ସନ୍ଦେହର ଜୁଇରେ ପ୍ରେମର ଆହୂତି

0

Get real time updates directly on you device, subscribe now.

ବର୍ଷ ବର୍ଷକର ପ୍ରେମକୁ ସନ୍ଦେହ ସବୁଦିନ ପାଇଁ ଶେଷ କରିଦେଲା। ସନ୍ଦେହର ଜୁଇରେ ପ୍ରେମର ଆହୂତି। ହୃଦୟରୁ ଆରମ୍ଭ ବିଚ ରାସ୍ତାରେ ଶେଷ। ମାରିଲା ଓ ନିଜେ ମଧ୍ୟ ମରିଗଲା। ପ୍ରେମ, ସନ୍ଦେହ ଆଉ ଜଘନ୍ୟ ହତ୍ୟା। ଦିନେ ସ୍ୱପ୍ନ ଦେଖୁଥିଲେ। ପ୍ରେମ ରାଇଜରେ ଘର କରିଥିଲେ। ସନ୍ଦେହ କୋରି ଖାଇଲା ପ୍ରେମକୁ। ହତ୍ୟା, ଆତ୍ମହତ୍ୟାର ରୂପ ନେଲା ଭଲପାଇବା। ଲାଲ ରକ୍ତରେ ରାସ୍ତା ଲାଲ, ଗୋଲାପୀ ପ୍ରେମରେ ସନ୍ଦେହର କଳା। ବିଚ ରାସ୍ତାରେ ପ୍ରେମିକାଙ୍କ ଗଳା କାଟି ହତ୍ୟା କଲା, ତା’ପରେ ନିଜେ ବିଷ ପିଇଦେଲା ପ୍ରେମିକ। ଏପରି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ଚାନ୍ଦିପୋଷ ଥାନାର ବଡଭୁଲତା ଗାଁର ଜଣେ ଯୁବକ ଦୀର୍ଘଦିନ ଧରି ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ବିବାହ କରି ଘର ସଂସାର କରିବେ ବୋଲି ସ୍ଵପ୍ନ ଦେଖିଥିଲେ। କିନ୍ତୁ ଉଭୟଙ୍କ ଭଲ ପାଇବା ଭିତରେ ପଶିଗଲା ସନ୍ଦେହ। ଯୁବତୀଜଣକ କାହା ସହିତ ଫୋନରେ କଥା ହେଉଥିବାର ଦେଖିବାକୁ ପାଇଥିଲେ ଯୁବକ ଜଣକ। ଆଉ ସେବେଠୁ ଯୁବକ ଯୁବତୀଙ୍କୁ ସନ୍ଦେହ କରୁଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ଲାଗି ରହିଥିଲା ତିକ୍ତତା।

ଉଭୟଙ୍କ ମଧ୍ୟରେ ବହୁତ ଜୋରରେ ପାଟିତୁଣ୍ଡ ହୋଇଥିଲା। ତାପରେ ଉଭୟ ନିଜର ଘରକୁ ଫେରିଯାଇଥିଲେ। କିନ୍ତୁ ବୁଧବାର ଦିନ ଯୁବତୀଜଣକ ଚାଲି ଚାଲି ଯାଉଥିବା ସମୟରେ ଯୁବକ ଜଣକ ପଛପଟୁ ଆସି ତାଙ୍କ ବେକକୁ ଛୁରୀ ସାହାଯ୍ୟରେ କାଟିଦେଇଥିଲେ। ଯାହାଫଳରେ ପ୍ରେମିକାର ମୃତ୍ୟୁ ଘଟଣା ସ୍ଥଳରେ ହୋଇଯାଇଥିଲା। ତାପରେ ଯୁବକ ଜଣକ ସେଠାରେ ବିଷ ପିଇ ଦେଇଥିଲା। ତାପରେ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଚାନ୍ଦିପୋଷ ଥାନାର ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ସହିତ ମାମଲାର ଯାଞ୍ଚ କରୁଅଛି।

Leave A Reply

Your email address will not be published.