ନୀତି ଆୟୋଗ ତରଫରୁ ଆସିଲା ନିଯୁକ୍ତି,ଦରମା ମାସକୁ ୧,୫୦,୦୦୦ ଟଙ୍କା

0

Get real time updates directly on you device, subscribe now.

ଚାକିରି ଖୋଜୁଥିଲେ ଆପଣ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ନୀତି ଆୟୋଗରେ ଭର୍ତ୍ତି ହେବା ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନ ଅନୁସାରେ ଏଠାରେ ସମୁଦାୟ ୨୮ଟି ପଦବୀରେ ଭର୍ତ୍ତି ପାଇଁ ଆବେଦନ ବାହାରିଛି। ଏହି ଭର୍ତ୍ତି ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ www.niti.gov.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୨ ଅକ୍ଟୋବର ୨୦୨୨ ରଖାଯାଇଛି।

ପଦବୀ ବିବରଣୀ : ୨୮

ଏହି ୨୮ଟି ପଦବୀ ମଧ୍ୟରେ ୟଙ୍ଗ ପ୍ରଫେସନାଲ ଏବଂ ୬ କନସଲଟାଣ୍ଟ ପଦବୀ ରହିଛି।

ଜରୁରୀ ତାରିଖ:-

ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମୟରେ ଶେଷ ୧୨ ଅକ୍ଟୋବର ୨୦୨୨ରେ ହେବ।

ଶିକ୍ଷାଗତ ଯୋଗ୍ୟତା:-

ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଏମବିବିଏସ/ଏଲଏଲବି/ ବିଇ/ବିଟେକ ପାସ ହୋଇଥିବା ଜରୁରୀ। ଏହାଛଡା କମ୍ପ୍ୟୁଟରରେ ମଧ୍ୟ ଜ୍ଞାନ ହେବା ଜରୁରୀ। ଯୋଗ୍ୟତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆପଣ ଅଫିସିଆଲ ନୋଟିଫିକେସନକୁ ଚେକ କରିପାରିବେ।

ବୟସର ସୀମା:-

ୟଙ୍ଗ ପ୍ରଫେସନାଲ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କର ବୟସ ସର୍ବାଧିକ ୩୨ ବର୍ଷ ହେବା ଜରୁରୀ ଅଟେ। ସେହିପରି କନସଲଟାଣ୍ଟ ପଦବୀ ପାଇଁ ସର୍ବାଧିକ ବୟସ ୪୫ ବର୍ଷ ହେବା ଜରୁରୀ ଅଟେ।

ଦରମା:-

ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ମାସିକ ୭୦ ହଜାରରୁ /୧,୪୫,୦୦୦ ଟଙ୍କା ଲେଖାଏଁ ମିଳିବ।

ଆବେଦନ କରିବେ କେମିତି:-

– ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ niti.gov.in କୁ ଯାଇ ଆବେଦନ କରିପାରିବେ।

– ଏହାପରେ ହୋମପେଜWork@niti ଟାବରେ କ୍ଲିକ କରନ୍ତୁ।

– ପ୍ରାର୍ଥୀମାନେ ଏଠାରେ ଥିବା advertisement for Young Professional and Consultant Grade-I କ୍ଲିକ କରିବାକୁ ହେବ।

– ତା’ ପରେ ପ୍ରାର୍ଥୀମାନେ ଅନଲାଇନ ଆବେଦନ ଉପରେ କ୍ଲିକ କରି ନିଜର ରେଜିଷ୍ଟ୍ରେସନ କରି ଲଗ ଇନ କରନ୍ତୁ।

– ଏହା ପରେ ଲଗଇନ କରିବା ପରେ ସମସ୍ତ ବିବରଣୀ ଦେଇ ଆପଣ ଫର୍ମକୁ ପୂରଣ କରି ସବମିଟ କରନ୍ତୁ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

https://www.niti.gov.in/sites/default/files/2022-09/DMEO_position_ToR_13092022.pdf

Leave A Reply

Your email address will not be published.