କବାଡି ଖେଳରେ କେତେ ଜଣ ଖେଳାଳୀ ଥାଆନ୍ତି ? ଅପ୍ସନ୍ ଦେଖି ଟେନସନ୍ ହୋଇଗଲେ ଛାତ୍ରଛାତ୍ରୀ,ଆପଣ ମଧ୍ୟ ନଜେ ଦେଖନ୍ତୁ

0

Get real time updates directly on you device, subscribe now.

How Many Players In Kabaddi: ସ୍କୁଲରେ ଅନେକଥର ଶିକ୍ଷକମାନେ ଛୋଟ ଛୋଟ ଭୁଲ ଉପରେ ବିଲକୁଲ ଧ୍ୟାନ ଦିଅନ୍ତି ନାହିଁ, ଯେଉଁ କାରଣରୁ ପିଲାମାନେ ଟିକେ ଅବହେଳିତ ହେବାକୁ ଲାଗନ୍ତି । ପିଲାମାନେ ସ୍କୁଲରେ ମିଳୁଥିବା ପ୍ରଶ୍ନପତ୍ର ଉପରେ ଭଲ ଭାବେ ନଜର ପକାନ୍ତି ଏବଂ ଦେଖନ୍ତି ଯେ ସେମାନଙ୍କୁ କେତୋଟି ପ୍ରଶ୍ନର ଉତ୍ତର ଜଣା ଅଛି । ଏହାପରେ ପିଲାମାନେ କପି ଉପରେ ଲେଖିବା ଆରମ୍ଭ କରିଦିଅନ୍ତି । ସେତେବେଳେ କଣ୍ ହେବ, ଯେତେବେଳେ ପିଲାମାନେ ପ୍ରଶ୍ନର ଅର୍ଥ ହିଁ ବୁଝି ପାରିବେ ନାହିଁ । ଆଜ୍ଞା ହଁ, ଆଜିକାଲି ସ୍କୁଲରେ ୟୁନିଟ ଟେଷ୍ଟ ଅର୍ଥାତ୍ ମାସିକ ପରୀକ୍ଷା ହେଉଛି ଏବଂ ପିଲାମାନେ ସ୍କୁଲକୁ ଯାଇ ପରୀକ୍ଷା ଦେଉଛନ୍ତି । ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନପତ୍ରର ଫଟୋ ଦେଖିବାକୁ ମିଳିଛି । ଯେଉଁଥିରେ ପ୍ରଥମ ପ୍ରଶ୍ନ ହିଁ ପିଲାମାନଙ୍କୁ କନଫ୍ୟୁଜ କରୁଛି । ଏହି ପ୍ରଶ୍ନପତ୍ର ଫିଜିକଲ ଏକୁକେଶନ ସହ ଜଡ଼ିତ, ଯେଉଁଥିରେ ଏପରି ଅନେକ ପ୍ରଶ୍ନ ରହିଛି, ଯାହାକି ସ୍ପୋର୍ଟସ ସହିତ ଜଡ଼ିତ ।

ସ୍କୁଲରେ ଛାତ୍ରମାନଙ୍କୁ ମିଳିଲା ଏପରି ପ୍ରଶ୍ନପତ୍ର :-

ଯେପରିକି ସୋସିଆଲ ମିଡିଆରେ ଥିବା ଏହି ପ୍ରଶ୍ନପତ୍ରରେ ଦେଖିପାରିବେ ଯେ କୌଣସି ଏକ ସ୍କୁଲରେ ଅଷ୍ଟମ ଶ୍ରେଣୀର ଦ୍ୱିତୀୟ ମାସିକ ପରୀକ୍ଷା କରାଯାଉଛି । ଫିଜିକଲ ଏକୁକେଶନ ପରୀକ୍ଷା ଆରମ୍ଭରେ ପାଞ୍ଚଟି ମଲ୍ଟିପଲ ଚଏସ ପ୍ରଶ୍ନ ପଚରାଯାଇଛି । ପ୍ରଥମ ପ୍ରଶ୍ନ ପଢି ପିଲାମାନେ କେବଳ କନଫ୍ୟୁଜ ହୋଇନାହାନ୍ତି ବରଂ ଆପଣ ମଧ୍ୟ ଚିନ୍ତାରେ ପଡ଼ିଯିବେ । ପ୍ରଥମ ପ୍ରଶ୍ନ ହେଉଛି କବାଡି ଟିମରେ କେତେଜଣ ପ୍ଲେୟର ଥାଆନ୍ତି ? ବର୍ତ୍ତମାନ୍ ଆପଣ ଏହାର ଇଂରାଜୀ ଦେଖିବେ, ତେବେ କନଫ୍ୟୁଜ ତ ନିଶ୍ଚୟ ହୋଇଯିବେ । ପେପରରେ ପ୍ଲେୟର ଜାଗାରେ ପେୟର ଲେଖାଯାଇଛି ଏବଂ ଅପ୍ସନ୍ ମଧ୍ୟ ଭୁଲ୍ ଦିଆଯାଇଛି । ଏଥିରେ ଚାରିଟି ଅପ୍ସନ୍ 10,13,12,14 ଦିଆଯାଇଛି ।

କବାଡିର ପ୍ରଶ୍ନ ହିଁ ଭୁଲ :-

କବାଡିରେ ଗୋଟିଏ ଟିମରେ 7 ଜଣ ପ୍ଲେୟର୍ ଥାଆନ୍ତି, ଯେତେବେଳେ କି ଅପ୍ସନରେ ଏପରି କିଛି ବି ନାହିଁ । ତେବେ ଦୁଇଟି ଟିମକୁ ନେଇ 14 ଜଣ ପ୍ଲେୟର ହୋଇପାରିବେ, କିନ୍ତୁ ପ୍ରଶ୍ନରେ ଏପରି କିଛି ବି ଲେଖାଯାଇ ନାହିଁ । ପ୍ରଶ୍ନପତ୍ରରେ ଦିଆଯାଇଥିବା ପ୍ରଶ୍ନ ଏବଂ ଏହାର ଅପ୍ସନ୍ ବିଲକୁଲ ଭୁଲ ଅଟେ । ଖବର ଅନୁଯାୟୀ, ଏହି ପ୍ରଶ୍ନପତ୍ର ଉତ୍ତରପ୍ରଦେଶରେ ପ୍ରୟାଗରାଜର ଗୋଟିଏ ଜଣାଶୁଣା ସ୍କୁଲର ଅଟେ ଏବଂ ଏଠାରେ ପିଲାମାନେ ଯେତେବେଳେ ପ୍ରଶ୍ନକୁ ଦେଖିଲେ, ସେତେବେଳେ କନଫ୍ୟୁଜ ହୋଇଗଲେ । ଯେତେବେଳେ ପିଲାମାନେ ପ୍ରଶ୍ନପତ୍ର ନେଇ ଘରକୁ ଗଲେ, ସେତେବେଳେ ଅଭିଭାବକମାନେ ପେପର୍ ଦେଖିଲେ ଏବଂ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ କହିଛନ୍ତି ଯେ ପ୍ରଶ୍ନ ହିଁ ଭୁଲ ଅଛି, ତେଣୁ ପିଲାମାନେ ଉତ୍ତର କେମିତି ଠିକ୍ ଦେଇପାରିବେ ।

Leave A Reply

Your email address will not be published.