ଥାନାରେ ସ୍ୱାମୀର ହାଇ ଭୋଲ୍ଟେଜ ଡ୍ରାମା, ହୋଟେଲରେ ସ୍ତ୍ରୀକୁ ପ୍ରେମିକ ସହ ରେଡ ହ୍ୟାଣ୍ଡରେ ଧରିଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପଞ୍ଜାବରେ ଜଣେ ମହିଳା ନିଜ ପ୍ରେମିକ ସହ ଧରାପଡିଯିବା ପରେ ତାଙ୍କ ସ୍ଵାମୀ ଥାନାରେ ହାଇ ଭୋଲ୍ଟେଜ ଡ୍ରାମା କଲା । ମହିଳା ରେଡ ହ୍ୟାଣ୍ଡରେ ଧରିଲେ । ସେ ନିଜେ ଦୁହିଁଙ୍କୁ ଧରି ଥାନାକୁ ନେଇଗଲେ ଏବଂ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କଲେ ।

ମାମଲାଟି ଅମୃତସରର ଥାନା ବି ଡିଭିଜନର ଅଟେ । ସ୍ବାମୀ କହିଛନ୍ତି, ” ମୋର ମୋ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ ଥିଲା । ଯେଉଁ କାରଣରୁ ସ୍ତ୍ରୀର ମୋବାଇଲରେ ରେକର୍ଡ଼ିଂ ଅନ କରିଦେଇଥିଲି । ଯେଉଁ ଆଧାରରେ ଜଣାପଡ଼ିଲା ଯେ ସ୍ତ୍ରୀ ଗୁରୁବାର ଦିନ ନିଜ ପ୍ରେମିକ ସହ ଦେଖା କରିବାପାଇଁ ହୋଟେଲ ଯିବ ।”

ସ୍ବାମୀ ଆଗକୁ କହିଛନ୍ତି, “ମୁଁ ଅପେକ୍ଷା କଲି ଏବଂ ଯେତେବେଳେ ସ୍ତ୍ରୀ ହୋଟେଲରେ ପହଞ୍ଚିଲା, ସେତେବେଳେ ସେଠାରେ ତାକୁ ତା ପ୍ରମିକ ସହ ଧରିନେଲି । ଏହାପରେ ଦୁହିଁଙ୍କୁ ଧରି ଥାନାରେ ପହଞ୍ଚିଲି । ବର୍ତ୍ତମାନ୍ ମୁଁ ଚାହୁଁଛି ଯେ ପୋଲିସ ଏହି ମାମଲାରେ ଆକ୍ସନ ନେଉ ।”

ପ୍ରେମ ସମ୍ପର୍କର ଖୁଲାସା ହେବାପରେ ମଧ୍ୟ ସ୍ତ୍ରୀ ମୁହଁରେ ଟିକେ ବି ଭୟ କି ଲାଜ ନଥିଲା । ସେ ନାଲି ହାତରେ ଧରାପଡିଯିବା ପରେ ମଧ୍ୟ ହସୁଥିଲା । କେବଳ ଏତିକି ନୁହେଁ ସେ ପୋଲିସ ସାମ୍ନାରେ କହିଲା, ” ଯଦି ବି ଧରାପଡ଼ିଗଲି, ତାହେଲେ କଣ ହେଇଗଲା ସେଇଠୁ । ବର୍ତ୍ତମାନ୍ କିଛି ଦିନ ପୂର୍ବରୁ ହିଁ ଅଫେୟର ଆରମ୍ଭ ହୋଇଥିଲା ।”

ଏହି ମାମଲାରେ ପୋଲିସ କହିଛି ଯେ, ” ତିନିଜଣ ଯାକ ଥାନାରେ ଅଛନ୍ତି । ସ୍ବାମୀ, ସ୍ତ୍ରୀ ଏବଂ ପ୍ରେମିକର ବୟାନ ରିପୋର୍ଟ୍ କରାଯିବ । ଏହା ଏକ ଘରୋଇ ମାମଲା ଅଟେ, ତେଣୁ ସେମାନଙ୍କର କାଉନସେଲିଂ ମଧ୍ୟ କରାଯିବ । ଯଦି ଆକ୍ସନ ନେବା ଆବଶ୍ୟକ ପଡ଼ିବ, ତେବେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।”

Leave A Reply

Your email address will not be published.