ଶାଶୂଘର ଲୋକଙ୍କୁ ନିଶାଦ୍ରବ୍ୟ ଖୁଆଇ ଘରଛାତ ଦେଇ ପ୍ରେମିକ ସହିତ ଫେରାର ହେଲା ନୁଆଁ ବୋହୁ,ଚାରିମାସ ପୂର୍ବରୁ ହୋଇଥିଲା ବିବାହ,ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲାରେ ଜଣେ ନବବିବାହିତା କ୍ୟାସ ଏବଂ ଗହଣା ନେଇ କୁଆଡେ ପଳାଇଗଲା । ଆରୋପ ରହିଛି ଯେ ନୁଆଁବୋହୁ ଶାଶୂଘର ଲୋକଙ୍କୁ ଖାଦ୍ୟ ଏବଂ କ୍ଷୀରରେ ନିଶା ଜିନିଷ ମିଶାଇ ଦେଇଦେଲା । ଏହାପରେ ଛାତର ଗ୍ରିଲରେ ଶାଢ଼ୀ ବାନ୍ଧି ତା ସାହାଯ୍ୟରେ ବାହାରକୁ ଓହ୍ଲାଇ ପ୍ରେମକ ସହିତ ଫେରାର ହୋଇଗଲା । ଏହି ମାମଲାର ଅଭିଯୋଗ ମିଳିବା ପରେ ପୋଲିସ କେସ ରିପୋର୍ଟ୍ କରି ମାମଲାର ଯାଞ୍ଚ୍ ଆରମ୍ଭ କରିଦେଇଛି ।

ସୂଚନା ଅନୁଯାୟୀ, ଏହି ମାମଲା ସମ୍ଭଲ ଜିଲ୍ଲାର ସଦର କୋତବାଳି ଅଞ୍ଚଳର ହଲୁ ସମ୍ପ୍ରଦାୟର ଅଟେ । ହଲୁ ସମ୍ପ୍ରଦାୟର ଯୁବକଙ୍କ ବିବାହ ଚାରିମାସ ପୂର୍ବରୁ ମଧ୍ୟପ୍ରଦେଶ ସିବପୁରୀର ବାସିନ୍ଦା ଯୁବତୀ ମନିଷାଙ୍କ ସହ ହୋଇଥିଲା । ଅଭିଯୋଗ କରାଯାଇଛି ଯେ ଯୁବତୀଙ୍କର ପୂର୍ବରୁ ସିବପୁରୀର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଚାଲିଥିଲା । ସେ ନିଜ ସ୍ବାମୀ ଠାରୁ ମୁକ୍ତି ପାଇବାକୁ ଚାହୁଁଥିଲା ।

ପୀଡ଼ିତ ଯୁବକ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ସେପ୍ଟେମ୍ବର 1 ତାରିଖ ଦିନ ଖାଦ୍ୟରେ ଏବଂ କ୍ଷୀରରେ କୌଣସି ନିଶାଦ୍ରବ୍ୟ ମିଶାଇ ଦେଇଦେଲେ । ଯେତେବେଳେ ପୁରା ପରିବାର ନିଶାର ପ୍ରଭାବ ପରେ ଶୋଇପଡ଼ିଲେ, ସେତେବେଳେ ସେ ଘରେ ରଖାଯାଇଥିବା 70 ହଜାର ଟଙ୍କା କ୍ୟାସ ଏବଂ ଗହଣା ନେଇ ପଳାଇଲା । ଏହାପରେ ସେ ଘରର ଛାତରେ ଲାଗିଥିବା ଗ୍ରିଲରେ ଶାଢ଼ୀ ବାନ୍ଧି ବାହାରକୁ ପକାଇଲା ଏବଂ ସେଥିରେ ତଳକୁ ଓହ୍ଲାଇଲା । ସେ ନିଜ ପ୍ରେମିକ ହର୍ଷ ବର୍ମାଙ୍କ ସହ ରାତିରେ ହିଁ ଫେରାର ହୋଇଗଲେ ।

ଯେତେବେଳେ ପୀଡିତ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କ ନିଦ ଭାଙ୍ଗିଲା, ସେତେବେଳେ ଘରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପୀଡିତ ଯୁବକ ଦେଖିଲେ ଯେ ଦୁଇ ମହଲାରୁ ଗୋଟିଏ ଶାଢ଼ୀ ବାଲକୋନୀର ଗ୍ରିଲରେ ବାନ୍ଧି ହୋଇ ତଳକୁ ଝୁଲୁଛି । ଏହାପରେ ପୀଡିତ ବ୍ୟକ୍ତି ନିଜ ସ୍ତ୍ରୀକୁ ଖୋଜିବାକୁ ଲାଗିଲେ । ଯେତେବେଳେ ଆଖପାଖରେ ସେ ମିଳିଲା ନାହିଁ, ସେତେବେଳେ ଲାଗିଥିବା ସିସିଟିଭି ଫୁଟେଜ ଚେକ୍ କଲେ ଏବଂ ତାପରେ ଜଣାପଡ଼ିଲା ଯେ ମହିଳା କୌଣସି ବ୍ୟକ୍ତିଙ୍କ ପଛେ ପଛେ ରାସ୍ତାରେ ଯାଉଥିଲେ । ପୀଡିତ ଯୁବକ ଦାବି କରୁଛନ୍ତି ଯେ ସେହି ବ୍ୟକ୍ତି ହର୍ଷ ବର୍ମା ଅଟନ୍ତି । ଏହି ମାମଲାକୁ ନେଇ ପୀଡ଼ିତ ଯୁବକ ପୋଲିସ ଠାରେ ଅଭିଯୋଗ କରିଛନ୍ତି ।

ପୀଡିତ ଯୁବକ କହିଲେ – କ୍ଷୀର ପିଇବା ପରେ ନିଦ ଲାଗିଲା :-

ପୀଡିତ ଯୁବକ କହିଲେ ଯେ ରାତିରେ ମୋ ସ୍ତ୍ରୀ ମତେ କ୍ଷୀର ଦେଇଥିଲା, ଏହାପରେ ନିଦ ଲାଗିଲା । ତାର ପୂର୍ବରୁ କାହା ସହ ଚକ୍କର ଚାଲିଥିଲା । ସେ ଟଙ୍କା ଏବଂ ଗହଣା ନେଇ ପ୍ରେମିକ ସହ ପଳାଇଗଲା । ସିସିଟିଭି ଫୁଟେଜରେ ମହିଳା ହର୍ଷ ବର୍ମା ବ୍ୟକ୍ତିଙ୍କ ସହ ଯାଉଥିବା ଦେଖାଯାଉଛି । ପୋଲିସ କହିଛି ଯେ ମାମଲା ରୁଜ୍ଜୁ କରାଯାଇଛି ଏବଂ ଯାଞ୍ଚ୍ କରାଯାଉଛି । ଯାଞ୍ଚ କରିବା ପରେ ସବୁକିଛି ଜଣାପଡ଼ିବ ।

Leave A Reply

Your email address will not be published.