ବହୁତ ଶୀଘ୍ର ପୃଥିବୀରେ ଓଲ୍ହାଇବ ଜହ୍ନ ! ଦୁବାଇରେ କରିବା ଲ୍ୟାଣ୍ଡ ! ୪୦ ହଜାର କୋଟି ଟଙ୍କା ହେବ ଖର୍ଚ୍ଚ …….

0

Get real time updates directly on you device, subscribe now.

ମଧ୍ୟ ପ୍ରାଚ୍ୟର ଦେଶଗୁଡିକର ସହର ଗୁଡିକ ନିଜର ନୂଆନୂଆ ଦୁଃଶାହସିକ କାର୍ଯ୍ୟ ସହିତ ବିଶ୍ୱକୁ ବିସ୍ମିତ କରିବାରରେ ଯେପରି ଲାଗିଛନ୍ତି । ଅଭିନବ, ଆକର୍ଷଣୀୟ, ଅଦ୍ୱିତୀୟ ଅଟ୍ଟାଳିକା ମାନ ତିଆରି କରି ସମଗ୍ର ବିଶ୍ବକୁ ଚକିତ କରିବା ସହ ନିଜ ଆଡକୁ ଆକର୍ଷିତ ମଧ୍ୟ କରୁଛନ୍ତି । ଏପରି ସହର ମଧ୍ୟରେ ଦୁବାଇ ଅନ୍ୟତମ । ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫା ସହ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର୍ ପରେ ଏବେ ଆଉ ଗୋଟେ ଦୁଃଶାହସିକ କାର୍ଯ୍ୟ ସହିତ ବିଶ୍ୱକୁ ବିସ୍ମିତ କରାଇବା ପାଇଁ ପ୍ଲାନିଂ କରୁଛି ଦୁବାଇ । ବୁର୍ଜ ଖଲିଫା ଦୁବାଇର ମରୁଭୂମିରେ ଠିଆ ହୋଇଥିବା ବିଶ୍ୱର ସବୁଠାରୁ ଉଚ୍ଚତମ କୋଠା ଅଟେ ।

ଏହି କୋଠାର ଉଚ୍ଚତା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । ଏଥି ସହିତ, ବର୍ତ୍ତମାନ ଦୁବାଇ ପୁଣିଥରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରାଇବାକୁ ଯାଉଛି, କାରଣ ଏହି ଦେଶ ନିଜ ମାଟିରେ ଚନ୍ଦ୍ର ଅବତରଣ କରିବାକୁ ପ୍ରସ୍ତୁତି ଚଳାଇଛି । ଆପଣ ଠିକ୍ ଶୁଣିଲେ ଆଜ୍ଞା ଦୁବାଇ ଏବେ ନିଜର ଜହ୍ନ ନିର୍ମାଣ କରିବାକୁ ଯାଉଛି । ସେଠାରେ ଏକ ରିସୋର୍ଟ ହେବ ଯାହା ଚନ୍ଦ୍ରମା ପରି ଦେଖିବାକୁ ହେବ । ଆଉ ଏହି ମୁନ୍ ରିସୋର୍ଟର ଡିଜାଇନ ଗୋଟେ କାନାଡା କମ୍ପାନୀ ମୁନ୍ ୱାର୍ଲଡ ରିଜୋର୍ଟ ଇଂକ କରୁଛନ୍ତି ।

ସୂଚନାଯୋଗ୍ୟ ଏହି ଚନ୍ଦ୍ରର ଆକାର ୭୩୫ ଫୁଟ ହେବ । ଆଉ ଏଠାରେ ଧ୍ୟାନ ଦେବା କଥା ହେଉଛି ଏହି ଚନ୍ଦ୍ର ତିଆରି କରିବା ପାଇଁ ପ୍ରାୟ ୫ ବିଲିୟନ ଡଲାର ଖର୍ଚ୍ଚ ହେବାକୁ ଯାଉଛି । ଏହାକୁ ଭାରତୀୟ ଟଙ୍କା ସହିତ ତୁଳନା କଲେ ପ୍ରାୟ ୪୦ ହଜାର କୋଟି ଟଙ୍କା ହେବ । ଯାହାକୁ ଖର୍ଚ୍ଚ କରି ଦୁବାଇ ନିଜ ମାଟିରେ ଚନ୍ଦ୍ର ପ୍ରସ୍ତୁତ କରିବାକୁ ଯାଉଛି । ଏହା ବ୍ୟତୀତ ଏହି ବିଶାଳ ଚନ୍ଦ୍ର ତିଆରି କରିବାକୁ ୪ବର୍ଷ ସମୟ ଲାଗିବ । ଦୁବାଇରେ ପୂର୍ବରୁ ଅନେକ ଦାମୀ ମଲ୍ ଓ ବିଳାସପୂର୍ଣ୍ଣ ଏବଂ ପର୍ଯ୍ୟଟନ ସ୍ଥାନ ଅଛି । ଯେଉଁଥିରେ ଆଟଲାଣ୍ଟିସ୍ ପାମ ଜୁମାରେହ ରହିଛି ।

ବର୍ତ୍ତମାନ ଏହି ଚନ୍ଦ୍ର ବିଳାସପୂର୍ଣ୍ଣ ହୋଟେଲ ଓ ମଲ୍ ତାଲିକାରେ ମଧ୍ୟ ଯୋଡିହେବ । ବିଶ୍ୱାସ କରାଯାଏ ଯେ ପ୍ରତିବର୍ଷ ୨୫ ଲକ୍ଷ ଲୋକ ଏହି ନୂତନ ରିସର୍ଟ ପରିଦର୍ଶନ କରିବାକୁ ଯାଉଛନ୍ତି । ଆରବୀୟ ବ୍ୟବସାୟ ସହ କଥାବାର୍ତ୍ତା ବେଳେ ଚନ୍ଦ୍ର ୱାର୍ଲ୍ଡ ରିସର୍ଟ ଇନ୍କୋ-ସହ-ପ୍ରତିଷ୍ଠାତା ମାଇକେଲ ଆର ହେଣ୍ଡରସନ କହିଛନ୍ତି, “ଦୁବାଇରେ ଚନ୍ଦ୍ର” ଥିମ୍ ଥିବା ହୋଟେଲ ସହରର ଅର୍ଥନୀତିକୁ ଅଧିକ ଜୀବନ ଦେବ । ଏହା ଆତିଥ୍ୟ, ମନୋରଞ୍ଜନ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଓ ମହାକାଶ ପର୍ଯ୍ୟଟନ ପରି କ୍ଷେତ୍ରକୁ ବୃଦ୍ଧି କରିବ ।

Leave A Reply

Your email address will not be published.