ହୁତୁହୁତୁ ହୋଇ ଜାଳି ଯାଉଛି ୪୨ ମହଲା କୋଠା…..ଦେଖନ୍ତୁ ଛାତିଥରା ଭିଡିଓ

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟର ଯେଉଁ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଚୀନର ଚାଙ୍ଗସା ସହରରେ ଥିବା ଏକ ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ ଲାଗିଯାଇଛି । ଆଉ ନିଆଁ ଲାଗି ଏହି ଅଟାଳିକାର ୧୨ ରୁ ଅଧିକ ଫ୍ଲୋରରେ ଜଳିପୋଡି ପୋଡି ପାଉଁସ ହୋଇ ଯାଇଛି । ତେବେ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳିଥିବା ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ୨୧୮ ମିଟର ତଥା ୭୧୫ ଫୁଟ ଉଚ୍ଚତାର ଏହି ଅଟାଳିକା ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା।

ଏହି ବିିଲ୍ଡିଂରେ ଚାଇନା ଟେଲିକମ କମ୍ପାନୀ ସହ ଚୀନର ଅନ୍ୟ ବଡ ବଡ ସଂସ୍ଥାର କାର୍ଯ୍ୟାଳୟ ଥିବା ସୂଚନା ମଳିଛି । ଏହି ଭୟଙ୍କର ଅଗ୍ନିକାଣ୍ଡର ଭିଡିଓ ଏବେ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳ ପୁରା ଧୁଆଁ ମୟ ହୋଇ ଯାଇଥିଲା । ଘଟଣା ସ୍ଥଳରେ ନିଆଁ ଲିଭା ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମଳିଛି । ଚାଙ୍ଗସା ସହରରେ ୧୦ ମିଲିୟନରୁ ଅଧିକ ଲୋକେ ବସବାସ କରନ୍ତି ।

ତେବେ ଚୀନର ହୁନାନ ରାଜ୍ୟରେ ଥିବା ଚାଙ୍ଗସା ସହରରେ ଆଜି ଏପରି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । କିନ୍ତୁ ସେଠାରେ ଉପସ୍ଥିତ କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ମାତ୍ର ୨୦ ମିନିଟରେ ୬୨୦ ଫୁଟ ଉଚ୍ଚ ଏହି କୋଠାକୁ ନିଆଁ ହୁ ହୁ ହୋଇ ବ୍ୟାପି ଯାଇଥିଲା । କୋଠା ଚାରିପଟେ ଲାଗିଥିବା କେତେକ ଦହନଶୀଳ ସାମଗ୍ରୀ (ଫ୍ଲେକ୍ସ ଇତ୍ୟାଦି) ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ସୂଚନା ଯୋଗ୍ୟ ଏହି ନିଆଁକୁ ଲିଭାଇବାକୁ ୩୬ଟି ଫାୟାର ଇଂଜିନକୁ ନିୟୋଜିତ କରା ଯାଇଥିଲା ।

ବିଶେଷ ସୂତ୍ରରୁ ଖବର ମିଳିଥିଲେ ହେଁ ଏପର୍ଯ୍ୟନ୍ତ ଚୀନ ସରକାର ଏ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଜାରି କରିନାହାନ୍ତି । ତେବେ ଚୀନ୍ ଏକ ପ୍ରଗତିଶୀଳ ଦେଶ ଅଟେ । ସେଠାକାର ଉଚ୍ଚ ଅଟ୍ଟାଳିକା ସବୁ ୨/୪ ଦିନରେ ବନେଇ ଦିଆଯାଏ । କିନ୍ତୁ ବର୍ତମାନ ସମୟରେ ଏପରି ଦୁର୍ଘଟଣା ଜନ ସାଧାରଣଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.