ଦେଖନ୍ତୁ ଭିଡ଼ିଓ : ଜୀବନର ସବୁ ଅଭିଯୋଗ ଦୂର କରିଦେବ ଏହି ଭିଡିଓ, ବର୍ଷାରେ ଭୋଜନ କରି ସମାଜକୁ ଶିକ୍ଷା ଦେଉଛନ୍ତି ଏହି ବୃଦ୍ଧ ବ୍ୟକ୍ତି

0

Get real time updates directly on you device, subscribe now.

ଆମମଧ୍ୟରୁ ଅନେକ ଲୋକଙ୍କର ଜୀବନକୁ ନେଇ ବହୁତ୍ ଅଭିଯୋଗ ରହିଥାଏ । ଆମ ପାଖରେ ଯାହା ବି ଅଛି, ଆମେ ତାକୁ ନେଇ ସନ୍ତୁଷ୍ଟ ନୁହଁନ୍ତି । ଯେପରିକି ଯାହା ପାଖରେ ରହିବାପାଇଁ ଝୁମ୍ପୁଡ଼ି ଅଛି, ସେମାନଙ୍କୁ ପକ୍କା ଘର ଦରକାର୍ । ସେହିପରି ଯାହା ପାଖରେ ପକ୍କା ଘର ଅଛି ତାର ବଙ୍ଗଳା ଦରକାର୍ । ଏହିପରି ଖାଇବା ପିଇବାକୁ ନେଇ ମଧ୍ୟ ଆମର ଅନେକ ଅଭିଯୋଗ ରହିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଭିଡିଓ ଦେଖାଇବା ପାଇଁ ଯାଉଛୁ, ଯାହାକୁ ଦେଖିବାପରେ ଆପଣଙ୍କ ଜୀବନରୁ ସବୁ ଅଭିଯୋଗ ଦୂର ହୋଇଯିବ । ଆପଣ ଯେଉଁଠାରେ ଅଛନ୍ତି ତା ପାଇଁ ନିଜକୁ ବହୁତ୍ ଭାଗ୍ୟଶାଳୀ ଅନୁଭବ କରିବେ । ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ବର୍ଷାରେ ଖାଇବା ଖାଉଥିବା ଜଣେ ବାସହୀନ ବୃଦ୍ଧଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି ।

ବର୍ଷାରେ ଖାଇବା ଖାଉଥିବା ବୃଦ୍ଧଙ୍କୁ ଦେଖି ଆଖିରେ ଆସିଗଲା ଲୁହ :-

ଏହି ଭାଇରାଲ ଭିଡ଼ିଓରେ ଦେଖାଯାଇପାରେ ଯେ ବର୍ଷା ହେଉଛି । ଏହା ମଧ୍ୟରେ ଜଣେ ବୃଦ୍ଧ ସ୍କୁଟି ତଳେ ନିଜର ଖାଇବା ଥାଳି ରଖି ଭୋଜନ ଗ୍ରହଣ କରୁଛନ୍ତି । ସେ ନିଜେ ଭିଜୁଛନ୍ତି, କିନ୍ତୁ ନିଜ ଖାଇବାକୁ ବର୍ଷାରୁ ବଞ୍ଚାଇବା ପାଇଁ ସେ ରାସ୍ତାରେ ଠିଆ ହୋଇଥିବା ସ୍କୁଟିର ସାହାଯ୍ୟ ନେଇଛନ୍ତି ।

ବୃଦ୍ଧଙ୍କୁ ଦେଖିଲେ ଲାଗୁଛି ସେ ବାସହୀନ ଅଟନ୍ତି ଏବଂ ସେ ବହୁତ୍ ଦିନରୁ ପେଟପୂରା ଖାଇବା ଖାଇନାହାନ୍ତି । ଏହି ଭିଡିଓକୁ ଦେଖି ଲୋକମାନେ ବହୁତ୍ ଭାବୁକ ହେଉଛନ୍ତି । ସେହିପରି କିଛି ଲୋକଙ୍କୁ ଏହି ଅବସ୍ଥାକୁ ଦେଖି ରାଗ ମଧ୍ୟ ଲାଗୁଛି । ଜଣେ ୟୁଜର କହିଛନ୍ତି ଭିଡିଓ ତିଆରି କରୁଥିବା ଲୋକ ତାଙ୍କୁ ସାହାଯ୍ୟ କରିବା ଉଚିତ୍ ଥିଲା । ସେହିପରି କିଛି ଲୋକ ସରକାରଙ୍କୁ ଏହି ଗରିବ ଅବସ୍ଥା ପାଇଁ ଦୋଷ ଦେଇଛନ୍ତି ।

ଲୋକେ କହିଲେ – ଭିଡିଓ କରନାହିଁ, ସାହାଯ୍ୟ କର :-

କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଆମେ ଏହିପରି ଅବସ୍ଥାକୁ ଭଲଭାବେ ଜାଣିଛୁ । ଯେତେବେଳେ ଘରୁ ବାହାରୁ, ସେତେବେଳେ ଏପରି ଅନେକ ଗରିବ ଦେଖୁ । କିନ୍ତୁ ଆମେ ଅଣଦେଖା କରି ଆଗକୁ ଚାଲିଯାଉ । ତାପରେ ସୋସିଆଲ ମିଡିଆରେ ତାଙ୍କ ଉପରେ ଦୟା ଦେଖାଇବାର ନାଟକ କରନ୍ତି । ଆମକୁ ଏପରି ଲୋକଙ୍କୁ ସାହାଯ୍ୟ କରିବାପାଇଁ ଆଗକୁ ଆସିବା ଉଚିତ୍ ।

Leave A Reply

Your email address will not be published.