ପୁଣି ସାମ୍ନାକୁ ଆସିଲା ଆଉ ଗୋଟିଏ ଲଜ୍ଜାଜନକ ଘଟଣା, ଶ୍ବଶୁରକୁ ସାନବୋହୁର ରୁମକୁ ନେଇଗଲା ବଡବୋହୂ, କହିଲା – ଏଇ ନିଅ, ଉପଭୋଗ କର, ଜାଣନ୍ତୁ କଣ ଥିଲା ଏହା ପଛର କାରଣ

0

Get real time updates directly on you device, subscribe now.

ଶ୍ଵଶୁର ଏବଂ ବୋହୂର ସମ୍ପର୍କ ବାପା ଏବଂ ଝିଅର ସମ୍ପର୍କ ପରି ହୋଇଥାଏ । କିନ୍ତୁ ବିହାରର ବେତୀୟା ଜିଲ୍ଲାର ଶିକାରପୁର ଥାନା ଅଂଚଳରେ ଜଣେ ଶ୍ଵଶୁର ଏକ ସମ୍ପର୍କକୁ ଅପବିତ୍ର କରିଦେଲା । ସେ ନିଜର ନୂଆଁ ବୋହୁ ସହ ଜବରଦସ୍ତି ସମ୍ପର୍କ ରଖିଲା । ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ତାର ଏହି କାମରେ ପୀଡ଼ିତାଙ୍କ ଜାଆ ମଧ୍ୟ ସାହାଯ୍ୟ କଲା । ଯେତେବେଳେ ଶ୍ଵଶୁର ବୋହୂକୁ ରେପ କରୁଥିଲା, ସେତେବେଳେ ସେ କବାଟ ଆଗରେ ଜଗି ରହିଥିଲା ।

ସ୍ୱାମୀର ଅନୁପସ୍ଥିତିରେ ଶ୍ଵଶୁର ରଖିଲା ବୋହୂ ସହ ସମ୍ପର୍କ :-

ସୁନିତା କହିଛନ୍ତି ଯେ ପ୍ରାୟ ଅଢେଇ ମାସ ପୂର୍ବରୁ ତାଙ୍କର ବିବାହ ମୋହନଙ୍କ ସହ ହୋଇଥିଲା । ବିବାହର ଦେଢ଼ ମାସ ପରେ ତାଙ୍କ ସ୍ଵାମୀ ରୋଜଗାର କରିବାପାଇଁ ପଞ୍ଜାବ ଚାଲିଗଲା । ସ୍ବାମୀ ଯିବା ମାତ୍ରେ ଶ୍ଵଶୁରର ବ୍ୟବହାର ବଦଳିବାକୁ ଲାଗିଲା । ସେ ଦିନେ ମୋ ରୁମକୁ ଆସିଲା ଏବଂ ଜବରଦସ୍ତି ସମ୍ପର୍କ ରଖିବାକୁ ଲାଗିଲା । ତାର ଏହି କାମରେ ବଡ ଜାଆ ମଧ୍ୟ ସାହାଯ୍ୟ କରିଥିଲା ।

ଜାଆ କବାଟ ବାହାରେ ଜଗି ବସିଥିଲା :-

ପୀଡ଼ିତା ବୋହୂ କହିବା ଅନୁଯାୟୀ, ତାଙ୍କ ଜାଆର ଆଖି ଶ୍ଵଶୁରଙ୍କ ପ୍ରପର୍ଟି ଉପରେ ରହିଛି । ସେ ଶ୍ଵଶୁରର ଖରାପ ଉଦ୍ଦେଶ୍ୟକୁ ଭଲଭାବେ ଜାଣିଛି । ତେଣୁ ସେ ଏହାର ଫାଇଦା ଉଠାଇଲା । ସେହିପରି ଶ୍ବଶୁରକୁ ତାଙ୍କ ରୁମ୍ ଯାଏଁ ନେଇ ଆସିଲା ଏବଂ ତାପରେ ବାହାରୁ କବାଟ ଦେଇ ଜଗି ରହିଲା । ପରେ ପୀଡ଼ିତା ଯେତେବେଳେ ଘରଲୋକଙ୍କଠାରେ ଏହାର ଅଭିଯୋଗ କଲେ, ସେତେବେଳେ ସମସ୍ତେ ମୁହଁ ବନ୍ଦ୍ ରଖିବାକୁ କହିଲେ । କହିଲେ କାହାକୁ କିଛି କହିଲେ ଜୀବନରୁ ମାରିଦେବେ ।

ସ୍ବାମୀ ସହ ଥାନାରେ ପହଞ୍ଚିଲେ ପୀଡ଼ିତା :-

ତାପରେ ବଳାତ୍କାରର ଦେଢ଼ ମାସ ପରେ ଯେତେବେଳେ ସୁନୀତାଙ୍କ ସ୍ବାମୀ ପଞ୍ଜାବରୁ ଫେରିଲେ, ସେ ତାଙ୍କୁ ପୁରା କାହାଣୀ ଶୁଣାଇଲେ । ତାପରେ ସେ ନିଜ ସ୍ବାମୀ ସହ ଶ୍ଵଶୁର ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଗଲେ । ପୀଡ଼ିତାଙ୍କ ଅଭିଯୋଗ ଉପରେ ପୋଲିସ କେସ କଲା । ପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯିବ ।

ଏହି ପୁରା ମାମଲା ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କାହାକୁ ବିଶ୍ୱାସ ହେଉନାହିଁ ଯେ ଜଣେ ଶ୍ଵଶୁର ନିଜ ବୋହୂ ସହ ଏପରି ଘୃଣ୍ୟ କାମ ମଧ୍ୟ କରିପାରେ । ପୀଡ଼ିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ଅଭିଯୁକ୍ତ ଶ୍ଵଶୁରକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ । ତେବେ ଏହା ପୂର୍ବରୁ ମଧ୍ୟ ଶ୍ଵଶୁର ଦ୍ଵାରା ବୋହୂର ଶାରୀରିକ ଶୋଷଣର ଅନେକ କେସ ସାମ୍ନାକୁ ଆସିଛି ।

Leave A Reply

Your email address will not be published.