ଜଳମଗ୍ନ ରାସ୍ତାରେ ପ୍ରେମିକାକୁ ସ୍କୁଟିରେ ନେଇଯାଉଥିଲେ ପ୍ରେମିକ, କେୟରୀଙ୍ଗ ଚକ୍କରରେ ଦେଲେ ଜବରଦସ୍ତ ଝଟକା

0

Get real time updates directly on you device, subscribe now.

ପ୍ରେମ ସମସ୍ତଙ୍କ ଜୀବନରେ ଖୁସି ନେଇ ଆସିଥାଏ, ଏହି କାରଣରୁ ପ୍ରେମୀ ଯୁଗଳ ପରସ୍ପରର ଯତ୍ନ ନିଅନ୍ତି । ପରସ୍ପରର ଦେଖାଶୁଣା କରିବା ଏବଂ ପରସ୍ପରର ପ୍ରତ୍ୟେକ ଛୋଟ ଛୋଟ କଥାର ଧ୍ୟାନ ରଖିବା ମଧ୍ୟ ପ୍ରେମ ଡାଏରୀରେ ଆସିଥାଏ । କିନ୍ତୁ ଅନେକଥର ଧ୍ୟାନ ରଖିବା ଚକ୍କରରେ ଗଡବଡ ମଧ୍ୟ ହୋଇଯାଏ । ଏପରି ଗୋଟିଏ ଭିଡିଓ ଆଜିକାଲି ଆମକୁ ଦେଖିବାକୁ ମିଳିଛି । ଯେଉଁଠାରେ କେୟରୀଙ୍ଗ ଚକ୍କରରେ ଜଣେ ଯୁବକ ନିଜେ ହିଁ ଅସୁବିଧାରେ ପକାଇଦେଲେ ।

ଆମେ ସମସ୍ତେ ଜାଣିଛନ୍ତି ଯେ ବର୍ଷାଦିନେ ରାସ୍ତାର ଅବସ୍ଥା ଏପରି ହୋଇଯାଏ ଯେ ତାହା ରାସ୍ତା କମ୍ ନଦୀ ଅଧିକ ଲାଗେ । ଯେଉଁ କାରଣରୁ ଅନେକଥର ଏପରି ଦେଖାଯାଇଥାଏ ଯେ ଗାଡ଼ି ଖସିଯାଏ । ବର୍ତ୍ତମାନ୍ ଏହି ଭିଡିଓକୁ ହିଁ ଦେଖିନିଅନ୍ତୁ, ଯେଉଁଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ସ୍କୁଟିରେ ବସାଇ ନିଜେ ସ୍କୁଟିକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ସମୟରେ ସ୍କୁଟି ଖସିଯାଏ ଏବଂ ତାର ପ୍ରେମିକା ପାଣି ଭର୍ତ୍ତି ହୋଇଥିବା ରାସ୍ତାରେ ପଡିଯାନ୍ତି ।

ଏଠାରେ ଦେଖନ୍ତୁ ପ୍ରେମିକ ଏବଂ ପ୍ରେମିକାଙ୍କ ଭିଡିଓ :-

View this post on Instagram

A post shared by Meemlogy (@meemlogy)

ଏହି ଭିଡ଼ିଓକୁ ଇନ୍ଷ୍ଟାଗ୍ରାମରେ ସେୟାର କରାଯାଇଛି । ଯାହାକୁ ଖବର ଭାବେ ଲେଖାଯିବା ବେଳକୁ ଏକ ଲକ୍ଷରୁ ଅଧିକ ଭିୟୁ ମିଳିଛି । ଜଣେ ୟୁଜର ଲେଖିଛନ୍ତି, ” ଏହି ଯୁବକ ନିଜ ପ୍ରେମିକା ପାଇଁ କେତେ ଯତ୍ନବାନ ଅଟେ ।” ସେହିପରି ଅନ୍ୟଜଣେ ଲେଖିଛନ୍ତି, ” କେତେ ଖରାପ୍ ଅଟେ ଏହି ଯୁବତୀ, ଠିକ୍ ହେଇଛି ତା ସହ ।” ଆଊ ଜଣେ କମେଣ୍ଟ କରି ଲେଖିଛନ୍ତି, ” ବର୍ଷା ପାଗ ଏମାନଙ୍କ ଖେଳ ବିଗାଡି ଦେଲା ।” ଆଉ କିଛି ଲୋକ ତ ମଜାଳିଆ ଶୈଳୀରେ ଏହା ମଧ୍ୟ କହୁଛନ୍ତି ଯେ ଯୁବକ ଏପରି ଜାଣିଶୁଣି କରିଛନ୍ତି, ଯାହା ଦ୍ଵାରା ସେ ଯୁବତୀଙ୍କୁ ଉଚିତ୍ ଶିକ୍ଷା ଦେଇପାରିବେ ।

ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଯୁବକଙ୍କ ସ୍କୁଟି ବର୍ଷା କାରଣରୁ ରାସ୍ତା ମଝିରେ ଖରାପ୍ ହୋଇଯାଏ । ଏହାପରେ ଯୁବକ ନିଜେ ପାଣିକୁ ଓହ୍ଲାଇ ସ୍କୁଟିକୁ ସାଇଡରେ ରଖିବାପାଇଁ ନେଇଯାଆନ୍ତି, କିନ୍ତୁ ତାଙ୍କ ପ୍ରେମିକା ସ୍କୁଟିରୁ ତଳକୁ ଓହ୍ଲାଏନାହିଁ । ସ୍କୁଟି ରାସ୍ତା ମଝାମଝିକୁ ଆସିବାପରେ ଯୁବକଙ୍କ ସନ୍ତୁଳନ ବିଗିଡ଼ିଯାଏ ଏବଂ ସ୍କୁଟି ସହ ତା ଉପରେ ବସିଥିବା ପ୍ରେମିକା ମଧ୍ୟ ଗୋଟେ ଝଟକାରେ ରାସ୍ତାରେ ପଡିଯାଏ ଏବଂ ଜଳମଗ୍ନ ରାସ୍ତାର ଅପରିଷ୍କାର ପାଣିରେ ସେ ଭିଯିଯାଏ ।

Leave A Reply

Your email address will not be published.