ପ୍ରଥମେ ମିସ କଲରୁ ହେଲା ପ୍ରେମ, ଆଉ ବିବାହ ପରେ ଧୋକା ମିଳିବାରୁ ତା ପରେ ସ୍ୱାମୀକୁ ଚପଲରେ ସେକିଲା ସ୍ତ୍ରୀ,ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

Fell In Love With Miss Call: ଜହାନାବାଦରେ ସେହି ସମୟରେ ହଇଚଇ ସୃଷ୍ଟି ହୋଇଗଲା, ଯେତେବେଳେ ପ୍ରେମରେ ଧୋକା ଖାଇଥିବା ଜଣେ ବିବାହିତା ସମସ୍ତଙ୍କ ସାମ୍ନାରେ ନିଜ ସ୍ୱାମୀକୁ ଧରି ଖୁବ୍ ପିଟିଲେ । ଏହି ସମୟରେ ଲୋକଙ୍କ ଭିଡ ଜମିଗଲା । ମାମଲା ପାଟଣା ଗୟା ରେଳ ଖଣ୍ଡର କୋର୍ଟ ହଲ୍ଟ ଷ୍ଟେସନର ଅଟେ । ଦିନରେ ସ୍ୱାମୀକୁ ଧରି ଚାପୁଡ଼ା ପରେ ଚପଲ ଦ୍ଵାରା ପିଟିଥିବା ବିବାହିତା ପ୍ରେମ ଜାଲରେ ଫସାଇ ଧୋକା ଦେବାର ଆରୋପ ସ୍ବାମୀ ଉପରେ ଲଗାଉଥିଲେ । ବାସ୍ତବରେ ସେଖପୁରା ଜିଲ୍ଳାର ବାସିନ୍ଦା ବିବାହିତା କହିଛନ୍ତି ଯେ ମିସ କଲ୍ ମାଧ୍ୟମରେ ତାଙ୍କର ବେଲାର ବାସିନ୍ଦା ମନୋହର ସହ କଥା ହୋଇଥିଲା । ପରେ ମନୋହର ତାଙ୍କୁ ପ୍ରେମ ଜାଲରେ ଫସାଇ ମାର୍ଚ୍ଚ ମାସରେ ବିବାହ କଲେ ଏବଂ ଦିଲ୍ଲୀ ନେଇ ରଖିଲେ ।

ସ୍ବାମୀଙ୍କ ଧୋକା କାରଣରୁ କ୍ରୋଧିତ ସ୍ତ୍ରୀ ପିଟିଲେ :-

ପ୍ରେମ ଜାଲରେ ଫସାଇବା ସମୟରେ ସେ ନିଜକୁ ଅବିବାହିତ ବୋଲି କହିଥିଲା । କିନ୍ତୁ ପରେ ଯେତେବେଳେ ସେ ଦିଲ୍ଲୀରୁ ନିଜ ଘରକୁ ବେଲା ଆଣିଲା, ସେତେବେଳେ ସେଠାରେ ତାର ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଏବଂ ଛାଡପତ୍ର ଦେବାପାଇଁ ଉଭୟେ କୋର୍ଟକୁ ଆସିଲେ, କିନ୍ତୁ ସ୍ବାମୀ କୋର୍ଟରେ ଠିକ୍ ସମୟରେ ପହଞ୍ଚି ପାରିଲାନାହିଁ । ସ୍ତ୍ରୀ ଖୋଜୁଥିବା ସମୟରେ ସ୍ୱାମୀକୁ କୋର୍ଟ ଷ୍ଟେସନ ବାହାରେ ଦେଖିଲେ, ଯାହା ପରେ ବିବାହିତା ନିଜର ହିତାହିତ ଜ୍ଞାନ ହରାଇ ବସିଲେ ଏବଂ ସମସ୍ତଙ୍କ ସାମ୍ନାରେ ତାକୁ ଧରି ପିଟିବାକୁ ଲାଗିଲେ ।

ରାସ୍ତାରେ ଧରି ଖୁବ୍ ପିଟିଲେ :-

ଆରମ୍ଭରେ ସେ ସ୍ତ୍ରୀ କବଳରୁ ଦୌଡ଼ି ପଳାଇ ଯାଉଥିଲା, କିନ୍ତୁ ସେଠାରେ ଉପସ୍ଥିତ ଲୋକମାନେ ଦଳ ହୋଇ ତାକୁ ଧରିନେଲେ । ଧରିବା ପରେ ଲୋକମାନେ ତାଙ୍କ ସ୍ୱାମୀକୁ ସ୍ତ୍ରୀ ହାତରେ ଦେଇଦେଲେ, ଯାହା ପରେ ସ୍ତ୍ରୀ ତାକୁ ମନ ଇଚ୍ଛା ପିଟିବାରେ ଲାଗିଲେ । ଏହି ଘଟଣା ସମୟରେ ବହୁତ୍ ଭିଡ଼ ହୋଇଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଏହି ମାମଲାକୁ ଶାନ୍ତ କରାଗଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଦୁହିଁଙ୍କ କାର୍ଯ୍ୟକଳାପ ପାଇଁ ଦୋଷୀ ବୋଲି କହୁଥିଲେ ।

Leave A Reply

Your email address will not be published.