ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ପଢାଇଲେ ପାଠ,ଆମେରିକା ଝୁମି ଉଠିଲା ଖୁସିରେ !

0

Get real time updates directly on you device, subscribe now.

US praises PM Modi:-

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗତକାଲି ସମରକନ୍ଦରେ ପରସ୍ପରଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ପୁଟିନଙ୍କୁ ଏକ ଶାନ୍ତିର ପାଠ ପଢାଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିଯେ ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ ନୁହେଁ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ବାର୍ତ୍ତାକୁ ନେଇ ଆମେରିକା ବହୁତ ଖୁସି ଅଛି। ହ୍ୱାଇଟ ହାଉସ ତରଫରୁ କୁହାଯାଇଛିଯେ ଋଷର ରାଷ୍ଟ୍ରପତି ପୁଟିନ ଅନ୍ତର୍ଜାତୀୟ ସମ୍ପ୍ରଦାୟରୁ ନିଜକୁ ଅଲଗା କରୁଛନ୍ତି।

ସାଂଘାଇର ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସନ୍ଦେଶ ବିଷୟରେ ପଚରାଯିବାରୁ ସେ ହ୍ୱାଇଟ ହାଉସରେ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ଜନ କିର୍ବି କହିଛନ୍ତିକି ମୁଁ ଭାବୁଛିକି ଆପଣ ଯେଉଁ ଉଜବେକିସ୍ତାନରେ ଭାରତ ଏବଂ ଚୀନ ନେତାଙ୍କର ବାର୍ତ୍ତାକୁ ଶୁଣିଥିଲେ, ସେଥିରୁ ଏହା ସ୍ପଷ୍ଟ ଭାବରେ ସଂକେତ ଆସୁଛିଯେ ୟୁକ୍ରେନରେ ପୁଟିନ ଯାହାବି କିଛି କରୁଛନ୍ତି ସେଥିପାଇଁ କୌଣସି ଦେଶର ତାଙ୍କ ପ୍ରତି ସହାନୁଭୂତି ନାହିଁ।

କିର୍ବି ଆହୁରି ମଧ୍ୟ କହିଛନ୍ତିକି, “ପୁଟିନ ଅନ୍ତର୍ଜାତୀୟ ସମ୍ପ୍ରଦାୟରୁ ନିଜକୁ ଅଲଗା କରି ରଖୁଛନ୍ତି। ଆମେ ବିଶ୍ୱାସ କରୁନାହୁଁଯେ ୟୁକ୍ରେନରେ ଯାହା ବି କିଛି ଘଟୁଛି, ପୂର୍ବ ଭଳି ଋଷ ସହ ବ୍ୟବସାୟ କରିବାର ସମୟ ଆସିଛି।” ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତିଯେ ଉଭୟ ଭାରତ ଓ ଚୀନ ଯାହାବି କିଛି କହିଛନ୍ତି ତାହା ବିଶ୍ୱର ଚିନ୍ତାଧାରାକୁ ମଧ୍ୟ ଆହୁରି ପ୍ରତିଫଳିତ କରୁଛି। ସେ କହିଛନ୍ତିଯେ ୟୁକ୍ରେନ ଉପରେ ଋଷର ଆକ୍ରମଣ ବିଷୟରେ ଆପଣ ଭାରତ ଓ ଚୀନ ଠାରୁ ଯାହାବି କିଛି ଶୁଣୁଛନ୍ତି ତାହା ବିଶ୍ୱର ଚିନ୍ତାଧାରାକୁ ଆହୁରି ଅଧିକ ପ୍ରତିଫଳିତ କରୁଅଛି।

ପୁଟିନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିକି, “ମୁଁ ଜାଣେ ଆଜିର ଯୁଗ ଯୁଦ୍ଧ ନୁହେଁ। ଆମେ ଆପଣଙ୍କ ସହିତ ଫୋନ ମାଧ୍ୟମରେ ଅନେକ ଥର ଏହି ବିଷୟରେ ଆଲୋଚନା ମଧ୍ୟ କରିଛୁ। ଏହା କେବଳ ଗଣତନ୍ତ୍ର, କୂଟନୀତି ଓ କଥାବର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ।” ଏହା ଉପରେ ପୁଟିନ କହିଛନ୍ତିଯେ ୟୁକ୍ରେନ ବିବାଦକୁ ନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଭିମୁଖ୍ୟ ଓ ଚିନ୍ତାଧାରା ବିଷୟରେ ଜାଣିଛନ୍ତି। ସେ କହିଛନ୍ତିକି “ଆମେ ଚାହୁଁକି ଏହା ଅତିଶୀଘ୍ର ସମାପ୍ତ ହୋଇଯାଉ। କିନ୍ତୁ ୟୁକ୍ରେନର ଥିବା ନେତୃତ୍ୱରେ ବୁଝାମଣା ପ୍ରକ୍ରିୟାରେ ଭାଗ ନେବାପାଇଁ ମନା କରିଦେଇଛନ୍ତି। ସେମାନେ ଏହି ଯୁଦ୍ଧକ୍ଷେତ୍ରରେ ସେମାନଙ୍କର ଲକ୍ଷ୍ୟକୁ ହାସଲ କରିବାକୁ ଚେଷ୍ଟା କରୁଛନ୍ତି।”

ଜଣାଇଦେଉଛୁକି ଋଷର ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ମଧ୍ୟ ଭାରତ ପୁଟିନଙ୍କ ନିକଟରୁ ଶସ୍ତା ତେଲ କିଣିବା ଜାରି ରଖିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହି ବିଷୟରେ କହିଛିଯେ ଭାରତର ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.