ଚାକିରୀକୁ ଆସୁନଥିଲା କର୍ମଚାରୀ, ବିବାଦ ହେବାରୁ ସୁପରଭାଇଜରର ଭାଇକୁ ଚାକୁ ମାରି କଲା ହତ୍ୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ବିଜୟନଗରର ସୁଦାମାପୁରୀରେ ଜଣେ ଯୁଵକ ବହୁଦିନ ଧରି କାମ କରିବାକୁ କମ୍ପାନୀ ଯାଉନଥିଲା|ଏହାକୁ ନେଇ ସୁପରଭାଇଜର ତାଠାରୁ କମ୍ପାନୀ ପୋଷାକ ଫେରାଇବା ପାଇଁ କହିଲେ|କିନ୍ତୁ ଯୁଵକ କିଛି ଦିନ କାମର ଟଙ୍କା ମାଗିଥିଲେ|ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଲା|ଆଗଦିନ ସୁପରଭାଇଜରର ଛୋଟ ଭାଇଙ୍କୁ ଘେରି ଯୁଵକ ଚାକୁ ମାରିଲେ, କିଛି ସମୟ ପରେ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା|

ସୂଚନାଯୋଗ୍ୟ ହତ୍ୟାର ଆରୋପୀ ସନ୍ଦୀପ କୁମାର ନାମକ ଯୁଵକ ନିକଟରେ ଗୈାରବ ପାଖରେ ଚାକିରି ଆରମ୍ଭ କରିଥିଲେ, କିନ୍ତୁ ସନ୍ଦୀପ ଲଗାତାର ବହୁଦିନରୁ ବାହାନା ବନାଇ ଚାକିରୀକୁ ଯାଉ ନଥିଲା|ଏହାପରେ ସୁପରଭାଇଜର ଗୈାରବ ତା ଠାରୁ ଅଫିସ ପୋଷାକ ଫେରାଇବାକୁ କହିଥିଲେ|ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଓ ମାଡଗୋଳ ହେଲା|ଏହାପରେ ସନ୍ଦୀପ ଧମକ ଦେଇ ଯାଇଥିଲେ|

ଗତ ଶୁକ୍ରବାର ଦିନ ସନ୍ଦୀପ ଓ ତା ଭାଇ ସୁପରଭାଇଜର ଭାଇ ଅମନକୁ ରାସ୍ତାରେ ଘେରି ନେଇଥିଲେ|ତାଙ୍କ ମଧ୍ୟରେ ଝଗଡା ହେଲା|ବିବାଦ ଏତେ ବଢ଼ିଗଲା ଯେ ସନ୍ଦୀପ ଓ ତା ଭାଇ ମିଶିକି ୨୩ ବର୍ଷିୟା ଅମନ ପିଠିରେ ଚାକୁ ମାରିଲେ|ସେ ଗମ୍ଭୀର ଆହାତ ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ମୃତ୍ୟୁ ଘଟିଥିଲା|

ଆକ୍ରମଣ ପରେ ଘଟଣାକାରୀ ଫେରାର ହୋଇଯାଇଥିଲେ|ପୋଲିସ ଏଥିରେ ହତ୍ୟା କେଶ ଦାଖଲ କରି ଆରୋପୀକୁ ଖୋଜୁଛି|ପରିଜନଙ୍କ କହିବାନୁଯାୟୀ ଆରୋପୀଙ୍କୁ ଶିଘ୍ର ଗିରଫ ହେବା ଆବଶ୍ୟକ|ଏହି ଘଟଣା ପରେ ପୋଲିସ ଠାରୁ ଶକ୍ତ କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି|

Leave A Reply

Your email address will not be published.