ନକଲି ବନ୍ଧୁକ ଦେଖାଇ ଯୁବତୀ ବ୍ୟାଙ୍କ୍ ଲୁଟିଲେ, ଲକ୍ଷ ଲକ୍ଷ ଟଙ୍କା ନେଇ ହେଲେ ଫେରାର

0

Get real time updates directly on you device, subscribe now.

ଜଣେ ଯୁବତୀ ଖେଳଣା ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଲୁଟି ନେଇଛନ୍ତି । ସେ ବ୍ୟାଙ୍କରୁ 10 ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଗଲେ । କୌତୁହଳର ବିଷୟ ଏହା ଯେ ଯୁବତୀ କେବଳ ସେହି ପଇସା ବ୍ୟାଙ୍କରୁ ଲୁଟିଲେ, ଯେଉଁ ପଇସା ସେ ନିଜ ଆକାଉଣ୍ଟରେ ଜମା କରିଥିଲେ ।

ଯୁବତୀ ବ୍ୟାଙ୍କ୍ ଲୁଟିବା ସମୟରେ ଲାଇଭ ଭିଡିଓ ମଧ୍ୟ ତିଆରି କଲେ, ଯାହାକି ବର୍ତ୍ତମାନ ଖୁବ୍ ଭାଇରାଲ୍ ହେଉଛି । ସୋସିଆଲ ମିଡିଆରେ ତାର ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି ।

ମାମଲାଟି ଲେବନାନର ଅଟେ, ଯେଉଁଠାରେ 28 ବର୍ଷୀୟ ଆକ୍ଟିଭିଷ୍ଟ ଶାଲି ହାଫିଜ୍ ବୁଧବାର ଦିନ ଖେଳଣା ବନ୍ଧୁକ ନେଇ Beirut Bank ରେ ପହଞ୍ଚିଲେ । ଏଠାରେ ସେ ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ୍ କର୍ମଚାରୀମାନଙ୍କ ଠାରୁ ପଇସା ବାହାର କରିବାକୁ କହିଲେ । ଯୁବତୀଙ୍କ ହାତରେ ବନ୍ଧୁକ ଦେଖି ଲୋକମାନେ ଡରିଗଲେ ଏବଂ ବ୍ୟାଙ୍କରେ ହୋହାଲ୍ଲା ସୁଭିବାକୁ ଲାଗିଲା ।

ହଙ୍ଗାମା ମଧ୍ୟରେ ଶାଲି ହାଫିଜ୍ କହିଛନ୍ତି ଯେ ସେ କାହାକୁ ମାରିବାକୁ ଆସିନାହାନ୍ତି । ସେ କେବଳ ନିଜ ଖାତାରେ ଜମା କରିଥିବା ପଇସା ବାହାର କରିବାକୁ ଆସିଛନ୍ତି, ଯାହା ଗତ କିଛି ସମୟ ଧରି ବ୍ୟାଙ୍କରେ ଫସି ରହିଛି । ଶାଲି ହାଫିଜ୍ କ୍ୟାସ କାଉଣ୍ଟରରେ ଉପସ୍ଥିତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଲେ ଏବଂ ନିଜ ଖାତାରୁ 10 ଲକ୍ଷ 33 ହଜାର ଟଙ୍କା ଜବରଦସ୍ତି ବାହାର କରିନେଲେ ।

ଭଉଣୀର ଚିକିତ୍ସା ପାଇଁ ଦରକାର୍ ଥିଲା ପଇସା :-

ଏହି ପୁରା ଘଟଣାକୁ ଶାଲି ହାଫିଜ୍ ଲାଇଭ ସୁଟିଂ କରୁଥିଲେ । ନିଜ ଭିଡ଼ିଓରେ ସେ କହୁଛନ୍ତି ଯେ ତାଙ୍କୁ ନିଜ ଭଉଣୀର କ୍ୟାନସର୍ ଚିକିତ୍ସା ପାଇଁ ପଇସା ତୁରନ୍ତ ଦରକାର୍ ଅଛି । ଚିକିତ୍ସାରେ ପ୍ରାୟ 40 ଲକ୍ଷ ଟଙ୍କା ଲାଗିବାର ଅଛି । ବ୍ୟାଙ୍କରେ ପୂର୍ବରୁ ହିଁ ସେ ପ୍ରାୟ 16 ଲକ୍ଷ ଟଙ୍କା ଜମା କରିଥିଲେ । କିନ୍ତୁ ଗତ ତିନି ବର୍ଷ ହେଲାଣି ସେ ପଇସା ବାହାର କରିପାରୁନଥିଲେ ।

ବ୍ୟାଙ୍କ୍ ବାରମ୍ବାର କେବଳ 15 ହଜାର ଟଙ୍କା ଲେଖାଏଁ ଦେଉଥିଲା । ତେଣୁ ସେ ରାଗିଯାଇ ଖତରନାକ ପଦକ୍ଷେପ ନେଲେ ଏବଂ 16 ଲକ୍ଷ ଟଙ୍କା ମଧ୍ୟରୁ 10 ଲକ୍ଷ ଟଙ୍କା ଏକାବେଳେ ବ୍ୟାଙ୍କରୁ ନେଇଗଲେ ।

ନିଜ ଭିଡ଼ିଓରେ ଶାଲି ହାଫିଜ୍ କହୁଛନ୍ତି ଯେ, “ମୁଁ ଶାଲି ହାଫିଜ୍ । ମୁଁ ଆଜି ହସ୍ପିଟାଲରେ ପଡ଼ିଥିବା ମୋ ଭଉଣୀର ଚିକିତ୍ସା ପାଇଁ ବ୍ୟାଙ୍କକୁ ପଇସା ନେବାକୁ ଆସିଛି । ମୁଁ କାହାକୁ ମାରିବାପାଇଁ ଆସିନାହିଁ… ମୁଁ ମୋ ଅଧିକାର ପାଇଁ ଦାବି କରିବାକୁ ଆସିଛି ।”

Leave A Reply

Your email address will not be published.