ଭାଙ୍ଗିଲା କିଶୋର ମଟନ ଦୋକାନ । ତାଗିଦ ପରେ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା ବିଏମସି

0

Get real time updates directly on you device, subscribe now.

ଭଙ୍ଗା ହୋଇଗଲା ଭୁବନେଶ୍ବରର ଚର୍ଚ୍ଚିତ ମାଂସ ବନାଉଥିବା ଢାବା ‘କିଶୋର ଭାଇନା ମଟନ’ । ଏଠାରେ ବିଏମ୍‌ସି ଟିମ୍‌ ପହଞ୍ଚି ବୁଲଡାଜର ସହାୟତାରେ ‘କିଶୋର ଭାଇନା ମଟନ’ ଦୋକାନକୁ ଭାଙ୍ଗିଛି । ରାଜଧାନୀ ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଏହି ଦୋକାନଟି ଆଜି ମାଟିରେ ମିଶିଛି । ସୂଚନାଯୋଗ୍ୟ ଯେ ବିଏମ୍‌ସି ଚଢ଼ଉ କରି ଫୁଡ୍‌ ଲାଇସେନ୍ସ ବାତିଲ କରିଥିଲା ।

ବିଏମ୍‌ସି ଟିମ୍‌ କହିଥିଲା ଯେ ଏଠାରେ ନକଲି ରଙ୍ଗ ଓ ଏକ୍ସପାରି ସସ୍‌ ବ୍ୟବହାର ହେଉଛି । ହେଲେ ଆଜି ସକାଳୁ କିଶୋର ମଟନ ଖୋଲିଲା ଓ ଯେମିତି ବେପାର ହେବା କଥା ହେଲା।ଜଣାପଡ଼ୁଥିଲା ଯେମିତି କିଛି ହେଇନି । ଢାବା ମାଲିକ କିଶୋର ମଧ୍ୟ ଓଲଟା କଥା କହିଥିଲେ । ତାଙ୍କ କହିବା ଅନୁଯାୟୀ ଏଠାରେ ଚଢ଼ଉ ହୋଇ ନାହିଁ କିମ୍ବା ଫୁଡ୍‌ ଲାଇସେନ୍ସ ବାତିଲ ହୋଇ ନାହିଁ । ବିଏମ୍‌ସି ଟିମ୍‌ କେବଳ ଚଢ଼ଉ କରି ସ୍ବାସ୍ଥ୍ୟକର ପରିବେଶରେ ମଟନ୍‌ ତିଆରି କରିବାକୁ ପରାମର୍ଶ ଦେଇ ଚାଲି ଯାଇଥିଲା ।

କିନ୍ତୁ ବିଏମ୍‌ସି ସହର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ କହିଥିଲେ, ଆମେ କିଶୋର ମଟନରେ ଚଢ଼ଉ କରି ନକଲି ରଙ୍ଗ ଓ ଏକ୍ସପାରି ସସ୍‌ ଜବତ କରିଥିଲୁ । ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଦୋକାନ ନ ଖୋଲିବା ପାଇଁ ତାଗିଦ କରିଥିଲୁ । ତେବେ ବିଏମସିର ଚଢାଉ ଓ ତାଗିଦ ପରେ ମଧ୍ୟ ଗତକାଲି ପୁଣିଥରେ ଦୋକାନ ଖୋଲିଥିଲେ କିଶୋର ଭାଇନା । ପୁଣିଥରେ ମଟନ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ କିଶୋର ।  ସ୍ଥିତି ସୁଧାରିବାକୁ ବିଏମସିକୁ ୪-୫ ଦିନ ମାଗିଥିବା କହିଛନ୍ତି ହୋଟେଲ ମାଲିକ କିଶୋର ।

ତେବେ ଚଢାଉ ପରେ ବି ଦୋକାନ ଖୋଲା ହୋଇଥିବାରୁ ଏହାକୁ ପୁଣି ବନ୍ଦ କରାଯିବ ବୋଲି କହିଥିଲେ ବିଏମସି ଅଧିକାରୀ । ଆଉ ଆଜି ସକାଳୁ ସକାଳୁ କିଶୋର ଭାଇନାଙ୍କ ଦୋକାନ ଉପରେ ବୁଲଡୋଜର ଚଢାଇଥିଲା ବିଏମସି । ତେବେ ପୂଜାପୂର୍ବରୁ ଭୁବନେଶ୍ୱରର ହୋଟେଲ, ଫୁଡ ଷ୍ଟଲ ଓ ରେଷ୍ଟୁରାଂଟ ଉପରେ ନଜର ରଖିଛି ବିଏମସି ।  ଫୁଟପାଥ ସମେତ ଅନ୍ୟ ରେଷ୍ଟୁରାଂଟରେ ବି କିଭଳି ରହିଛି ପରିବେଶ ସେନେଇ ଯାଂଚ ଚଳାଇଛି ବିଏମସି ।

Leave A Reply

Your email address will not be published.