ଭାରତ ବନାମ ପାକିସ୍ତାନ : ଦୀର୍ଘ ୧୦ ମାସ ପରେ ନିଜ ପରାଜୟର ପ୍ରତିଶୋଧ ପୂରଣ କଲା ଭାରତ, ଏସିଆ କପରେ ହାର୍ଦିକ ପାଣ୍ଡ୍ୟା ଲଗାଇଲେ ଉଇନିଂ ସିକ୍ସ

0

Get real time updates directly on you device, subscribe now.

ଟିମ ଇଣ୍ଡିଆ ଏସିଆ କପ 2022 ରେ ପାକିସ୍ତାନକୁ 5 ଉଇକେଟରେ ହରାଇ ଦେଇଛି। ଟିମ ଇଣ୍ଡିଆର ଅଲ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ତୁଫାନୀ ପାଳି ଖେଳିଥିଲେ ଓ ସେ ଛକା ମାରି ଦଳକୁ ବିଜୟୀ କରାଇଲେ। ପାକିସ୍ତାନ ଏହି ମ୍ୟାଚରେ ଭାରତକୁ 148 ରନର ଟାର୍ଗେଟ ଦେଇଥିଲା ଯାହାକୁ ଭାରତ 5 ଉଇକେଟ ହାତରେ ରଖି ଜିତି ନେଇଥିଲା।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର 26 ରନ ଦେଇ 4 ଉଇକେଟ ଓ ହାର୍ଦିକ ପାଣ୍ଡ୍ୟା 25 ରନ ଦେଇ 3ଟି ଉଇକେଟ ନେଇଥିଲେ।

ଭାରତ ଏହି ମ୍ୟାଚରେ ପାକିସ୍ତାନକୁ 5 ଉଇକେଟରେ ହରାଇଦେଲା, ଭାରତ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା 17 ବଲରେ 33 ରନ ଓ ରବୀନ୍ଦ୍ର ଜାଡେଜା 35 ରନର ଶାନଦାର ପାଳି ଖେଳିଥିଲେ।

ବିଶ୍ୱକପର ପ୍ରତିଶୋଧ ନେଲା ଭାରତ:-

T20 ବିଶ୍ୱକପ 2021 ରେ ଟିମ ଇଣ୍ଡିଆକୁ ପାକିସ୍ତାନ ବିପକ୍ଷରେ 10 ଉଇକେଟରେ ହାରିବାକୁ ପଡ଼ିଥିଲା। ସେତେବେଳେ ଦଳର ବହୁତ ଆଲୋଚନା ହୋଇଥିଲା ଓ 10 ମାସ ପରେ ଦଳ ନିଜର ପ୍ରତିଶୋଧ ନେଇଛି। T20 ବିଶ୍ୱକପ ପରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏହା ପ୍ରଥମ ମୁକାବିଲା ଅଟେ।

ହାର୍ଦିକ ଓ ଜାଡେଜାଙ୍କ କମାଲ ଦଳକୁ ବିଜୟୀ କରାଇଥିଲା:-

ଆଇପିଏଲ 2022 ପରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦିକ ପାଣ୍ଡ୍ୟା ସବୁଠାରୁ ବଡ଼ ମ୍ୟାଚ ଉଇନର ରୂପରେ ସାମ୍ନାକୁ ଆସିଛନ୍ତି। ଭାରତୀୟ ଦଳ ଯେତେବେଳେ ମୁସ୍କିଲ ପରିସ୍ଥିତିରେ ଥିଲା ସେତେବେଳେ ହାର୍ଦିକ ଓ ଜାଡେଜା ପାଳି ସମ୍ଭାଳିଥିଲେ। ହାର୍ଦିକ ନିଜ ପାଳିରେ 17 ବଲରୁ 33 ରନ କରିଥିଲେ। ଏଥିରେ 4ଟି ଚୌକା ଓ ଏକ ଉଇନିଂ ସିକ୍ସ ମଧ୍ୟ ରହିଥିଲା।

ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ମଧ୍ୟ 29 ବଲରୁ 35 ରନର ପାଳି ଖେଳିଥିଲେ ଓ ମୁସ୍କିଲ ସମୟରେ ଭାରତକୁ ବାହାର କରିଥିଲେ। ରବୀନ୍ଦ୍ର ଜାଡେଜା ନିଜ ପାଳିରେ ଦୁଇଟି ଚୌକା ଓ ଦୁଇଟି ଛକା ମାରିଥିଲେ। ଏକ ବ୍ୟାଟିଂ ଅଲରାଉଣ୍ଡର ଭାବରେ ଆସିଥିବା ଜାଡେଜା ଏହି ମ୍ୟାଚରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ।

ଭାରତର ବୋଲିଂ ସାମ୍ନାରେ ପାକିସ୍ତାନ ମାରିଲା ଫେଲ:-

ଟସ ହାରିବାପରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ଆସିଲା। ଦଳର ଅଧିନାୟକ ବାବର ଆଜାମ ମାତ୍ର 10 ରନ ବନାଇ ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ ହୋଇଥିଲେ। ବାମହାତୀ ଫାକର ଜମାନ ମଧ୍ୟ 10 ରନ ବନାଇ ଆଉଟ ହୋଇଥିଲେ। ଲଗାତାର 2ଟି ଉଇକେଟ ଯିବାପରେ ମହମ୍ମଦ ରିଜୱାନ ଓ ଇଫତିକାର ଅହମ୍ମଦ ପାଳି ସମ୍ଭାଳିଥିଲେ।

ମହମ୍ମଦ ରିଜୱାନ ଗୋଟିଏ ପଟରେ ଛିଡ଼ା ହୋଇ 43 ରନର ପାଳି ଖେଳିଲେ ଓ ଅନ୍ୟ ପଟରେ ପାକିସ୍ତାନର ଉଇକେଟ ଲଗାତାର ଯାଉଥିଲା। ଶେଷରେ ଶହନବାଜ ଡାହାନୀ 6 ବଲରୁ 16 ରନ ବନାଇବାରୁ ଦଳ 147 ରନରେ ପହଞ୍ଚିଥିଲା।

ଟିମ ଇଣ୍ଡିଆ ତରଫରୁ ଭୁବନେଶ୍ୱର କୁମାର 4 ଓଭରରେ 26 ରନଦେଇ 4 ଉଇକେଟ ଦେଇଥିଲେ। ହାର୍ଦିକ ପାଣ୍ଡ୍ୟା ମଧ୍ୟ। 25 ରନଦେଇ 3 ଉଇକେଟ ନେଇଥିଲେ। ଦଳର ଯୁବା ବୋଲର ଅର୍ଶଦୀପ ସିଂହ 33 ରନଦେଇ 2 ଉଇକେଟ ନେଇଥିଲେ।

Leave A Reply

Your email address will not be published.