ଦୁଇ ଦୁଇଟି ଅଫେୟର, ତା ପରେ ଦୁଇଥର ବିବାହ ପରେ ମଧ୍ୟ ଏକୁଟିଆ ହୋଇଗଲା ଏହି ଛୋଟ ପିଲାଟି,କିନ୍ତୁ ବର୍ତ୍ତମାନ ସାଉଥର ବହୁତ୍ ବଡ ସୁପରଷ୍ଟାର,ଜାଣନ୍ତୁ ତାଙ୍କ ବିଷୟରେ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଗୋଟିଏ ଛୋଟ ପିଲାର ଫଟୋ ଖୁବ୍ ଭାଇରାଲ ହେଉଛି । ଯିଏକି ଜଣେ ବଡ ସୁପରଷ୍ଟାର ଅଟେ । ସୋସିଆଲ ମିଡିଆରେ ଭାଇରାଲ୍ ଫଟୋରେ ଆପଣଙ୍କୁ ଗୋଟିଏ ଛୋଟ ପିଲା ଦେଖିବାକୁ ମିଳୁଥିବ । ତଳେ ଦିଆଯାଇଥିବା ଫଟୋରେ ଆପଣ ଏକ ପିଲାକୁ ଦେଖି ଚିହ୍ନିପାରୁ ନଥିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ ଏହି ଫଟୋ କମଲ ହାସନଙ୍କର ଅଟେ ।

କମଲ ହାସନ ଦକ୍ଷିଣ ଭାରତୀୟ ସିନେମାର ବଡ ଷ୍ଟାର ଅଟନ୍ତି । ପିଲାଦିନେ ସେ ବହୁତ୍ କ୍ୟୁଟ ଏବଂ ନିରୀହ ଲାଗୁଥିଲେ । ଏହି ଫଟୋକୁ ତାଙ୍କ ଫ୍ୟାନମାନେ ଖୁବ୍ ପସନ୍ଦ କରୁଛନ୍ତି । ଆସନ୍ତୁ ଆପଣଙ୍କୁ କମଲ ହାସନଙ୍କ ବିଷୟରେ ଅନେକଗୁଡ଼ିଏ କଥା କହିବା । ତାଙ୍କ ଫିଲ୍ମ କ୍ୟାରିୟର ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବା ।

67 ବର୍ଷୀୟ କମଲ ହାସନଙ୍କର ତାମିଲନାଡୁର ପରମାକୁଦିରେ ନଭେମ୍ବର 7 ତାରିଖ 1954 ମସିହାରେ ଜନ୍ମ ହୋଇଥିଲା । ସେ ଫିଲ୍ମରେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଦେଇଥିଲେ । କମଲ ତାମିଲ ସିନେମା ବ୍ୟତୀତ ହିନ୍ଦୀ, ତେଲୁଗୁ, କନ୍ନଡ ଠାରୁ ନେଇ ବଙ୍ଗାଳୀ ସିନେମାରେ ମଧ୍ୟ କାମ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କମଲ ଅନେକ ପ୍ରତିଭାର ମାଲିକ ଅଟନ୍ତି । ସେ ଜଣେ ଅଭିନେତା ହେବା ସହିତ ଲେଖକ, ଡାନ୍ସର, ଡାଇରେକ୍ଟର, ପ୍ଲେବ୍ୟାକ ସିଙ୍ଗର, କୋରିୟୋଗ୍ରାଫର, ସ୍କ୍ରିନରାଇଡର ଏବଂ ମେକଅପ ଆର୍ଟିଷ୍ଟ ମଧ୍ୟ ଅଟନ୍ତି । ମାତ୍ର 6 ବର୍ଷ ବୟସରେ ତାଙ୍କୁ ପ୍ରେସିଡେଣ୍ଟ ଗୋଲ୍ଡ ମେଡାଲ, ନେସନାଲ ଆୱାର୍ଡ଼ ଫର୍ ବେଷ୍ଟ ଚାଇଲ୍ଡ ଆକ୍ଟର ଆୱାର୍ଡ଼ ଦ୍ଵାରା ସମ୍ମାନିତ କରାଯାଇଥିଲା ।

କମଲ ନିଜ ଫିଲ୍ମ କ୍ୟାରିୟରରେ ଭଲ ମୁଖ୍ୟ ଅଭିନେତାର ଆରମ୍ଭ 1975 ମସିହାରେ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ଅପୂର୍ବ ରାଙ୍ଗଗାଲ । ଏହି ଫିଲ୍ମରେ ତାଙ୍କ ଅଭିନେତ୍ରୀ ଶ୍ରୀବିଦ୍ୟା ଥିଲେ । ସେତେବେଳେ ଦୁହିଁଙ୍କ ଅଫେୟର ବିଷୟରେ ମଧ୍ୟ ଖବର ଆସିଥିଲା, କିନ୍ତୁ ଶୀଘ୍ର ଦୁହେଁ ଅଲଗା ହୋଇଯାଇଥିଲେ ।

କମଲ ହାସନ୍ ଶ୍ରୀବିଦ୍ୟାଙ୍କ ଠାରୁ ଅଲଗା ହେବାପରେ ପ୍ରସିଦ୍ଧ ଡାନ୍ସର ବାଣୀ ଗଣପତିଙ୍କ ସହ ସମ୍ପର୍କ ବଢାଇଲେ । ଦୁହିଁଙ୍କୁ ଏମିତି ପ୍ରେମ ହେଲା ଯେ 1978 ମସିହାରେ ବିବାହ କରିଥିଲେ । କିନ୍ତୁ ବିବାହର ଏକ ଦଶକ ପରେ ଦୁହେଁ ଅଲଗା ହୋଇଯାଇଥିଲେ । କାରଣ ସେତେବେଳେ କମଲ ହାସନ ଅଭିନେତ୍ରୀ ସାରିକା ଠାକୁରଙ୍କୁ ଭଲପାଇ ବସିଥିଲେ ।

କମଲ ହାସନଙ୍କ ହୃଦୟ ସାରିକାଙ୍କୁ ଭଲ ପାଇବାକୁ ଲାଗିଲା । ଏହି କାରଣରୁ କମଲ ଏବଂ ବାଣୀ ଗଣପତିଙ୍କର 1988 ମସିହାରେ ଛାଡ଼ପତ୍ର ହୋଇଯାଇଥିଲା ଏବଂ ଏହି ବର୍ଷ କମଲ ସାରିକାଙ୍କ ସହ ବିବାହ ମଧ୍ୟ କରିଥିଲେ । ବିବାହର କିଛି ମାସ ପରେ ହିଁ ସାରିକା ବଡ ଝିଅ ଶ୍ରୁତି ହାସନଙ୍କୁ ଜନ୍ମ ଦେଲେ ।

କୁହାଯାଏ ଯେ ସାରିକା ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ । ପରେ ଦମ୍ପତିଙ୍କର ଆଉ ଗୋଟିଏ ଝିଅ ହେଲା, ଯାହାର ନାମ ଅକ୍ଷରା ହାସନ । କମଲଙ୍କ ଦ୍ୱିତୀୟ ବିବାହ ମଧ୍ୟ ଦେଢ଼ ଦଶକ ପରେ ଭାଙ୍ଗିଗଲା । 2004 ମସିହାରେ କମଲ ଏବଂ ସାରିକାଙ୍କର ମଧ୍ୟ ଛାଡ଼ପତ୍ର ହୋଇଯାଇଥିଲା ।

ଦ୍ୱିତୀୟ ବିବାହ ଭାଙ୍ଗିବା ପରେ କମଲ ହାସନଙ୍କ ଜୀବନରେ ଆଉ ଜଣେ ହସିନାଙ୍କ ଏଣ୍ଟ୍ରି ହେଲା । ବର୍ତ୍ତମାନ୍ କମଲଙ୍କୁ ସାଉଥ୍ ଅଭିନେତ୍ରୀ ଗୌତମୀଙ୍କ ସହ ପ୍ରେମ ହୋଇଗଲା । ଦୁହେଁ ବିବାହ କରିନାହାନ୍ତି, କିନ୍ତୁ 13 ବର୍ଷ ପରେ ଲିଭଇନରେ ରହିବାପରେ ଦୁହେଁ ଅଲଗା ହୋଇଗଲେ । ବର୍ତ୍ତମାନ୍ 67 ବର୍ଷ ବୟସରେ କମଲ ନିଜ ଜୀବନରେ ଏକୁଟିଆ ଅଛନ୍ତି ।

Leave A Reply

Your email address will not be published.