍ଟ୍ରାଇକ ରୋଟେଟ କରିପାରନ୍ତି। ପାରିକୁ ସମ୍ଭାଳିବା ହେଉ, ଫାଷ୍ଟ ବୋଲର ହେଉ କିମ୍ବା ସ୍ପିନର ବିରାଟ ସବୁ ଜାଗାରେ ଯୋଗ୍ୟ ଅଟନ୍ତି।

ଭାରତୀୟ ଦଳ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ-ରୋହିତଙ୍କ ଓପନିଂ ଯୋଡ଼ି ବିରାଟ କୋହଲି ନମ୍ୱର-୩ ଏବଂ ସୂର୍ଯ୍ୟକୁମାର ଯାଦବ ନମ୍ବର-୪ ରଣନୀତି ସହିତ ଆଗକୁ ବଢ଼ିଚାଲିଛି। ଯଦିଓ ଟି-୨୦ ବିଶ୍ଵକପ ପୂର୍ବରୁ ହେବାକୁ ଥିବା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ସିରିଜରେ ଭାରତ କଣ କରୁଛି ଏହା ଦେଖିବା ମଧ୍ୟ ଜରୁରୀ, କାରଣ ଏହିଠାରୁ ହିଁ ଟି-୨୦ ବିଶ୍ଵକପର ଆରମ୍ଭ ହେବ।

ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ଏହି ପ୍ରକାରର:-

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ-ଅଧିନାୟକ), ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ(ୱିକେଟକିପର), ଦିନେଶ କାର୍ତ୍ତିକ(ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ଵିନୀ, ଯୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ

ଷ୍ଟାଣ୍ଡବାୟ ଖେଳାଳୀ: ମହମ୍ମଦ ଶାମି, ଶ୍ରେୟସ ଅୟର, ରବି ବିଶ୍ନୋଇ, ଦୀପକ ଚହର

Leave A Reply

Your email address will not be published.