ସ୍ପେସରୁ ନେଇ ତୃତୀୟ ବିଶ୍ଵଯୁଦ୍ଧ ପର୍ଯ୍ୟନ୍ତ….. ୨୦୨୩ ପାଇଁ ନାସ୍ତ୍ରେଦମସ କରିଛନ୍ତି ଏହି ଟପ ୫ ଭବିଷ୍ୟବାଣୀ,ଜାଣନ୍ତୁ କଣ କଣ ?

0

Get real time updates directly on you device, subscribe now.

ଦୁନିଆରେ ଭବିଷ୍ୟବାଣୀ କଥା କହିଲେ ଫ୍ରାନ୍ସର ଭବିଷ୍ୟବକ୍ତା ନାସ୍ତ୍ରେଦମସଙ୍କ ଅନେକ ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହୁଏ। ନାସ୍ତ୍ରେଦମସର ୧୫୬୬ ମସିହାରେ ନିଜର ମୃତ୍ୟୁ ପୂର୍ବରୁ ୬,୩୩୮ ଭବିଷ୍ୟବାଣୀକୁ ଲେଖିଥିଲେ, ଯେଉଁଥିରେ ଆମ ଦୁନିଆର କେବେ ଅନ୍ତ ହେବ ଓ କେମିତି ହେବ, ସେହି ବିଷୟରେ କହିଥିଲେ। ଅନେକ ଲୋକଙ୍କର କହିବା କଥାକି ନାସ୍ତ୍ରେଦମସର କ୍ରାନ୍ତିରୁ ନେଇ ଯୁଦ୍ଧ ପର୍ଯ୍ୟନ୍ତ ଆମ ଦୁନିଆର ରୂପରେଖ ନିର୍ଦ୍ଧାରିତ କରିଥିବା ଭବିଷ୍ୟବାଣୀ କରିଛନ୍ତି। ନାସ୍ତ୍ରେଦମସରେ ବିଶ୍ଵାସ କରୁଥିବା ଲୋକଙ୍କର କହିବା କଥାକି ଦ୍ଵିତୀୟ ବିଶ୍ଵଯୁଦ୍ଧ ଓ ଆମେରିକାରେ ବିଶ୍ଵ ଟ୍ରେଡ ସେଣ୍ଟରର ଆତଙ୍କ ଆକ୍ରମଣ ଓ କରୋନା ବିଷୟରେ ସେ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ। ୨୦୨୩ ମସିହାରେ ନାସ୍ତ୍ରେଦମସର ଅନେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ଆସନ୍ତୁ ଜାଣିବା ସେହି ବିଷୟରେ।

ତୃତୀୟ ବିଶ୍ଵଯୁଦ୍ଧ:-

ନାସ୍ତ୍ରେଦମସର ନିଜର ଭବିଷ୍ୟବାଣୀକୁ କିଛି ଏହିପରି ଲେଖିଥିଲେ,’ ସାତ ମାସ ଯୁଦ୍ଧ। ଅନେକ ଲୋକ ଏହାକୁ ବିଶ୍ଵଯୁଦ୍ଧ ବୋଲି ମାନନ୍ତି। ଲୋକଙ୍କର କହିବା ଅନୁସାରେ ଋଷ ଓ ୟୁକ୍ରେନର ଯୁଦ୍ଧ ତୃତୀୟ ବିଶ୍ଵଯୁଦ୍ଧରେ ପରିବର୍ତ୍ତନ ହୋଇଯିବ। ଅନେକ ଲୋକ ଏହାକୁ ଚୀନ ଓ ତାଇୱାନ ମଧ୍ୟରେ ହୋଇଥିବା ସଂଘର୍ଷକୁ ଯୋଡି ଦେଖୁଛନ୍ତି। ତାଙ୍କର କହିବା ଅନୁସାରେ ତାଇବାନକୁ ରକ୍ଷା କରିବା ପାଇଁ ଆମେରିକା ଆସିବ, ଯାହା ଏକ ବଡ ଯୁଦ୍ଧରେ ପରିଣତ ହେବ।

ମଙ୍ଗଳ ଗ୍ରହ ଉପରେ ଅନ୍ତରିକ୍ଷ ଯାତ୍ରୀ:-

ମଙ୍ଗଳ ଗ୍ରହ ବିଷୟରେ ନାସ୍ତ୍ରେଦମସ ପୂର୍ବାନୁମାନ କରିଛନ୍ତି। ନାସ୍ତ୍ରେଦମସ ଲେଖିଛନ୍ତି – ମଙ୍ଗଳ ଗ୍ରହରେ ଆଲୋକ ପଡୁଛି। ଅନେକ ଲୋକ ବିଶ୍ଵାସ କରନ୍ତି ଯେ ଲାଲ ଗ୍ରହରେ ମନୁଷ୍ୟର ଆଗମନ ବିଷୟରେ ନାସ୍ତ୍ରେଦମସ ଭବିଷ୍ୟବାଣୀ କରିଛନ୍ତି। ଏଥିସହିତ, ଅନେକ ଲୋକ ବିଶ୍ଵାସ କରନ୍ତିଯେ ମଙ୍ଗଳ ଗ୍ରହକୁ ମଣିଷ ଆଣିବା ସହ ମିଶନରେ ଏହି ବର୍ଷ ଏକ ବଡ ସଫଳତା ହାସଲ କରାଯାଇପାରିବ। ସ୍ପେସ ଏକ୍ସ ସିଇଓ ଏଲନ ମସ୍କ ମଙ୍ଗଳ ଗ୍ରହରେ ମାନବ କଲୋନୀ ପ୍ରତିଷ୍ଠା ବିଷୟରେ କହିଛନ୍ତି। ସେ ୨୦୨୯ ସୁଦ୍ଧା ମଙ୍ଗଳ ଗ୍ରହକୁ ମଣିଷ ପଠାଇବାକୁ ଚାହୁଁଛନ୍ତି। ଏପରି ପରିସ୍ଥିତିରେ, ଏହା ହୋଇପାରେ ଯେ ୨୦୨୩ ମସିହାରେ ମଙ୍ଗଳ ସମ୍ବନ୍ଧୀୟ ଏକ ମିଶନ ଏଲନ ମସ୍କଙ୍କ ମନରେ ଅଛି |

ନୂଆ ପୋପଙ୍କର ଭବିଷ୍ୟବାଣୀ:-

ପୋପଙ୍କ ପରିବର୍ତ୍ତନ ମଧ୍ୟ ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ମଧ୍ୟ ଏକ ଅଟେ। ଯଦି ଏମିତି ହୁଏ ତେବେ ପୋପ ଫ୍ରାଂସିସଙ୍କ ସ୍ଥାନରେ ଆଉ କେହି ଆସିଯିବ। ନାସ୍ତ୍ରେଦମସ ଅନୁସାରେ ପୋପ ଫ୍ରାନସିସ ଶେଷ ସତ ପୋପ ହେବ। ତାଙ୍କ ସ୍ଥାନ ଯିଏବି ନେବ ସେ ଏକ ସ୍କେଣ୍ଡେଲଙ୍କୁ ଜନ୍ମ ଦେବେ।

ଆକାଶର ନିଆଁ:-

ନାସ୍ତ୍ରେଦମସ ଲେଖିଲେକି ସାହି ଭବନ ଉପରେ ଆକାଶର ନିଆଁ। ଅନେକ ଲୋକ ଏହାର ବ୍ୟାଖ୍ୟା ନୂଆ ସଭ୍ୟତାର ଉଦୟ ସହିତ କରିଛନ୍ତି। ଅନେକ ଲୋକ ଏହି ଦୁନିଆ ଶେଷ ହେବା ତୋ ଆଉ କେହି ଏହାର ବ୍ୟାଖ୍ୟା ଦୁନିଆର ଏକ ଆଇନ ସହିତ କରିଛନ୍ତି।

ଦୁଇ ମହାନ ଶକ୍ତି ଆସିବ ଏକ ସାଥିରେ:-

ନାସ୍ତ୍ରେଦମସ ଏକ ହୃଦୟସ୍ପର୍ଶୀ ଉପାୟରେ ଦୁଇଟି ମହାନ ଶକ୍ତିଙ୍କ ଏକ ସାଥିରେ ନୂଆ ଗଠବନ୍ଧନ ହେବା କଥା କହିଲେ। ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀରେ ଏହି ଗଠବନ୍ଧନ ଏକ ମଜବୁତ ମଣିଷ ଓ ଏକ କମଜୋର ପୁରୁଷ କିମ୍ବା ମହିଳା ନେତା ମଧ୍ୟରେ ହେବ। ସେ ଆହୁରି ମଧ୍ୟ କହିଥିଲେକି ଏହାର ପ୍ରଭାବ ଭଲ ହେବ କିନ୍ତୁ ବେଶୀଦିନ ତିଷ୍ଠି ପାରିବ ନାହିଁ।

Leave A Reply

Your email address will not be published.