“ବସିବା ଅପେକ୍ଷା କିଛି କାମ କର “,ବେରୋଜଗାର ପୁଅକୁ ଗାଳି କରିବା ପଡିଲା ଭାରୀ, ବାପାଙ୍କୁ ହିଁ କରାଇଲା ଗିରଫ, ଜାଣନ୍ତୁ ପୂରା ମାମଲା

0

Get real time updates directly on you device, subscribe now.

କୈଶାମ୍ବି:ଯଦି ଆପଣ ଜବାନ ବେରୋଜଗାର ପୁଅର ବାପ ଅଟନ୍ତି ତେବେ ଛୁଆକୁ ଟାଣ କରି ରାଗରେ କୁହନ୍ତୁ ନାହିଁ|କୈଶମ୍ବି ଜିଲ୍ଲାରେ ଏଣେ ବାପା ଏଭଳି ଭୁଲ କଲେ ଯାହାଫଳରେ ତାଙ୍କୁ ଜେଲ ଯିବାକୁ ପଡିଲା|ଏହି ମାମଲା ସରାୟ କୋତବାଲୀ କ୍ଷେତ୍ରର ଖୋପା ଗାଁର ଅଟେ ଯେଉଁଠାରେ ଜଣେ ବେରୋଜଗାର ପୁଅକୁ ବାପା ଗାଳି କରିବାରୁ ସେ ପୋଲିସ ଡକାଇ ବାପାଙ୍କ ଅବୈଧ ଅସ୍ତ୍ରଶସ୍ତ୍ର ଯୋଗୁଁ ଗିରଫ କରି ଜେଲ ପଠେଇଛି|ବାପାଙ୍କ ପାଖରୁ ଅବୈଧ ଅସ୍ତ୍ରଶସ୍ତ୍ର ଜଵତ କରିଛନ୍ତି|ଏସପି ଅନୁସାରେ ବାପା ପୁଅଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ରେ ପୋଲିସ ଅବୈଧ ଅସ୍ତ୍ରଶସ୍ତ୍ର କଵ୍ଜାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି|

ସରାୟ ଅକିଲ କୋତବାଲୀର ଖୋପା ଗାଁ ନିବାସୀ ଅବ୍ଦୁଲ ଖୁଦୁସର ପୁଅ ପେଶାରେ ବୈଦ୍ୟ ଅଟେ|ପରିବାରରେ ୫ ପୁଅ ଓ ପତ୍ନୀ ରହିଛି|ତାର ଦୁଇ ପୁଅ ମୁମ୍ବାଇରେ ରହି କାମ କରୁଛନ୍ତି|ତୃତୀୟ ପୁଅ ଗ୍ୟାରେଜରେ କାମ କରୁଛି|ଚତୁର୍ଥ ଓ ପଞ୍ଚମ ପୁଅ ଘରେ ରହେ|ଗୁରୁବାର ଦିନ ସେ ଚତୁର୍ଥ ପୁଅକୁ ଗାଳିକରି କହିଲା ଘରେ ବେରୋଜଗାର ବସିବା ଅପେକ୍ଷା କିଛି କାମ କଲେ ଭଲ|

ପିତା ଖୁଦ୍ଦୁଶ ମୁତାବକ ସେ ଘରୁ ବାହାରି ଯାଇ ସରାୟ ଅକିଲ ପୋଲିସକୁ ଫୋନ କଲା|ପୋଲିସ ଘରେ ପହଞ୍ଚିବା ମାତ୍ରେ ସେ ଅବୈଧ ଅସ୍ତ୍ରଶସ୍ତ୍ର ପୋଲିସକୁ ଦେଲା|ପୋଲିସ ଅସ୍ତ୍ରଶସ୍ତ୍ର ସହ ଖୁଦ୍ଦୁଶକୁ ନେଇ ଥାନାରେ ପହଞ୍ଚିଲା|

ପିତା ଗିରଫ ହେବା ପରେ ଘର ଲୋକଙ୍କ ଡରରେ ପୁଅ ଫେରାର ହୋଇଗଲା|ପୋଲିସ ଏହି ଅସ୍ତ୍ରଶସ୍ତ୍ର ଜବତ କରିଛି|ପୋଲିସ ବାପ ପୁଅ ମଧ୍ୟରେ ଏହି ଝଗଡାକୁ ଭଲ କହିଛନ୍ତି|

ଏସପି ହେମରାଜ ମୀଣା କହିଛନ୍ତି ସରାୟ ଅକିଲ ପୋଲିସ ଜଣେ ବ୍ୟକ୍ତିଙ୍କ ଠାରୁ ଅବୈଧ ଅସ୍ତ୍ରଶସ୍ତ୍ର ଜବତ କରି ହିରାସତରେ ନେଇଛନ୍ତି|ଆରୋପୀ ବିରୁଦ୍ଧରେ ଦଫା ୨୫ ଅନୁସାରେ ଜେଲ ପଠାଯିବ|

Leave A Reply

Your email address will not be published.