୫୦ ବର୍ଷୀୟ ଇଲେକ୍ଟ୍ରିସିଆନକୁ ହୃଦୟ ଦେଇ ବସିଲେ ୨୨ ବର୍ଷୀୟା ଯୁବତୀ,ଆଉ ତା ପରେ କଲେ ବିବାହ କିନ୍ତୁ …….ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଏକ 22 ବର୍ଷୀୟା ଯୁବତୀଙ୍କୁ 50 ବର୍ଷୀୟ ଏକ ଯୁବକ ସହିତ ପ୍ରେମ ହୋଇଗଲା। ବ୍ୟକ୍ତି ଜଣକ ପେଶାରେ ଜଣେ ଇଲେକ୍ଟ୍ରିସିଆନ ଅଟନ୍ତି। ସେ ଯୁବତୀଙ୍କ ଘରକୁ ରିପାରିଂ ପାଇଁ ଯାଇଥିଲେ ଓ ସେ ପ୍ରଥମ ଥର ଯୁବତୀଙ୍କୁ ସେଠାରେ ଦେଖିଲେ। ଉଭୟ ପରସ୍ପରକୁ ଦେଖି ପ୍ରଥମେ ହସିଥିଲେ ଓ ଏହାର କିଛିଦିନ ପରେ ସେହି ବ୍ୟକ୍ତି ଜଣକ ଯୁବତୀଙ୍କୁ ପ୍ରପୋଜ କରିଥିଲେ ଏଥିରେ ଯୁବତୀ ରାଜି ମଧ୍ୟ ହୋଇଯାଇଥିଲେ। ଏହାପରେ ଉଭୟ ବିବାହ କରିଥିଲେ।

22 ବର୍ଷୀୟ ଯୁବତୀ ଜଣକର ନାମ ସାଇମା ଅଟେ ଓ ସେ ପାକିସ୍ତାନର ଲାହୋରରେ ରୁହନ୍ତି। ସାଇମା ନିଜଠାରୁ 28 ବର୍ଷ ବଡ଼ ମନସୁରଙ୍କୁ ବିବାହ କରିଛନ୍ତି।

ସାଇମା କୁହନ୍ତି ଘରର ଲାଇଟ ଓ ପଙ୍ଖା ଖରାପ ଥିଲା ଓ ସେ ଏହାକୁ ଠିକ କରିବାପାଇଁ ଇଲେକ୍ଟ୍ରିସିଆନ ମନସୁରଙ୍କୁ ଡ଼କାଇ ଥିଲେ। ସାଇମା କହିଲେ, ଯେତେବେଳେ ମନସୁର ମୋତେ ଦେଖିଥିଲେ ସେତେବେଳେ ଏକ ସ୍ମାଇଲ ଦେଇଥିଲେ ଓ ମୁଁ ମଧ୍ୟ ହସି ଦେଇଥିଲି। ଏହାପରେ ସେ ବହୁତଥର ଘରକୁ ଆସନ୍ତି ରିପାୟାର କରିବାକୁ ଓ ଆଖିରେ ଆଖିରେ ଆମ କଥାବାର୍ତ୍ତା ଚାଲିଲା।

ମନସୁର କଲେ ପ୍ରପୋଜ:-

ପ୍ରପୋଜ କରିବା ପ୍ରଶ୍ନରେ ମନସୁର କହିଲେ ସେ ସାଇମାଙ୍କୁ ସିଧା ସିଧା କହିଥିଲେ, ମୁଁ ତୁମକୁ ପସନ୍ଦ କରୁଛି। ଏଥିରେ ସାଇମା ଟିକେ ଆଶ୍ଚର୍ଯ୍ୟ ହୋଇଗଲେ। ସାଇମା କହିଲେ, ମନସୁର ମୋତେ ଆଇ ଲଭ ୟୁ କହିଲେ ଓ ମୁଁ ଆଇ ଲଭ ୟୁ ଠୁ କହିଥିଲି।

ବିବାହକୁ ନେଇ ସୃଷ୍ଟି ହେଲା ସମସ୍ୟା:-

ତାଙ୍କର ପ୍ରେମ ଷ୍ଟୋରୀ ଏତେ ସାଧାରଣ ନଥିଲା। ଯେତେବେଳେ ସାଇମା ମନସୁରଙ୍କୁ ବିବାହ କରିବାକୁ ନେଇ ନିଜ ଘର ଲୋକଙ୍କୁ କହିଲେ ସେତେବେଳେ ତାଙ୍କ ମାଆ ତାଙ୍କୁ ବହୁତ ଗାଳି କରିଥିଲେ। ଏହାପରେ ମନସୁରଙ୍କ ମାଆ ଓ ଭଉଣୀ ସାଇମାଙ୍କ ଘରକୁ ଆସିବାପରେ କିଛି କଥା ବନିଥିଲା ତଥାପି ଝଗଡ଼ା ଲାଗିରହିଲା।

ସେପଟେ ମନସୁରଙ୍କ କେତେକ ବନ୍ଧୁ ସାଇମାଙ୍କ ସହିତ ବିବାହ ନକରିବାକୁ କହିଥିଲେ କାରଣ ସେ ବହୁତ ଛୋଟ ଥିଲେ। କିଛିଲୋକ ମନସୁରଙ୍କୁ ତାନା ମଧ୍ୟ ମାରିଥିଲେ। କିନ୍ତୁ କପଲ ଜଣେ ଆଉଜଣଙ୍କ ସହିତ ରହିବାକୁ ମନ ବନାଇ ସାରିଥିଲେ। ସେମାନେ ଯେକୌଣସି ପରିସ୍ଥିତିରେ ବିବାହ କରିବାକୁ ଚାହୁଁଥିଲେ ଓ ଶେଷରେ ସେମାନେ ବିବାହ କରିଥିଲେ। ସାଇମା କୁହନ୍ତି କି, ବିବାହ ପରେ ତାଙ୍କ ଲାଇଫ ଭଲ ଚାଲୁଛି।

ମନସୁର ସାଇମାଙ୍କ ପାଇଁ ‘ତୁମ ସେ ମିଲକେ ଏସା ଲଗା’ ଗୀତ ବୋଲିଥିଲେ। ମନସୁର କହିଲେ, ସାଇମାଙ୍କ ସହ ବିବାହ ପରେ ତାଙ୍କର ଭାଗ୍ୟ ବଦଳି ଯାଇଛି ଓ ତାଙ୍କୁ ବଡ଼ ବଡ଼ କଣ୍ଟ୍ରାକ୍ଟ ମିଳିବାରେ ଲାଗିଛି।

Leave A Reply

Your email address will not be published.