ଏହି Blood Group ବାଲାଙ୍କୁ ସବୁଠାରୁ ଅଧିକ ରହିଛି ବ୍ରେନ ଷ୍ଟ୍ରୋକର ବିପଦ, ବର୍ତ୍ତମାନ ଠାରୁ ହୋଇଯାନ୍ତୁ ସତର୍କ

0

Get real time updates directly on you device, subscribe now.

ଷ୍ଟ୍ରୋକ ଏପରି ଗମ୍ଭୀର ପରିସ୍ଥିତି ଅଟେ, ଯାହା ସେତେବେଳେ ଉତ୍ପନ୍ନ ହୋଇଥାଏ, ଯେତେବେଳେ ମସ୍ତିଷ୍କରେ ରକ୍ତ ପ୍ରବାହ ଅଟକିଯାଏ । ଏହା ନ୍ୟୁରୋଲୋଜିକାଲ ପ୍ରବ୍ଲେମ୍ ଅଟେ, ଯାହାକୁ ବ୍ରେନ ଆଟାକ ମଧ୍ୟ କୁହାଯାଏ । ଯଦି ସହଜ ଭାଷାରେ କହିବା, ତେବେ ଯେତେବେଳେ ମସ୍ତିଷ୍କରେ ବ୍ଲଡ଼ ବେସେଲ୍ସ ଫାଟିଯାଏ ଏବଂ ରକ୍ତ ବାହାରିବାକୁ ଲାଗେ, ସେତେବେଳେ ଷ୍ଟ୍ରୋକ ପରିସ୍ଥିତି ଆସିଥାଏ । ଏହି ଅବସ୍ଥାରେ ମଣିଷର ମୃତ୍ୟୁ ମଧ୍ୟ ହୋଇଯାଏ । ନିକଟରେ ଗୋଟିଏ ରିସର୍ଚ୍ଚ କରାଯାଇଛି, ଯେଉଁଥିରେ ଜଣାପଡିଛି ଯେ କେଉଁ ବ୍ଲଡ଼ ଗ୍ରୁପର ଲୋକମାନଙ୍କ ଠାରେ ଅଧିକ ଷ୍ଟ୍ରୋକର ବିପଦ ରହିଥାଏ ।

ଏହି ଲୋକମାନଙ୍କୁ ଷ୍ଟ୍ରୋକର ଅଧିକ ବିପଦ :-

Dailymail ର ରିପୋର୍ଟ୍ ଅନୁଯାୟୀ, ରିସର୍ଚ୍ଚର୍ସ କହିଛନ୍ତି ଯେ ଯେକୌଣସି ବ୍ୟକ୍ତିଙ୍କ ବ୍ଲଡ଼ ଗ୍ରୁପ ଦ୍ଵାରା ଷ୍ଟ୍ରୋକର ବିପଦ ବିଷୟରେ ଚେକ୍ କରିହେବ । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ବ୍ଲଡ଼ ଗ୍ରୁପ୍ A ବାଲା ଲୋକମାନଙ୍କ ମଧ୍ୟରେ ଅନ୍ୟ ସମସ୍ତ ବ୍ଲଡ଼ ଗ୍ରୁପର ଲୋକଙ୍କ ତୁଳନାରେ 60 ବର୍ଷ ବୟସ ପୂର୍ବରୁ ଷ୍ଟ୍ରୋକର ବିପଦ 16 ପ୍ରତିଶତ ଅଧିକ ହୋଇଥାଏ । ବ୍ଲଡ ଗ୍ରୁପ୍ ସହିତ ଲିଙ୍ଗ, ଓଜନ ଏବଂ ଅନ୍ୟ କାରଣ ମଧ୍ୟ ଦାୟୀ ହୋଇଥାନ୍ତି ।

ଏହାବ୍ୟତୀତ ବ୍ଲଡ଼ ଗ୍ରୁପ B ବାଲା ଲୋକଙ୍କୁ ଷ୍ଟ୍ରୋକର ଅଧିକ ବିପଦ ଥିଲା, କିନ୍ତୁ ବ୍ଲଡ଼ ଗ୍ରୁପ୍ O ବାଲାଙ୍କ ପାଇଁ ସବୁଠାରୁ କମ୍ ବିପଦ ଥିଲା । ରିସର୍ଚ୍ଚର୍ସ କହିଛନ୍ତି ଯେ କିଛି ବ୍ଲଡ଼ ଗ୍ରୁପ୍ ପାଇଁ ଏହି ବିପଦ ସାଧାରଣ ଥିଲା ଏବଂ ଲୋକଙ୍କୁ ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ ।

ରିସର୍ଚ୍ଚର୍ସ କହିଛନ୍ତି ଯେ, ଷ୍ଟଡିରେ O ବ୍ଲଡ଼ ଗ୍ରୁପ ବାଲାଙ୍କୁ 60 ବର୍ଷ ବୟସ ପୂର୍ବରୁ ଷ୍ଟ୍ରୋକ ହେବାର ସମ୍ଭାବନା 12 ପ୍ରତିଶତ କମ ଥିଲା । କିନ୍ତୁ B ଏବଂ AB ପ୍ରକାରର ବ୍ଲଡ଼ ଗ୍ରୁପ୍ ଉପରେ କୌଣସି ପ୍ରଭାବ ପଡ଼ିନଥିଲା ।

ଏହି ବ୍ଲଡ଼ ଗ୍ରୁପ୍ ଲୋକଙ୍କୁ ରହିଛି ଏତେ ପ୍ରତିଶତ ଅଧିକ ବିପଦ :-

ଓ ପଜିଟିଭ ( O positive) : 38% ଅଧିକ

ଓ ନେଗେଟିଭ (O negative) : 7% ଅଧିକ

ଏ ପଜିଟିଭ (A positive) : 34% ଅଧିକ

ଏ ନେଗେଟିଭ (A negative) : 6% ଅଧିକ

ବି ପଜିଟିଭ ( B positive) : 9% ଅଧିକ

ବି ନେଗେଟିଭ (B negative) : 2% ଅଧିକ

ଏବି ପଜିଟିଭ ( AB positive) : 3% ଅଧିକ

ଏବି ନେଗେଟିଭ (AB negative) : 1% ଅଧିକ

ତେବେ ଏହାର ପ୍ରାରମ୍ଭିକ ଚିକିତ୍ସା ବିକଶିତ ହୋଇପାରିନାହିଁ । ସମସ୍ତଙ୍କୁ ଷ୍ଟ୍ରୋକର ବିପଦକୁ କମ୍ କରିବାପାଇଁ ସଠିକ୍ ପଦକ୍ଷେପ ନେବା ଉଚିତ୍ । ଠିକ୍ ସମୟରେ ବ୍ଲଡ଼ ପ୍ରେସର୍ ଚେକ୍ କରାଇବା ଉଚିତ୍ ଏବଂ ଭଲ ଲାଇଫଷ୍ଟାଇଲ ରଖିବା ଉଚିତ୍ ।

Leave A Reply

Your email address will not be published.