ଭାରତ ବନାମ ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା, ଏହି ଘାତକ ବୋଲର ଦଳରୁ ହେଲେ ବାହାର

0

Get real time updates directly on you device, subscribe now.

ଭାରତ ବନାମ ଅଷ୍ଟ୍ରେଲିଆ ଟି-୨୦ ସିରିଜ:-

ଟି-୨୦ ବିଶ୍ଵକପ ପୂର୍ବରୁ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବାର ଅଛି, କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳର ଏକ ଷ୍ଟାର ଦୃତ ବୋଲର କୋଭିଡ-୧୯ ପଜିଟିବ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାହାରିଯାଇଛନ୍ତି। ଯାହାଫଳରେ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି।

ଏହି ଖେଳାଳୀ ହେଲେ ଦଳରୁ ବାହାର:-

କ୍ରିକବଜର ରିପୋର୍ଟ ଅନୁସାରେ ଭାରତର ଷ୍ଟାର ଦୃତ ବୋଲର ମହମ୍ମଦ ଶାମି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାହାର ହୋଇଯାଇଛନ୍ତି। ମହମ୍ମଦ ଶାମି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଦିନ ଦଳ ମୋହାଲି ପହଞ୍ଚିବା ପୂର୍ବରୁ ଏହି ବିଷୟରେ ସୂଚନା ବିସିସିଆଇ ଓ ଦଳର ପ୍ରବନ୍ଧନ ସମ୍ବନ୍ଧିତ ଅଧିକାରୀଙ୍କ ନିକଟରେ ପହଞ୍ଚିଯାଇଥିଲା। କୁହାଯାଉଛିକି ଅଷ୍ଟ୍ରେଲିଆ ଦଳ ମଧ୍ୟ ପଞ୍ଜାବ ସହର ପହଞ୍ଚି ସାରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ମୋହାଲିରେ ଖେଳାଯିବ।

ଭାରତୀୟ ଦଳକୁ ଲାଗିଲା ଶକ୍ତ ଝଟକା:-

ମହମ୍ମଦ ଶାମିଙ୍କର ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାହାର ହେବା ମାତ୍ରେ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି। ଭାରତ ପାଇଁ ଶାମି ଏକ ବଡ ସେଟବ୍ୟାକ ଅଟନ୍ତି। ମହମ୍ମଦ ଶାମି ଭାରତ ପାଇଁ ଶେଷ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଗତବର୍ଷ ଟି-୨୦ ବିଶ୍ଵକପ ୨୦୨୧ ସମୟରେ ଖେଳିଥିଲେ। ସେବେଠୁ ସେ ଭାରତୀୟ ଦଳକୁ ବାହାରେ ଅଛନ୍ତି। ମହମ୍ମଦ ଶାମି ଭାରତ ପାଇଁ ୧୭ଟି ଟି-୨୦ ମ୍ୟାଚରେ ୧୮ଟି ୱିକେଟ ନିଜ ନାମରେ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବା କଷ୍ଟ ହେବ:-

ଯଦି ମହମ୍ମଦ ଶାମି କରୋନାରୁ ସୁସ୍ଥ ନ ହୁଅନ୍ତି, ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହେବ। ଟି-୨୦ ବିଶ୍ୱକପ ପାଇଁ ଚୟନକର୍ତ୍ତାମାନେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ମହମ୍ମଦ ଶାମିଙ୍କୁ ସ୍ଥାନ ଦେଇଛନ୍ତି। ଯେତେବେଳେ ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲଙ୍କୁ ମୁଖ୍ୟ ଦଳରେ ସୁଯୋଗ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଟି-୨୦ ମ୍ୟାଚ ଯଥାକ୍ରମେ ୨୮ ସେପ୍ଟେମ୍ବର, ୨ ଅକ୍ଟୋବର ଏବଂ ୪ ଅକ୍ଟୋବରରେ ଥିରୁବନନ୍ତପୁରମ, ଗୁଆହାଟି ଏବଂ ଇନ୍ଦୋରରେ ହେବ।

ଧାବନ ହେବେ ଅଧିନାୟକ:-

ଦକ୍ଷିଣଆଫ୍ରିକାକୁ ଭାରତ ବିପକ୍ଷରେ ୬,୯ ଓ ୧୧ ଅକ୍ଟୋବରକୁ ଲକ୍ଷ୍ନୌ, ରାଞ୍ଚି ଓ ଦିଲ୍ଲୀରେ ତିନୋଟି ଦିନକିଆ ମ୍ୟାଚ ଖେଳିବାକୁ ହେବ। ଟି-୨୦ ଦଳର କୌଣସି ଖେଳାଳୀ ଦିନକିଆରେ ଭାଗ ନେବେନାହିଁ। ଶିଖର ଧାବନଙ୍କ ନେତୃତ୍ଵରେ ଗୋଟିଏ ଦଳ ଦକ୍ଷିଣ ଆଫ୍ରିକା ସହିତ ଖେଳିବ।

Leave A Reply

Your email address will not be published.