ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଏକ ବଡ଼ ଘୋଷଣା: ସେପ୍ଟେମ୍ବର ୧୭ ତାରିଖରେ ଯେଉଁ ଶିଶୁ ଜନ୍ମ ହେବ, ତାକୁ ସୁନାର ମୁଦି ମିଳିବ

0

Get real time updates directly on you device, subscribe now.

ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ ଅଟେ। ଏହି ଦିବସକୁ ସ୍ପେଶାଲ କରିବା ପାଇଁ ବିଜେପି ତରଫରୁ ସାରା ଦେଶରେ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ମୋଦୀଙ୍କର ଜନ୍ମଦିନ ଅବସରରେ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ବାଘକୁ ଅଣାଯାଉଛି। ତେବେ ତାମିଲନାଡ଼ୁର ବିଜେପି ଶାଖା ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନକୁ ରାଜ୍ୟରେ ବିଜେପି ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଯାଉଛି।

ମୋଦୀଙ୍କର ଜନ୍ମଦିନ ଅବସରରେ ଜନ୍ମଗ୍ରହଣ କରିଥିବା ନବଜାତକ ପିଲା ମାନଙ୍କୁ ସୁନାର ମୁଦି ପ୍ରଦାନ କରିବା ପାଇଁ ରାଜ୍ୟରେ ବିଜେପି ଘୋଷଣା କରିଛି। ଏହି ମୁଦିରେ ୨ ଗ୍ରାମର ସୁନା ରହିବ ଓ ଏହାର ମୂଲ୍ୟ ପାଖାପାଖି ୫ ହଜାର ଟଙ୍କା ଅଟେ। ଏଥିପାଇଁ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ ହସ୍ପିଟାଲକୁ ବଛାଯାଇଛି। ସେଠାରେ ସେପ୍ଟେମ୍ବର ୧୭ ତାରିଖରେ ୧୦ ରୁ ୧୫ ଜଣ ଶିଶୁ ଜନ୍ମ ହେବେ ବୋଲି ଅନୁମାନ କରାଯାଉଛି।

ଏହି ଅବସରରେ ମତ୍ସ୍ୟ ପାଳନ ଓ ସୂଚନା ପ୍ରସାରଣରେ ରାଷ୍ଟ୍ର ମନ୍ତ୍ରୀ ଏଲ. ମୁରୁଗନ କହିଛନ୍ତିକି, ଅନ୍ୟ ଯୋଜନା ଅନୁସାରେ ୭୨୦ କେଜି ମାଛ ମଧ୍ୟ ଏଥିରେ ବଣ୍ଟନ କରାଯିବ। ୭୨୦ କେଜି ମାଛ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କର ନିର୍ବାଚନୀ କ୍ଷେତ୍ରରେ ମଧ୍ୟ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମମଏସୱାଇ) ଯୋଜନାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ପ୍ରାଧାନମନ୍ତ୍ରୀ ମୋଦୀ ଶାକାହାରୀ ଅଟନ୍ତି। ମୋଦୀଙ୍କ ୭୨ ବର୍ଷରେ ପଦାର୍ପଣ ଅବସରରେ ୭୨୦ ଅଙ୍କକୁ ବଛାଯାଇଥିବା ମନ୍ତ୍ରୀ ମୁରୁଗନ ନିଜର ମନ୍ତବ୍ୟରେ କହିଛନ୍ତି।

Leave A Reply

Your email address will not be published.