କୁକୁର ପ୍ରତି ଥିଲା ଆଲର୍ଜି, ଶାଶୂ ଶ୍ଵଶୁର ଘରୁ ବାହାର କରିବା ପାଇଁ ମନା କରିବାରୁ ବୋହୂ ଏବଂ ନାତୁଣୀ କଲେ ଆତ୍ମହତ୍ୟା

0

Get real time updates directly on you device, subscribe now.

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ମା ଓ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କଲେ । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଦୁହିଁଙ୍କ ଶବକୁ ନିଜ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଲେ ଏବଂ ମାମଲାର ଯାଞ୍ଚ୍ ଆରମ୍ଭ କରିଲେ । ଏହି ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ପୋଷା କୁକୁରକୁ ନେଇ ଘରେ ଝଗଡା ଚାଲିଥିଲା । ମହିଳାଙ୍କର କୁକୁର ପ୍ରତି ଆଲର୍ଜି ଥିଲା । ଯାହା ପରେ ସେ ସ୍ବାମୀ ଏବଂ ଶାଶୂ ଶ୍ଵଶୁରଙ୍କୁ ଘରୁ କୁକୁରକୁ ବାହାର କରିବାପାଇଁ କହିଥିଲେ, କିନ୍ତୁ କେହି ବି ଶୁଣିଲେ ନାହିଁ । ଏହାଦ୍ବାରା ଦୁଃଖୀ ହୋଇ ସେ ନିଜର 13 ବର୍ଷୀୟ ଝିଅ ସହିତ ଆତ୍ମହତ୍ୟା କରିଦେଲେ ।

ମହିଳା ଗୃହିଣୀ ଥିଲେ ଏବଂ ତାଙ୍କ ଝିଅ ଏକ ପ୍ରାଇଭେଟ୍ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା । ପୋଲିସ ମହିଳାଙ୍କ ସ୍ଵାମୀ, ଶାଶୂ ଓ ଶ୍ବଶୁର ବିରୋଧରେ ଆତ୍ମହତ୍ୟା ପାଇଁ ଉତ୍ସାହିତ କରିବାର ମାମଲା ରୁଜ୍ଜୁ କରିଛି ।

ଯାଞ୍ଚ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ମହିଳାଙ୍କର ଶ୍ୱାସ ସମ୍ବନ୍ଧୀୟ ରୋଗ ଥିଲା ଏବଂ ଡାକ୍ତର ତାଙ୍କୁ କୁକୁର ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ମୃତକ ମହିଳା ଅନେକଥର ନିଜ ସ୍ବାମୀ ଓ ଶାଶୂ ଶ୍ଵଶୁରଙ୍କୁ କୁକୁରକୁ ଘରୁ ବାହାର କରିବାପାଇଁ ଅନୁରୋଧ କରିଥିଲେ, କିନ୍ତୁ ଘରୁ କୁକୁରକୁ ବାହାର କରାଗଲା ନାହିଁ । ଯେଉଁ କାରଣରୁ ଘରେ ପ୍ରାୟତଃ ବାରମ୍ବାର ଝଗଡା ହେଉଥିଲା ।

ମୃତକ ମହିଳାଙ୍କ ବାପା ଝିଅର ଶାଶୂଘର ଲୋକଙ୍କ ବିରୋଧରେ କେସ କରିଛନ୍ତି । ଅଭିଯୋଗରେ କୁହାଯାଇଛି ଯେ ତାଙ୍କ ଝିଅର ନିଶ୍ବାସ ନେବାରେ ଅସୁବିଧା ହେଉଥିଲା । କିନ୍ତୁ ତାଙ୍କ ଘରଲୋକେ ତା କଥାକୁ ଜମାରୁ ଶୁଣୁନଥିଲେ ।

ଏହା ମଧ୍ୟରେ ସେ ଝିଅ ସହିତ ନିଜ ରୁମକୁ ଗଲା ଏବଂ ଯେତେବେଳେ ବହୁତ୍ ସମୟ ଧରି ବାହାରକୁ ବାହାରିଲେ ନାହିଁ, ସେତେବେଳେ ଘରଲୋକେ କବାଟ ଭାଙ୍ଗିଦେଲେ । ତାପରେ ଜଣାପଡ଼ିଲା ଯେ ସେ ନିଜ ଝିଅ ସହ ଆତ୍ମହତ୍ୟା କରିଦେଇଛି । ଏହି ଘଟଣା ପରଠାରୁ ପରିବାର ଲୋକଙ୍କ ଉପରେ ଯେମିତି ପାହାଡ଼ ଭାଙ୍ଗି ପଡ଼ିଛି । ପୋଲିସ ମହିଳାଙ୍କ ଶାଶୂଘର ଲୋକଙ୍କୁ ନିଜ ହେପାଜତକୁ ନେଇଛି ଏବଂ ସେମାନଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.