ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦୀଙ୍କର କେତେ ସମ୍ପତ୍ତି ବଢିଛି ? ଜାଣନ୍ତୁ…..

0

Get real time updates directly on you device, subscribe now.

ବର୍ତମାନ ୭୨ ବର୍ଷରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକଙ୍କ ଭିତରେ ଜାଣିବାକୁ ଇଚ୍ଛା ଯେ, ମୋଦୀଙ୍କ ପାଖରେ କ’ଣ କ’ଣ ଅଛି? ତାଙ୍କର ସମ୍ପତ୍ତି କେତେ ? ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବା ପିଏମଓ । ଏହି ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ସର୍ବମୋଟ ୨.୨୩ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ରହିଛି । ବର୍ଷକ ଭିତରେ ତାଙ୍କ ସମ୍ପତ୍ତିରେ ୨୬ ଲକ୍ଷର ବୃଦ୍ଧି ହୋଇଛି । ଏହାକୁ ବାଦ ଦେଲେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ ।

ତାଙ୍କ ନାଁ କୌଣସି ଦାମୀ କାର୍ ନା ଆଲିସାନ୍ ଘର । ଗାନ୍ଧୀ ନଗରରେ ତାଙ୍କ ନାଁରେ ଯେଉଁ ଜମି ଥିଲା ତାକୁ ସେ ଦାନ କରିଦେଇଛନ୍ତି । ପିଟିଆଇ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୌଣସି ବଣ୍ଡ୍ , ସେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡ ନାହିଁ । ତାଙ୍କର ନିଜର କୌଣସି କାର୍ ନାହିଁ । ସରକାରୀ ବଙ୍ଗଳାରେ ରହୁଛନ୍ତି ସରକାରୀ ଗାଡିରେ ହିଁ ଯିବା ଆସିବା କରୁଛନ୍ତି । ସମ୍ପତ୍ତି କହିଲେ ତାଙ୍କ ପଖରେ ଥିବା ୪୫ ଗ୍ରାମ ଓଜନ ବିଶିଷ୍ଟ ୪ଟି ସୁନା ମୁଦି ଯାହାର ମୂଲ୍ୟ ପାଖାପାଖି ୧.୭୩ ଲକ୍ଷ ଟଙ୍କା ହେବ ।

ଏହାସହ ପୋଷ୍ଟ ଅଫିସରେ ୯ଲକ୍ଷ ଟଙ୍କାର ନ୍ୟାସନାଲ ସେଭିଙ୍ଗସ୍ ସାର୍ଟିଫିକେଟ୍ ଓ ୧.୮୯ ଲକ୍ଷ ଟଙ୍କାର ଜୀବନ ବୀମା ରହିଛି । ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୁଦାୟ ସମ୍ପତ୍ତି ମୂଲ୍ୟ କେତେ ବୋଲି ସମସ୍ତଙ୍କ ମନରେ ଏପ୍ରଶ୍ନ ନିହାତି ଆସୁଥିବ । ପି-ଏମ-ଓ ରିପୋର୍ଟ ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ମୋଟ ସମ୍ପତ୍ତି ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ମୋଦୀଙ୍କ ପାଖରେ ମୋଟ ୨କୋଟି ୨୩ଲକ୍ଷ ୮୨ହଜାର ୫୦୪ ଟଙ୍କାର ସମ୍ପତ୍ତି ରହିଛି ।

ମୋଦୀଙ୍କ ପାଖରେ ନଗଦ ୩୫ହଜାର ୨୫୦ ଟଙ୍କା ଅଛି । ଡାକଘରେ ଜାତୀୟ ସଂଚୟ ପ୍ରମାଣପତ୍ର ଆକାରରେ ୯ଲକ୍ଷ ୫ହଜାର ୧୦୫ ଟଙ୍କା ସହିତ ୧ଲକ୍ଷ ୮୯ ହଜାର ୩୦୫ ଟଙ୍କା ମୂଲ୍ୟର ଜୀବନ ବୀମା ପଲିସି ରହିଛି । ଏପରିକି ତାଙ୍କର ଗାଡ଼ି ବି ନାହିଁ ବୋଲି ପିଏମଓ ୱେବସାଇଟରେ ଅପଲୋଡ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ତେବେ ମୋଦୀ ହେଉଛନ୍ତି ଭାରତର ୧୫ମ ପ୍ରଧାନମନ୍ତ୍ରୀ । ୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢି ଜିତିଥିଲେ ଆଉ ଆଜକୁ ପ୍ରାୟ ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ କାର୍ଯ୍ୟକଲାପ ସମ୍ଭାଳି ଆସୁଛନ୍ତି ।

Leave A Reply

Your email address will not be published.