ଖୁସି ଖବର : ଭାରତରେ ସବୁଦିନ ପାଇଁ କମ ହୋଇଯିବ ଲାପଟପ-ମୋବାଇଲର ମୂଲ୍ୟ,ଜାଣନ୍ତୁ କାହିଁକି ?

0

Get real time updates directly on you device, subscribe now.

ଭାରତରେ ଏକ ଭଲ ଲାପଟପ ଆଣିବାକୁ ଗଲେ ତାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହୋଇଥାଏ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବାକି ଏହି ଲାପଟପ ଅଧିକରୁ କମ ମୂଲ୍ୟରେ ଆପଣଙ୍କୁ ମିଳିବ? କେବଳ ଲାପଟପ ନୁହେଁ ବରଂ ମୋବାଇଲ ଓ ଟ୍ୟାବଲେଟ ପରି ଜିନିଷର ମୂଲ୍ୟ ମଧ୍ୟ କମ ହୋଇଯିବ। ଏହି ସବୁ ଜିନିଷ ଅନିଲ ଅଗ୍ରୱାଲଙ୍କ ଦେଖରଖରେ ଡାୟଭର୍ସିଫାଏଡ ମେଟାଲ କମ୍ପାନୀ ବେଦାନ୍ତ ଲିମିଟେଡ ଦ୍ଵାରା ହୋଇପାରିବ।

ଭାରତରେ ଲାଗିବ ପ୍ରଥମ ସେମିକଣ୍ଡକ୍ଟର ସଯନ୍ତ୍ର:-

ବେଦାନ୍ତ ଓ ଫକ୍ସକନ ନିକଟରେ ଗୁଜୁରାଟ ସରକାର ସହନୀତ ଏକ ଏମଓୟୁ ସାଇନ କରିଥିଲା। ଏହି ଏମଓୟୁର ସମ୍ବନ୍ଧ ଭାରତରେ ଏକ ସେମିକଣ୍ଡକ୍ଟର ଓ ଡିସପ୍ଳେ ଏଫଏବି ମେନ୍ୟୁଫେକଚରିଂ ଫେସିଲିଟିର ନିର୍ମାଣ କରିବ। ଏହି ଏମଓୟୁ ଯେମିତି ସାଇନ ହେଲା ସେମିତି ବେଦାନ୍ତର ସେୟାର ମଧ୍ୟ ବଢିଗଲା। ଯାହାଫଳରେ ବେଦାନ୍ତାର ମାର୍କେଟ କ୍ୟାପ ୧,୧୫,୨୩୩.୧୦ କୋଟି ଟଙ୍କା ହୋଇଯାଇଛି।

ଗୁଜୁରାଟରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ସଯନ୍ତ୍ର ଲଗାଇବାରେ ବେଦାନ୍ତ ଓ ତାଇବାନର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଫକ୍ସକନ ୧.୫୪ ଲକ୍ଷ କୋଟି ଟଙ୍କାର ନିବେଶ କରିବ। ଏହି କାରଣରୁ ଏକ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଡିସପ୍ଳେ ଏଫଏବି ବିନିର୍ମାଣ ଇକାଇ, ସେମିକଣ୍ଡକ୍ଟର ଟେଷ୍ଟିଙ୍ଗ ଇକାଇ ନିଜର ଉତ୍ପାଦନ ଚାଲୁ କରିଦେବ। ଏହାକୁ ଅହମ୍ମଦାବାଦ ଜିଲ୍ଲାରେ ୧୦୦୦ ଏକର ଅଞ୍ଚଳରେ ଲଗାଯିବ। ଏଥିରେ ବେଦାନ୍ତ-ଫକ୍ସକନର ୬୦ ଓ ୪୦ ପ୍ରତିଶତର ଭାଗ ରହିବ।

କମ ହୋଇଯିବ ଲାପଟପ-ମୋବାଇଲର ମୂଲ୍ୟ:-

ବେଦାନ୍ତର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତିଯେ ଦେଶର ଏହି ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ ଲାପଟପ ଏବଂ ଟ୍ୟାବଲେଟର ମୂଲ୍ୟ ହ୍ରାସ କରିବ। ସ୍ଥାନୀୟ ଚିପ୍ସ ଉତ୍ପାଦନ ଯୋଗୁଁ ୧ ଲକ୍ଷ ଟଙ୍କା ମୂଲ୍ୟର ଲାପଟପ ୪୦୦୦୦ କିମ୍ବା ତା’ଠାରୁ କମ ମୂଲ୍ୟରେ ମିଳିପାରିବ। ଭାରତର ବର୍ତ୍ତମାନ ନିଜର ସିଲିକନ ଭ୍ୟାଲି ରହିବ। ଆମର ଡିଜିଟାଲ ଆବଶ୍ୟକତା ପୂରଣ ବ୍ୟତୀତ ଆମେ ଅନ୍ୟ ଦେଶକୁ ରପ୍ତାନି କରିବୁ।

ସେମିକଣ୍ଡକ୍ଟର କିମ୍ବା ମାଇକ୍ରୋଚିପ ହେଉଛି ଡିଜିଟାଲ ଉପକରଣଗୁଡ଼ିକର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା କାରଠାରୁ ଆରମ୍ଭ କରି ମୋବାଇଲ ଫୋନ ଏବଂ ଏଟିଏମ କାର୍ଡ ପର୍ଯ୍ୟନ୍ତ ସବୁ ସ୍ଥାନରେ ବ୍ୟବହୃତ ହୁଏ। ୨୦୨୧ ମସିହାରେ ଭାରତୀୟ ସେମିକଣ୍ଡକ୍ଟର ବଜାରର ମୂଲ୍ୟ ୨୭.୨ ବିଲିୟନ ଡ଼ଲାର ଥିଲା। ୨୦୨୬ ସୁଦ୍ଧା ଏହା ୬୪ ବିଲିୟନ ଡ଼ଲାରରେ ପହଞ୍ଚିପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହି ପରିସଂଖ୍ୟାନରେ କୌଣସି ଚିପ ପ୍ରସ୍ତୁତ ହୋଇନାହିଁ। ଗତବର୍ଷ ସେମିକଣ୍ଡକ୍ଟରଗୁଡ଼ିକର ବିଶ୍ୱ ଅଭାବ ହେତୁ ଆମକୁ ତାଇୱାନ ଏବଂ ଚୀନ ଭଳି ଦେଶରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡିଲା। ଯାହା ଫଳରେ ଡିଜିଟାଲ ଉପକରଣଗୁଡ଼ିକର ମୂଲ୍ୟରେ ବୃଦ୍ଧି ଘଟାଇଲା।

ଅର୍ଥବ୍ୟବସ୍ଥା ଓ ରୋଜଗାରକୁ ମିଳିବ ପ୍ରତ୍ସାହୋନ:-

କିନ୍ତୁ ବର୍ତ୍ତମାନ ଭାରତରେ ସେମାନଙ୍କ ଉତ୍ପାଦନରୁ ଦେଶ ବହୁତ ଲାଭବାନ ହେବ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଏମଓୟୁକୁ ପ୍ରଶଂସା କରିଛନ୍ତି। ଏହା ଦେଶର ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ରୋଜଗାର ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଅନ୍ୟ ଦେଶ (ତାଇୱାନ, ଚୀନ ଜାପାନ)ରୁ ବାର୍ଷିକ ୧.୯୦ ଲକ୍ଷ କୋଟି ମୂଲ୍ୟର ସେମିକଣ୍ଡକ୍ଟର ଆମଦାନୀ କରିଥାଏ। କିନ୍ତୁ ବର୍ତ୍ତମାନ ଏହି ସବୁ ପରିବର୍ତ୍ତନ ହେବ।

କେବଳ ବେଦାନ୍ତର ନୁହେଁ ବରଂ ଦୁବାଇର ଅନେକ କମ୍ପାନୀ ନେକ୍ସ୍ଟ ଅର୍ବିଟ ଓ ଇଜ୍ରାଏଲର ପ୍ରାଦ୍ୟୋଗିକ କମ୍ପାନୀ ଟାୱାର ସେମିକଣ୍ଡକ୍ଟରର ଏକ ସଂଘ ମଧ୍ୟ କର୍ଣ୍ଣାଟକ ସରକାର ସଂଘ ମଇସୁରରେ ଏକ ସଯନ୍ତ୍ର ଲଗାଇବା ପାଇଁ ଚୁକ୍ତି କରିଛନ୍ତି। ଅନ୍ୟପଟେ ସିଙ୍ଗାପୁରର ଆଇଜିଏସଏସ ବେଞ୍ଚର ମଧ୍ୟ ନିଜର ସେମିକଣ୍ଡକ୍ଟର ଇକାଇକୁ ତାମିଲନାଡୁରେ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.