୪୩ ମାସ ପର୍ଯ୍ୟନ୍ତ ଭାରତୀୟ ଦଳରୁ ବାହାରେ ଥିଲେ ଏହି ଖେଳାଳି, ଆଇପିଏଲ ଠାରୁ ଆରମ୍ଭ କରି ଇଂଲଣ୍ଡ ସିରିଜ ପର୍ଯ୍ୟନ୍ତ ମିଳିଲାନି ସୁଯୋଗ,କିନ୍ତୁ ଏବେ ମିଳିଲା ସୁଯୋଗ

0

Get real time updates directly on you device, subscribe now.

ଭାଗ୍ୟ କେତେବେଳେ କେଉଁଠି ରଖିବ କୁହାଯାଇ ନପାରେ|ଖେଳ ମାମଲାରେ ଋହା କହିବା ଆହୁରି କଷ୍ଟକର|କେତେବେଳେ କେଉଁ ଖେଳାଳୀର ଭାଗ୍ୟ ବଦଳିଯିବ କୁହାଯାଇ ନପାରେ|ସାଧାରଣତଃ ଖେଳାଳିଙ୍କ ପ୍ରଦର୍ଶନ ତାଙ୍କ ଭାଗ୍ୟ ଉପରେ ନିର୍ଭରଶୀଳ କିନ୍ତୁ ବେଳେ ବେଳେ ଭଲ ଓ ଖରାପ ପ୍ରଦର୍ଶନ ପରେ ଯେଉଁ ନିଷ୍ପତ୍ତି ହୋଇଥାଏ ତାହା ଆଶ୍ଚର୍ଯ୍ୟଜନକ|ଏହାର ଜ୍ୱଳନ୍ତ ଉଦାହରଣ ଭାରତୀୟ ଦଳର ଅନୁଭବ ବୋଲର ଉମେଶ ଯାଦବ ,ଯାହାକୁ ୪୩ ମାସ ପରେ ଟି-୨୦ ଦଳରେ ଜାଗା ମିଳିଛି|

ଅକ୍ଟୋବରରେ ୩୫ ହେଵାକୁ ଯାଉଥିବା ଉମେଶ ଯାଦବ ପୂର୍ବ ମାସରେ ଏଭଳି ପ୍ରଦର୍ଶନ କରିଛନ୍ତି ଯେ ତାଙ୍କ ଭାଗ୍ୟ ବଦଳିଛି|ସେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦ ସେପ୍ଟେମ୍ବରରୁ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ ପାଇଁ ଦଳରେ ସ୍ଥାନ ପାଇଛନ୍ତି|ତାଙ୍କୁ ଏହି ସୁଯୋଗ ମିଳିଲା ତାଙ୍କ ସାଥି ବୋଲର ମହମ୍ମଦ ସାମୀ ଯିଏ କରୋନା ସଂକ୍ରମିତ ଯୋଗୁଁ ସିରିଜରୁ ବାହାର ହୋଇଛନ୍ତି|

ନିଜେ ସାମୀଙ୍କ ଭାଗ୍ୟ ମଧ୍ୟ ଅଲଗା ଅଲଗା ଖେଳ ଖେଳୁଛି|ପୂର୍ବବର୍ଷ ଟି-୨୦ ବିଶ୍ୱକପ ପରେ ତାଙ୍କୁ ଏହି ଫର୍ମାଟରେ ଭାରତୀୟ ଦଳରୁ ବାହାର କରି ଦିଆଯାଇଥିଲା କିନ୍ତୁ ଏବେ ବିଶ୍ୱକପ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲେ|ଏବେ କରୋନା ମଝିରେ ଅଟକାଇଲା|ଉମେଶ କିଛି ବର୍ଷ ଧରି କେବଳ ଭାରତୀୟ ଦଳର ଟେଷ୍ଟ କ୍ରିକେଟର ଅଂଶ ଅଟନ୍ତି|ସେଥିରେ ବି ନିରନ୍ତର ସୁଯୋଗ ମିଳେନାହିଁ|ତାଙ୍କ ପ୍ରତ୍ୟାବର୍ତ୍ତନ ଆଶ୍ଚର୍ଯ୍ୟ କରିଛି|

ସେ ଭାରତ ପାଇଁ ଧଳାବଲରେ ଶେଷ ମ୍ୟାଚ ଫେବୃଆରୀ ୨୦୧୯ ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି-୨୦ ସିରିଜରେ ଖେଳିଥିଲେ|ସେ ୭ ଟି ଟି-୨୦ ରେ ୯ ୱିକେଟ୍ ନେଇଛନ୍ତି|ତାଙ୍କ ପ୍ରତ୍ୟାବର୍ତ୍ତନ ପଛର ମୂଳ କାରଣ ଉତ୍ତମ ପ୍ରଦର୍ଶନ|ଆଇପିଏଲ ୨୦୨୨ରେ ତାଙ୍କୁ କୋଲକାତା ବେସ ପ୍ରାଇସ ୧ କୋଟିରେ କିଣିଥିଲେ|ସେ ଏଥିରେ ଭଲ ପ୍ରଦର୍ଶନ କରିଥିଲେ|ସେ ଏଥିରେ ୧୨ ମ୍ୟାଚରୁ ୧୬ ୱିକେଟ୍ ହାସଲ କରିଥିଲେ|

ଏହାପରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳି ସେ ଜଲବା ଦେଖାଇଥିଲେ|ସେଠାରେ ରୟାଲ ଲଣ୍ଡନ ୱର୍ଲଡ କପରେ କେବଳ ୭ ମ୍ୟାଚରୁ ୧୬ ୱକେଟ ନେଇଥିଲେ ଓ ଦଳର ସବୁଠାରୁ ସଫଳ ବୋଲର ଥିଲେ|ଏହି ଟୁର୍ଣ୍ଣାମେଣ୍ଟରେ ଆହତ ଫଳରେ ସେ ଭାରତ ଆସି ନେସନାଲ କ୍ରିକେଟ୍ ଏକାଡେମୀରେ ପ୍ରତ୍ୟାବର୍ତନ ପାଇଁ ଚେଷ୍ଟା କରୁଥିଲେ|

Leave A Reply

Your email address will not be published.