ଏସିଆ କପ: T20 କ୍ରିକେଟରୁ କେଏଲ ରାହୁଲଙ୍କର ହୋଇପାରେ ଛୁଟି ! ଏହି ଖେଳାଳି ହୋଇପାରନ୍ତି ଭାରତର ନୂଆ ଉପ-ଅଧିନାୟକ

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ର ଷ୍ଟାର ପ୍ଲେୟାର ଓ ଉପ-ଅଧିନାୟକ କେଏଲ ରାହୁଲ ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ତାଙ୍କ ବ୍ୟାଟରୁ ରନ ବାହାରିବା ବହୁତ ମୁସ୍କିଲ ହୋଇପଡ଼ିଛି। ଭାରତୀୟ ଟିମ ପାଇଁ ସେ ସବୁଠାରୁ ବଡ଼ ଦୁର୍ବଳତା ହୋଇଛନ୍ତି। କେତେକ ପୂର୍ବ କ୍ରିକେଟର ତାଙ୍କ ବ୍ୟାଟିଂ କୁ ନେଇ ଆଲୋଚନା କରିଛନ୍ତି ଓ ତାଙ୍କୁ ଦଳରୁ ବାହାର କରିବାପାଇଁ ଡିମାଣ୍ଡ କରୁଛନ୍ତି। ଏମିତି ରେ ଜଣେ ଖେଳାଳି ରହିଛି ଯିଏକି ତାଙ୍କ ସ୍ଥାନ ନେଇପାରନ୍ତି ଓ ଟିମ ଇଣ୍ଡିଆର ଉପ-ଅଧିନାୟକ ମଧ୍ୟ ହୋଇପାରନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ।

ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଲେ କେଏଲ ରାହୁଲ:-

କେଏଲ ରାହୁଲ ଏସିଆ କପରେ ସମ୍ପୂର୍ଣ୍ଣ ଭାବରେ ଫେଲ ହୋଇଛନ୍ତି। ପାକିସ୍ତାନ ବିପକ୍ଷରେ ତାଙ୍କ ବ୍ୟାଟରୁ କୌଣସି ରନ ବାହାରି ନଥିଲା। ହଙ୍ଗକଂଗ ଭଳି ଏକ ଦୁର୍ବଳ ଟିମ ବିପକ୍ଷରେ ମଧ୍ୟ ସେ ଖାଆସ କରି ପାରିନଥିଲେ। ସେ 39 ବଲରୁ 36 ରନ କରି ଆଉଟ ହୋଇଯାଇଥିଲେ। T20 କ୍ରିକେଟରେ ତାଙ୍କର ଷ୍ଟ୍ରାଇକରେଟ ବହୁତ ତଳକୁ ଆସିଯାଇଛି। ସମୟ ଥିଲା ରୋହିତ ଶର୍ମାଙ୍କ ପରେ ସେ ଆଗାମୀ ଅଧିନାୟକ ହେବାର ଆଲୋଚନା ହେଉଥିଲା କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଥାନକୁ ନେଇ ସନ୍ଦେହ ଜାରି ହୋଇଛି।

ଏହି ଖେଳାଳି ହୋଇପାରେ ଉପ-ଅଧିନାୟକ:-

ଯଦି କେଏଲ ରାହୁଲ ଆଗାମୀ କିଛି ମ୍ୟାଚରେ ନିଜର ପ୍ରଦର୍ଶନ ଦେଖାଇବାରେ ସଫଳ ନରୁହନ୍ତି ତାହେଲେ ତାଙ୍କୁ ଦଳରୁ ବାହାର କରି ଦିଆଯାଇପାରେ ଓ ତାଙ୍କ ସ୍ଥାନରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଉପ-ଅଧିନାୟକ ବନା ଯାଇପାରେ। କାରଣ ହାର୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସମୟରେ ବ୍ୟାଟ ଓ ବଲରେ ବହୁତ କମାଲ କରୁଛନ୍ତି।

ଆଇପିଏଲରେ ଦେଖାଇଲେ ନିଜ ଦମ:-

ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତା ଯୋଗୁଁ ଗୁଜୁରାଟ ଟାଇଟନ୍ସ ଆଇପିଏଲରେ ଟ୍ରଫି ଜିତିଲା। ସେ ବୋଲିଂରେ ବହୁତ ଭଲ ପରିବର୍ତ୍ତନ ଆଣୁଛନ୍ତି ଓ ବ୍ୟାଟିଂରେ ନିଜକୁ ବହୁତ ସୁଧାରିଛନ୍ତି। ହାର୍ଦିକ ଏହିବର୍ଷ ଟିମ ଇଣ୍ଡିଆ ପାଇଁ 14ଟି T20 ମ୍ୟାଚ ଖେଳିଛନ୍ତି ଓ ଏଥିରେ ସେ ଭାରତ ପାଇଁ 34.88 ଆଭରେଜରେ 314 ରନ ବନାଇଛନ୍ତି। ସେ ନିଜ ଦମରେ ଟିମ ଇଣ୍ଡିଆକୁ ମ୍ୟାଚ ଜିତାଇବାରେ ସକ୍ଷମ ଅଟନ୍ତି। ହାର୍ଦିକଙ୍କ ପ୍ରଦର୍ଶନରେ ବହୁତ ସୁଧାର ଦେଖିବାକୁ ମିଳିଛି।

Leave A Reply

Your email address will not be published.