ଅଧିକାଂଶ ପୁରୁଷ ତାଙ୍କର ଗାର୍ଲଫ୍ରେଣ୍ଡ କିମ୍ବା ସ୍ତ୍ରୀଙ୍କୁ ଏହି ୮ଟି ମିଛ କହିଥାନ୍ତି,ଜାଣନ୍ତୁ ସେ ୮ଟି ମିଛ କଣ ?

0

Get real time updates directly on you device, subscribe now.

ମହିଳା, ପୁରୁଷ ଓ ପିଲା ସମସ୍ତେ ମିଛ କଥା କୁହନ୍ତି। ମିଛ କହିବା ମଣିଷର ଏକ ପ୍ରକୃତି ଅଟେ। ଏହା କୌଣସି କଷ୍ଟ ପରିସ୍ଥିତିରୁ ବାହାରିବାର ଏକ ଉପାୟ ଅଟେ। କିନ୍ତୁ ଏହାର ଆଦୌ ଏହା ଅର୍ଥ ନୁହେଁକି କେବଳ କଠିନ ପରିସ୍ଥିତିରୁ ବାହାରିବା ପାଇଁ ବ୍ୟକ୍ତି ମିଛ କୁହେ। ଅନେକଥର ଲୋକ ନିଜର ସତକୁ ଲୁଚାଇବା ପାଇଁ ମିଛ କୁହେ। ଅନେକ ମାମଲାରେ ଲୋକ ଭୁଲକୁ ଲୁଚାଇବା ପାଇଁ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ମିଛ କୁହନ୍ତି। କିଛି ଲୋକ ଏମିତି ମଧ୍ୟ ଥାନ୍ତି ଯେଉଁମାନେ ବିନା କାରଣରେ ମିଛ କୁହନ୍ତି। ରିଲେସନଶିପରେ ମିଛ କଥା କହିଲେ ଅନେକଥର ଝଗଡା, କିମ୍ବା ପାର୍ଟନରଙ୍କୁ ଖୁସି ରଖିବା ପାଇଁ ମିଛ କୁହନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏମିତି କମନ ମିଛ କଥା ବିଷୟରେ କହିବାକୁ ଯାଉଛୁ ଯାହାକି ପ୍ରାୟତଃ ପୁରୁଷ ନିଜର ସ୍ତ୍ରୀ କିମ୍ବା ଗାର୍ଲଫ୍ରେଣ୍ଡ କିମ୍ବା ମହିଳା ମିତ୍ରଙ୍କୁ କୁହନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ।

ମୁଁ ସିଙ୍ଗେଲ ଅଛି:-

ପ୍ରାୟତଃ ଦେଖାଯାଏକି କୌଣସି ରିଲେସନଶିପରେ ରହି ମଧ୍ୟ ଯେତେବେଳେ ପୁରୁଷ କୌଣସି ଦ୍ଵିତୀୟ ମହିଳାଙ୍କ ଆଡକୁ ଆକର୍ଷିତ ହୁଅନ୍ତି ସେତେବେଳେ ସେ ମିଛ କହିଦିଅନ୍ତିକି ସେ ସିଙ୍ଗେଲ ଅଛନ୍ତି। ଏହିପରି ମିଛ କହି ପୁରୁଷ ଚାହାନ୍ତିକି ସାମ୍ନା ଲୋକ ମହିଳା ତାଙ୍କ ସହିତ କଥାବାର୍ତ୍ତା ବନ୍ଦ ନ କରିଦିଅନ୍ତୁ।

ମୁଁ ତାଙ୍କୁ ଦେଖୁନଥିଲି:-

ଏମିତି ଅନେକ ମାମଲା ସାମ୍ନାକୁ ଆସେ ଯେଉଁଠି ପୁରୁଷ ନିଜର ମହିଳା ପାର୍ଟନରଙ୍କ ସହିତ ବାସନ୍ତୀ। ଅଚାନକ ଯେତେବେଳେ କୌଣସି ଦ୍ଵିତୀୟ ମହିଳାଙ୍କ ସାମ୍ନା ଦେଇ ଯାନ୍ତି ସେତେବେଳେ ପୁରୁଷ ତାଙ୍କୁ ଦେଖିବାକୁ ଲାଗନ୍ତି। ଯେତେବେଳେ ପାର୍ଟନର ଏମିତି କରିବାରେ ତାଙ୍କୁ ଅଟକାନ୍ତି ସେତେବେଳେ ପ୍ରାୟତଃ ପୁରୁଷ ଏହି କଥାକୁ ବୁଲାଇ ଦିଅନ୍ତି ନଚେତ ମିଛ କହିଦିଅନ୍ତି। ସେହି ମହିଳାଙ୍କୁ ଦେଖୁନଥିଲେ ବରଂ ଅଚାନକ କିଛି ଚିନ୍ତା କରୁଥିଲେ।

ମୁଁ କେବେ ସ୍ମୋକ କରିନି କିମ୍ବା ମୁଁ ସିଗାରେଟ ଛାଡି ଦେଇଛି:-

ରିଲେସନଶିପରେ ପ୍ରାୟତଃ ମହିଳା ପୁରୁଷଙ୍କୁ ସ୍ମୋକ କରିବା ପାଇଁ ଯେତେବେଳେ ମନା କରନ୍ତି ସେତେବେଳେ ପୁରୁଷ ନିଜର ପାର୍ଟନରଙ୍କୁ ଦେଖା କରିବା ପୂର୍ବରୁ ସ୍ମୋକ କରିନିଅନ୍ତି। ଯଦି ପାର୍ଟନରଙ୍କୁ ପୁରୁଷଙ୍କ ଠାରୁ ସିଗାରେଟର ଗନ୍ଧ ଆସେ ସେତେବେଳେ ସେ ଏହା କହି ମିଛ କୂଅହନ୍ତିକି ତାଙ୍କ ସାମ୍ନାରେ ଜଣେ ବ୍ୟକ୍ତି ସିଗାରେଟ ଟାଣୁଥିଲେ ଯେଉଁ କାରଣରୁ ତାଙ୍କର ସିଗାରେଟ ଧୂଆଁ ତାଙ୍କ କପଡାରେ ଚଢିଯାଇଛି।

ମୁଁ କେବଳ ତୁମ ବିଷୟରେ ଚିନ୍ତା କରେ:-

ଅନେକଥର ପାର୍ଟନରଙ୍କ ହୃଦୟ ଜିତିବା ଓ ତାଙ୍କୁ ଦୁଃଖୀ ନ କରିବା ପାଇଁ ପୁରୁଷ ଏହି ମିଛ କୁହନ୍ତିକି ମୁଁ କେବଳ ତୁମ ବିଷୟରେ ଚିନ୍ତା କରୁଛି।

ମୁଁ ତୁମ ବିନା ଗୋଟିଏ ଦିନ ରହିପାରିବି ନାହିଁ:-

ଆପଣ ପ୍ରାୟତଃ ଚଳଚ୍ଚିତ୍ରରେ ଦେଖିଥିବେଯେ ପ୍ରେମିକା ଫୋନରେ ତାଙ୍କର ଗାର୍ଲଫ୍ରେଣ୍ଡକୁ କୁହନ୍ତିଯେ ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ ଏବଂ ଫୋନ ରଖିବା ପରେ ତୁରନ୍ତ ତାଙ୍କର ପାର୍ଟୀ ଆରମ୍ଭ ହୋଇଯାଏ କିମ୍ବା ସେ ଏକ ପାର୍ଟୀର ଯୋଜନା ଆରମ୍ଭ କରନ୍ତି। ଏହିପରି ମିଛ କହି ପୁରୁଷମାନେ ନିଜର ସାଥୀଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରନ୍ତି।

ପଇସାକୁ ନେଇ ମିଛ:-

ପ୍ରାୟତଃ ପୁରୁଷମାନେ ମିଛ କୁହନ୍ତିଯେ ବିବାହ ପୂର୍ବରୁ ଝିଅକୁ ଇମପ୍ରେସ କରିବା ପାଇଁ ସେମାନଙ୍କ ପାଖରେ ବହୁତ ଟଙ୍କା ଅଛି। ଏଥି ସହିତ, ବିବାହିତ ପୁରୁଷମାନେ ନିଜ ପତ୍ନୀଙ୍କୁ ଟଙ୍କା ଥିଲେ ମଧ୍ୟ ଟଙ୍କା ନାହିଁ ବୋଲି ମିଛ କୁହନ୍ତି।

ବିବାହ ପୂର୍ବରୁ ସେକ୍ସ ନୁହେଁ:-କୌଣସି ଝିଅର ହୃଦୟ ଜିତିବା ପାଇଁ ପୁରୁଷମାନେ ପ୍ରାୟତଃ ମିଛ କୁହନ୍ତିଯେ ସେମାନେ ବିବାହ ପୂର୍ବରୁ ଆଦୌ ଅନ୍ତରଙ୍ଗ ହେବେ ନାହିଁ। କିନ୍ତୁ ଝିଅଟି ହଁ କହିବା କିମ୍ବା ସମ୍ପର୍କ ସ୍ଥାପନ କରିବା ମାତ୍ରେ ଖେଳ ସଂପୂର୍ଣ୍ଣ ବଦଳିଯାଏ।

ତୁମେ ପ୍ରଥମ ଝିଅ ଯାହାକୁ ପ୍ରେମ ହୋଇଛି:-

ପୁଅ ନିଜର ପ୍ରେମିକା କିମ୍ବା ପତ୍ନୀଙ୍କୁ ପ୍ରାୟତଃ ଏହା ମିଛ କୁହନ୍ତିକି ତାଙ୍କୁ କେବଳ ଥରେ ପ୍ରେମ ହୋଇଛି ଓ ତାହା ପୁଣି ତାଙ୍କୁ। ଅନେକ ଥର ନିଜର ଅତୀତରେ ରହୁଥିବା ଗାର୍ଲଫ୍ରେଣ୍ଡ ବିଷୟରେ ସେଥିପାଇଁ କୁହନ୍ତି ନାହିଁ କାରଣ ତାଙ୍କର ପାର୍ଟନର ଅସୁରକ୍ଷିତ ଅନୁଭବ କରିବେ।

ବର୍ତ୍ତମାନ ଆପଣ ଚିନ୍ତା କରୁଥିବେକି ତାଙ୍କର ପୁଅ ମିଛ କୁହନ୍ତି, ଝିଅ କୁହନ୍ତି ନାହିଁ? ଝିଅମାନେ ମଧ୍ୟ ମିଛ କୁହନ୍ତି।

Leave A Reply

Your email address will not be published.