୨୦୨୨ ଟି-ଟ୍ୱେଣ୍ଟି ୱାଲ୍ଡକପ୍ : ଟି-ଟ୍ୱେଣ୍ଟି ବିଶ୍ୱକପ୍ ପ୍ଲେଇଂ ୧୧ ରେ କିଏ ଖେଳିବା ଉଚିତ ? କାର୍ତ୍ତିକ ନା ପନ୍ତ ?

0

Get real time updates directly on you device, subscribe now.

୨୦୨୨ ଟି-୨୦ ବିଶ୍ୱକପ୍ :

ଏଥର ଭାରତୀୟ ଦଳ  ୨୦୨୨ ଏସିଆ କପ ପାଇଁ ଖେଳି ଥିବା ଟୁର୍ଣ୍ଣାମେଣ୍ଟ ବହୁତ ଦୁଃଖଦାୟକ ଥିଲା l ଯାହାକି ଭାରତୀୟ ଖେଳାଳି ମାନଙ୍କୁ ଏକ ଶକ୍ତ ଧକ୍କା ଦେଇଛି l ଏହା ସେମାନେ ଅଙ୍ଗେ ଲିଭେଇଛନ୍ତି l କାରଣ ସୁପର ଫୋର୍ ମ୍ୟାଚ୍ ରେ ଦୁଇ ଦୁଇ ଥର ହାରିଯିବା ଫଳରେ ଭାରତ ଫାଇନାଲ ରେସରୁ ବାଦ୍ ପଡ଼ିଛି l ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି-୨୦ ମ୍ୟାଚ୍ ପାଇଁ ଏକ ଭୟଙ୍କର ପରିସ୍ଥିତିକୁ ସାମ୍ନା କରିବାକୁ ପଡୁଛି l କାର୍ତ୍ତିକ ଓ ପନ୍ତଙ୍କ ମଧ୍ୟରୁ କିଏ ଖେଳିବ ଟୁର୍ଣ୍ଣାମେଣ୍ଟ ନା ଉଭୟଙ୍କୁ ମିଳିବ ଖେଳିବାର ସୁଯୋଗ ? ଏହି ପ୍ରଶ୍ନର ଉତ୍ତର ଚେତେଶ୍ୱର୍ ପୂଜାରା ଦେଇଛନ୍ତି ।

ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ପାଇଁ ଦିନେଶ କାର୍ତ୍ତିକଙ୍କୁ ଚୟନ କରିଥିବା ସମୟରେ ଋଷଭ ପନ୍ତଙ୍କୁ ଅପେକ୍ଷା କରିବା ପାଇଁ ପଡ଼ିଥିଲା l ଯେତେବେଳ କାର୍ତ୍ତିକ ଦୁଇଟି ମ୍ୟାଚ୍ ପରେ ଡ୍ରପ ହୋଇଯାଇଥିଲେ ସେତେବେଳେ ଭାରତର ନିଷ୍ପତିକୁ ଅନେକ ସମାଲୋଚନା କରିଥିଲେ l କ୍ରିକିନଫୋଙ୍କ ସହ ବାର୍ତ୍ତାଳାପ ସମୟରେ ପୁଜାରା କହିଛନ୍ତି ରୋହିତଙ୍କ ନେତୃତ୍ୱରେ ଦଳକୁ ବିଚାରକୁ ନେଲେ ଚୁଡାନ୍ତ ଏକାଦଶରେ ପନ୍ତ ଓ କାର୍ତ୍ତିକ ଦୁହିଁଙ୍କର ଆବଶ୍ୟକତା ରହିଛି l

ସେ ସୂଚନା ଦେଇଛନ୍ତି ଯେ ୫,୬ ଓ ୭ ନମ୍ବର ଖେଳାଳିଙ୍କୁ ଚୟନ କରିବାକୁ ହେଲେ ସେ ନିଜେ ଉଭୟଙ୍କ ସହ ଯିବେ l  ଅତୀତର ଟୁର୍ଣ୍ଣାମେଣ୍ଟ ଯେମିତି ଆମର ମୂଳଦୁଆକୁ ଦୋହଲାଇ ଦେଇଛି ସେହିଭଳି ଭବିଷ୍ୟତ ପାଇଁ ଆମକୁ ଖୁବ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ l ମୁଁ ନିଜେ ରିଷଭଙ୍କ ସହ ୫, ହାର୍ଦ୍ଧିକଙ୍କ ସହ ୬,ଓ ଡି.କେଙ୍କ ସହ ୭ ନମ୍ବର ରେ ଯିବି l ଆଶା କରୁଛି ଉଭୟ ସାମିଲ ହେବା ଅତ୍ୟନ୍ତ ଜରୁରୀ l

ସେ ଦୀପକ୍ ହୁଡ୍ଡାଙ୍କ ବିଷୟରେ ମତପ୍ରକାଶ କରିଛନ୍ତି ଯେ, ଦୀପକଙ୍କୁ ଯେତେ ପର୍ଯନ୍ତ ବୋଲିଂର ସୁଯୋଗ ଦିଆଯାଇ ନାହିଁ ସେତେ ପର୍ଯ୍ୟନ୍ତ ଆମକୁ କାର୍ତ୍ତିକ ଓ ପନ୍ତ ଉଭୟଙ୍କୁ ସହ ଯିବା ପାଇଁ ପଡ଼ିବ l ମୁଁ ଆଶା କରୁଛି ଯଦି ସେ ବୋଲିଂ କରିବେ ପନ୍ତ ମିସ୍ କରିବେ ଏବଂ ଦୀପକଙ୍କୁ ୫ନମ୍ୱର୍ ରେ ବ୍ୟାଟିଂ କରିବାକୁ ପଡ଼ିବ l ରବୀନ୍ଦ୍ର ଜାଡେଜାଙ୍କ ଆଘାତ ପରିଚାଳନା କମିଟି ସମ୍ମୁଖରେ ଏକ ସମସ୍ୟା ସୃଷ୍ଟି କରିଛି, କାହିଁକି ନା ସେ ମଧ୍ୟ ଏକ ଫିନିସର ଭୂମିକା ଗ୍ରହଣ କରିପାରନ୍ତି

Leave A Reply

Your email address will not be published.