ରାହୁଲ ଗାନ୍ଧୀ କେତେ ସମ୍ପତ୍ତିର ମାଲିକ ? ତାଙ୍କର କେତୋଟି କାର ଅଛି, କ’ଣ ସବୁ ଶିକ୍ଷାଗତ ଯୋଗ୍ୟତା ରହିଛି,ଆସନ୍ତୁ ଜାଣିବା ………..

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ବାହାରିଛନ୍ତି। ସେ ବର୍ତ୍ତମାନ କନ୍ୟାକୁମାରୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ନିଜର ପଦଯାତ୍ରା ଆରମ୍ଭ କରିବେ। ଏହି ପଦଯାତ୍ରାରେ ସେ ଦୀର୍ଘ ୧୫୦ ଦିନ ଧରି ଚାଲିବେ। ବର୍ତ୍ତମାନ କଂଗ୍ରେସର ଏହିପରି ପଦଯାତ୍ରା କେରଳ ରାଜ୍ୟ ଦେଇ ଧୀରେ ଧୀରେ ଆଗକୁ ବଢ଼ୁଅଛି।

ଅନ୍ୟପଟେ ଏହି ପଦଯାତ୍ରା ସମୟରେ ଭାରତୀୟ ଜନତା ପାର୍ଟି କେତେବେଳେ ରାହୁଲ ଗାନ୍ଧୀଙ୍କର ଟି-ସାର୍ଟ ଓ ଜୋତାର ଦାମକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲା। ଆହୁରି ଏହି ପଦଯାତ୍ରାରେ ଶିଶୁମାନେ ମଧ୍ୟ ସାମିଲ ହେବେ ବୋଲି ଏକ ନୋଟିସ ମଧ୍ୟ ଜାରି କରାଯାଇଛି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବକି ରାହୁଲ ଗାନ୍ଧୀ କେତେ ସମ୍ପତ୍ତିର ମାଲିକ ଅଟନ୍ତି ଓ ତାଙ୍କ ପାଖରେ କେତୋଟି କାର ଅଛି ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ ଅଟେ। ଆସନ୍ତୁ ଏହିସବୁ ବିଷୟରେ ଜାଣିବା।

କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କର ଜନ୍ମ ଜୁନ ୧୯ ତାରିଖ ୧୯୭୦ ମସିହାରେ ହୋଇଥିଲା। ତାଙ୍କର ମା’ଙ୍କ ନାମ ସୋନିଆ ଗାନ୍ଧୀ ଓ ପିତାଙ୍କ ନାମ ରାଜୀବ ଗାନ୍ଧୀ ଅଟେ। ରାହୁଲ ଗାନ୍ଧୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କର ନାତି ଅଟନ୍ତି।

ଶିକ୍ଷାଗତ ଯୋଗ୍ୟତା:-

ରାହୁଲ ଗାନ୍ଧୀ ୧୯୮୯ ମସିହାରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ସ୍ନାତକୋତ୍ତରର ପ୍ରଥମ ବର୍ଷରେ ଆଡମିଶନ ହେବା ପରେ ରାହୁଲ ଗାନ୍ଧୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ। ବାପା ରାଜୀବ ଗାନ୍ଧୀଙ୍କର ମୃତ୍ୟୁ ହେବା ପରେ ରାହୁଲ ଗାନ୍ଧୀଙ୍କର ସୁରକ୍ଷା ଦୃଷ୍ଟିରୁ ଫ୍ଲୋରିଡାର ରୋଲିନ୍ସ କଲେଜକୁ ସ୍ଥାନାନ୍ତର ହୋଇଥିଲେ।

ଏଠାରେ ରାହୁଲ ତାଙ୍କର ନାମ ଓ ପରିଚୟ ଲୁଚାଇ ଶିକ୍ଷା ଗ୍ରହଣ କରୁଥିଲେ। କେବଳ କଲେଜର ପ୍ରଶାସନ ଓ ସୁରକ୍ଷା ଏଜେନ୍ସି ଏହି ବିଷୟରେ ଜାଣିଥିଲେ। ଏଠାରେ ରାହୁଲ ବିଶିଂଙ୍କ ନାମରେ ସେ ଅଧ୍ୟୟନ କରିଥିଲେ। ତା ପରେ ୧୯୯୫ ମସିହାରେ ରାହୁଲ ଗାନ୍ଧୀ କେମ୍ବ୍ରିଜ୍ର ଟ୍ରିନିଟି କଲେଜରୁ ଏମ ଫିଲ ଡିଗ୍ରୀ ହାସଲ କରିଥିଲେ।

ବହୁତ କମ ଲୋକ ଏହି ବିଷୟରେ ଜାଣିଥିବେକି ରାହୁଲ ଗାନ୍ଧୀ ଜାପାନର ମାର୍ଶଲ ଆର୍ଟ ‘ଆଇକିଡୋ’ ରେ ନିଜର ତାଲିମ ନେଇଛନ୍ତି। ଆଇକିଡୋରେ ଏହିପରି ମାର୍ଶଲ ଆର୍ଟରେ ଜଣେ ବ୍ୟକ୍ତିଙ୍କୁ କୌଣସି ପ୍ରକାର ଅସ୍ତ୍ର ଶସ୍ତ୍ର ବିନା ପ୍ରତିପକ୍ଷକୁ ପରାସ୍ତ କରିବାର କଳା ବିଷୟରେ ଶିକ୍ଷା ଦିଆଯାଏ। ୫୦ ବର୍ଷ ବୟସ ଅତିକ୍ରମ କରି ସାରିଥିବା ରାହୁଲ ଗାନ୍ଧୀ ସେଥିପାଇଁ ବହୁତ ଫିଟ ଦେଖାଯାଆନ୍ତି। ସେ ପ୍ରତ୍ୟେକ ଦିନ ସକାଳେ ସାଇକେଲ ଚଳାନ୍ତି। ଏହା ବ୍ୟତୀତ ସେ ପହଁରିବା ଓ ଡାଇଭିଂକୁ ମଧ୍ୟ ବହୁତ ପସନ୍ଦ କରନ୍ତି। ରାହୁଲ ପ୍ରତ୍ୟେକ ଦିନ କିଛି ସମୟ ଜିମରେ ବିତାଇ ଏହାର ଅଭ୍ୟାସ କରନ୍ତି।

ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି:-

୨୦୧୯ ମସିହା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରେ କୁହାଯାଇଛିଯେ ତାଙ୍କ ପାଖରେ ମୋଟ ୧୫ କୋଟି ୮୮ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି। ଏହା ବ୍ୟତୀତ ତାଙ୍କ ଉପରେ ୭୨ ଲକ୍ଷ ଟଙ୍କାର ଋଣର ବୋଝ ମଧ୍ୟ ରହିଛି। ଏହି ଆଫିଡେଭିଟ ଅନୁସାରେ ଆଜି ଆମେ ଆପଣମାନଙ୍କୁ ରାହୁଲ ଗାନ୍ଧୀଙ୍କର ସମ୍ପତ୍ତି ବିଷୟରେ ସୂଚନା ଦେବାପାଇଁ ଯାଉଛୁ।

ରାହୁଲ ଗାନ୍ଧୀଙ୍କ ପାଖରେ ୧୫ କୋଟିରୁ ଅଧିକ ସମ୍ପତ୍ତି ରହିଛି:-

୨୦୧୯ ମସିହାର ଆଫିଡେଭିଟ ଅନୁସାରେ, ରାହୁଲ ଗାନ୍ଧୀଙ୍କ ନିକଟରେ ୧୫ କୋଟି ୮୮ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ୨୦୧୪ ମସିହାରେ ତାଙ୍କର ସମ୍ପତ୍ତି ମୋଟ ୯.୪ କୋଟି ହୋଇଯାଇଥିଲା।

ରାହୁଲଙ୍କ ଉପରେ ସମୁଦାୟ ୭୨ ଲକ୍ଷ ଟଙ୍କାର ଋଣ ବୋଝ ଅଛି। ଏହା ବ୍ୟତୀତ ତାଙ୍କର ନିଜସ୍ୱ କାର ମଧ୍ୟ ନାହିଁ। ରାହୁଲ ଗାନ୍ଧୀଙ୍କର ସମୁଦାୟ ସ୍ଥାବର ସମ୍ପତ୍ତି ହେଉଛି ୫ କୋଟି ୮୦ ଲକ୍ଷ ୫୮ ହଜାର ୭୯୯ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ହେଉଛି ୧୦ କୋଟି ୮ ଲକ୍ଷ ୧୮ ହଜାର ୨୮୪ ଟଙ୍କା ଅଟେ।

ରାହୁଲ ଗାନ୍ଧୀଙ୍କ ନିକଟରେ ୪୦ ହଜାର ଟଙ୍କା ନଗଦ ଅଛି। ଏହା ସହିତ ତାଙ୍କର ଭିନ୍ନ ଭିନ୍ନ ବ୍ୟାଙ୍କରେ ସେ ୧୭ ଲକ୍ଷ ୯୩ ​​ହଜାର ଟଙ୍କା ଜମା ରହିଛି। ସେ ବଣ୍ଡରେ ୫ କୋଟି ୧୯ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି, ମ୍ୟୁଚୁଆଲ ଫଣ୍ଡରେ ମଧ୍ୟ ସେ ନିବେଶ କରିଛନ୍ତି।

ଦିଲ୍ଲୀର ସୁଲତାନପୁର ଗ୍ରାମରେ ଚାଷ ଜମିରେ ମଧ୍ୟ ରାହୁଲ ଗାନ୍ଧୀଙ୍କର ଭାଗ ରହିଛି। ଏହା ସହିତ ତାଙ୍କ ପାଖରେ ୩୩୩.୩ ଗ୍ରାମର ସୁନା ମଧ୍ୟ ଅଛି। ୨୦୧୭-୧୮ମସିହାରେ ତାଙ୍କର ମୋଟ ଆୟ ଥିଲା ୧ କୋଟି ୧୧ ଲକ୍ଷ ୮୫ ହଜାର ୫୭୦ ଟଙ୍କା।

ରାହୁଲ ଗାନ୍ଧୀଙ୍କ ଆୟର ଉତ୍ସ:-

ସାଂସଦ ଭାବରେ ଦରମା, ରୟାଲଟି ଆୟ, ଭଡ଼ା ଆୟ, ବଣ୍ଡରୁ ଅବେକ ପ୍ରକାର ସୁଧ, ମ୍ୟୁଚୁଆଲ ଫଣ୍ଡରୁ ଡିଭିଡେଣ୍ଡ ଓ ପୁଞ୍ଜିର ଲାଭ ଇତ୍ୟାଦି ହେଉଛି ତାଙ୍କର ଆୟର ଉତ୍ସ।

Leave A Reply

Your email address will not be published.