ବର୍ବରତାର ସବୁ ସୀମା ପାର ହେଲା ସ୍ୱାମୀ : ବାପଘରକୁ ଯିବାରୁ… ସ୍ତ୍ରୀ ଆଖିରେ ଆଙ୍ଗୁଠି ପୂରାଇ ଡୋଳା କାଢ଼ି ଆଣିଲା,ଆଉ ତା ପରେ ନିଆଁରେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହର ବନ୍ଧନ ଏହି ଦୁନିଆରେ ବହୁତ ଖାସ ହୋଇଥାଏ କାହିଁକି ନା ଗୋଟେ ଅଜଣା ପୁଅ ଓ ଗୋଟେ ଅଜଣା ଝିଅ ବିବାହ ବନ୍ଧନରେ ବାନ୍ଧିହେବା ପରେ ସାତ ଜନ୍ମ ସାଙ୍ଗରେ ରହିବା ପାଇଁ ପ୍ରତିଜ୍ଞା ନିଅନ୍ତି ।

ଜଣେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ମଧ୍ୟରେ ସବୁଠୁ ବଡ଼ ଯେଉଁ ବନ୍ଧନ ହେଇଥାଏ ସେ ହେଉଛି ଭଲ ପାଇବା ଓ ବିଶ୍ୱାସ । ଏହା ବଦଳରେ ସମ୍ପର୍କ ଲମ୍ବା ଚାଲିଥାଏ ଓ ପରସ୍ପର ବାନ୍ଧି ହୋଇ ରହିଥାନ୍ତି ।ସମାଜରେ ସବୁବେଳେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ଦେଖିବାକୁ ମିଳେ, ନାରୀ ମାନଙ୍କ ଦୋଷ ଥାଉ କିମ୍ବା ନଥାଉ ତାଙ୍କ ଉପରେ ପୁରୁଷ ମାନେ ନିର୍ଦୟଙ୍କ ଭଳି ସବୁବେଳେ ଅତ୍ୟାଚାର କରୁଥିବା ଘଟଣା ଦେଖିବାକୁ ମିଳେ।

ତେବେ ଘଟଣା ହେଉଚି ସ୍ତ୍ରୀ ଜଣକ ବାରମ୍ବାର ବାପଘରକୁ ଯାଉଥିବା ସ୍ତ୍ରୀକୁ ଅକଥନୀୟ ନିର୍ଯାତନା ଦେଇଛି ସ୍ୱାମୀ। ଏଭଳି ମାମଲା ସାମ୍ନାକୁ ଆସିଛି ଛତିଶଗଡ଼ର ସରଗୁଜା ଜିଲ୍ଲାରେ। ଏଭଳି କାରନାମା ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ ଶାଶୁ ଓ ଦିଅର ଏନେଇ ପୋଲିସକୁ ଖବର ଦେଇଥିଲେ।

ତେବେ ବାରମ୍ବାର ବାପା ଘରକୁ ଯାଉଛୁ କହି ଆଙ୍ଗୁଠି ପୂରାଇ ଡୋଳା କାଢ଼ି ଆଣିଛି। ଏତିକିରେ ମନ ଶାନ୍ତି ହେଲାନି ଯେ ଡୋଳାକୁ ନିଆଁକୁ ଫିଙ୍ଗି ଦେଇଛି ନୃଶଂସ ସ୍ୱାମୀ। ଏଥିସହ ସ୍ତ୍ରୀକୁ ପ୍ରବଳ ପିଟିଛି।କୁହାଯାଉଛି ଯେ ଏବେ ମହିଳାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କର ଚିକିତ୍ସା ଅମ୍ବିକାପୁର ମେଡିକାଲ କଲେଜ ହସ୍ପିଟାଲରେ ଚାଲିଛି। ପୋଲିସ ଅଭିଯୁକ୍ତ ସ୍ୱାମୀ ବିରୋଧରେ ମାମଲା ରୁଜୁ କରି ତାକୁ ଖୋଜୁଥିବା କହିଛି।

Leave A Reply

Your email address will not be published.