ଭାରତୀୟ ମୁଦ୍ରା: ‘ ମୁଁ ଧାରକଙ୍କୁ … ଟଙ୍କା ଦେବାକୁ ପ୍ରତିଶୃତି ଦେଉଛି’, ପ୍ରତ୍ଯେକ ନୋଟରେ ଏମିତି ଲେଖା ହୋଇଥାଏ କାହିଁକି?

0

Get real time updates directly on you device, subscribe now.

ଭାରତୀୟ ମୁଦ୍ରା:-

ଆପଣ ବଜାରରେ କିଛିବି କିଣିବା ପାଇଁ ଯାଆନ୍ତୁ, ତୋ ଆପଣ ସେଠାରେ କିଛି ଜିନିଷ ଆଣିବା ବଦଳରେ କିଛି ଟଙ୍କା ଦେଇଥାନ୍ତି। ଏହି ଟଙ୍କା କିଛି କାଗଜର ନୋଟ ମଧ୍ୟ ହୋଇଥାଏ। ଯଦି ଆପଣ କେବେ ଧ୍ୟାନ ଦେଇଥିବେ ତେବେ ଆପଣଙ୍କୁ ଜଣାଥିବକି ପ୍ରତ୍ଯେକ ନୋଟରେ ଏକ ବାକ୍ୟ ଲେଖା ହୋଇଥାଏ। ଏହି ବାକ୍ୟ ହେଉଛି-‘ମୁଁ ଧାରକ ଙ୍କୁ…ଟଙ୍କା ଦେବାକୁ ପ୍ରତିଶୃତି ଦେଉଛି। ୧୦ ଟଙ୍କାରୁ ନେଇ ୨୦୦୦ ଟଙ୍କା ପର୍ଯ୍ଯନ୍ତ ନୋଟରେ ଏହି ବାକ୍ୟ ଲେଖାଯାଇଥାଏ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତିକି ଏହାର ଅର୍ଥ କଣ। ଯଦି ଏହା ଲେଖା ନ ହୋଇଥିବ ତେବେ କଣ ହେବ? ଆସନ୍ତୁ ଜାଣିବା ଏହାର କାରଣ।

ନୋଟ ଉପରେ କାହିଁକି ଲେଖା ହୁଏ ‘ମୁଁ ଧାରକ ଙ୍କୁ…’:-

ଆପଣଙ୍କୁ ଜଣାଇଦେଉଛୁ ଭାରତରେ ସମସ୍ତ ନୋଟଙ୍କୁ ତିଆରି କରିବା ଓ ବିତରଣ କରିବାର ଦାୟିତ୍ଵ ଭାରତୀୟ ରିଜର୍ଭ ବ୍ୟାଙ୍କର ଥାଏ। ରିଜର୍ଭ ବ୍ୟାଙ୍କ ଧାରକଙ୍କୁ ବିଶ୍ଵାସ ଦେବା ପାଇଁ ନୋଟ ଉପରେ ଏହି ବଚନକୁ ଲେଖାଯାଇଥାଏ। ଏହାର ଅର୍ଥ ହେଉଛିକି ଯେତିକି ମୂଲ୍ୟର ନୋଟ ଆପଣଙ୍କ ପାଖରେ ଅଛି, ସେତିକି ମୂଲ୍ୟର ସୁନା ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ନିକଟରେ ରିଜର୍ଭ ଅଛି। ଅର୍ଥାତ ଏହି କଥାର ଗ୍ୟାରେଣ୍ଟି ହେଉଛିକି ୧୦୦ କିମ୍ବା ୨୦୦ ଟଙ୍କାର ନୋଟ ପାଇଁ ଧାରକଙ୍କୁ ୧୦୦ କିମ୍ବା ୨୦୦ ଟଙ୍କାର ଦେୟତା ଅଟେ।

୧ ଟଙ୍କିକିଆ ନୋଟ ଉପରେ ରିଜର୍ଭ ବ୍ଯାଙ୍କ ଇଣ୍ଡିଆର ଗଭର୍ନରଙ୍କର ହସ୍ତାକ୍ଷର ନଥାଏ:-

ଏହା ସହିତ ଆପଣଙ୍କୁ ଜଣାଇଦେଉଛୁକି ଭାରତରେ ୧ ଟଙ୍କାକୁ ନେଇ ୨୦୦୦ ଟଙ୍କା ପର୍ଯ୍ଯନ୍ତ ନୋଟ ଚାଲିଥାଏ। ଏହା ସମସ୍ତ ନୋଟର ମୂଲ୍ୟର ଦାୟିତ୍ଵ ଆରବିଆଇର ଥାଏ। କେବଳ ଏକ ଟଙ୍କିକିଆ ନୋଟକୁ ଛାଡି ବାକି ସମସ୍ତ ନୋଟ ଉପରେ ରିଭର୍ଜ ବ୍ୟାଙ୍କ ଅଫ ଇଣ୍ଡିଆର ହସ୍ତାକ୍ଷର ଥାଏ। ୧ ଟଙ୍କିକିଆ ନୋଟ ଉପରେ ଭାରତର ଅର୍ଥ ସଚିବଙ୍କର ହସ୍ତାକ୍ଷର ଥାଏ।

ନୋଟ ଉପରେ ତିଆରି ହୋଇଥାଏ ତେରଛା ଲାଇନ:-

ଆପଣ ଦେଖିଥିବେକି ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କାର ନୋଟର ସାଇଡରେ ତେରଛା ଲାଇନ ଥାଏ। ଏହାକୁ ‘ବ୍ଲିଡ ମାର୍କ୍ସ’ କୁହନ୍ତି। ଏହି ବ୍ଲିଡ ମାର୍କ୍ସ ଖାସ ଭାବରେ ନେତ୍ରହିନଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ। ନୋଟ ଉପରେ ତିଆରି ହୋଇଥିବା ଏହି ଲାଇନକୁ ଛୁଇଁ କୁହାଯାଇପାରିବକି ଏହା କେତେ ଟଙ୍କାର ନୋଟ ଅଟେ। ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କାର ନୋଟ ଉପରେ ଅଲଗା ଅଲଗା ସଂଖ୍ୟାରେ ଗାର ତିଆରି କରାଯାଇଛି।

Leave A Reply

Your email address will not be published.