ପ୍ରଧାନଶିକ୍ଷକଙ୍କ ମାନସିକ ଚାପରେ ଅତିଷ୍ଠ ହୋଇ ବିଷ ପିଇଲେ ଶିକ୍ଷୟତ୍ରୀ

0

Get real time updates directly on you device, subscribe now.

ଅତିଷ୍ଠ ହେଲା ପ୍ରଧାନଶିକ୍ଷକଙ୍କ ମାନସିକ ଚାପ। ପ୍ରଧାନଶିକ୍ଷକଙ୍କ ମାନସିକ ଚାପରେ ଅତିଷ୍ଠ ହୋଇ ବିଷ ପିଇଲେ ଶିକ୍ଷୟତ୍ରୀ। ବିଷ ପିଇ ଶିକ୍ଷୟତ୍ରୀ ବର୍ତ୍ତମାନ ବାଲୁଗାଁ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଖୋର୍ଦ୍ଧାର ପଞ୍ଚୁପାଲି ସ୍ଥିତ ସୋମନାଥ ଉଚ୍ଚ ସରକାରୀ ବିଦ୍ୟାଳୟରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ସନ୍ତୋଷୀ ବେହେରା।

ପୂର୍ବରୁ ଅନେକ ଥର ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଏକାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଆଜି ଶିକ୍ଷୟତ୍ରୀ ଜଣକ ବିଷ ପିଇଥିଲେ। ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରଧାନଶିଖୟକ ଜଣକ ଉକ୍ତ ଶିକ୍ଷୟତ୍ରୀଙ୍କୁ ଛୁଟି ନ ଦେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ସୂଚନା ମିଳିଛି।

ଶିକ୍ଷୟତ୍ରୀ ଜଣକ କହିଲେକି, ତାଙ୍କ ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ପାତ୍ର ଆଜି ନୁହେଁ ବିଗତ ଅନେକ ଦିନରୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମାନସିକ ଚାପ ଦେଇ ଆସୁଛନ୍ତି। ମୁଁ ଜାନୁୟାରୀ ମାସରୁ ଛୁଟି ପାଇଁ ଆବେଦନ କରୁଛି କିନ୍ତୁ ମୋତେ ଆଜି ପର୍ଯ୍ଯନ୍ତ ଗୋଟିଏ ମଧ୍ୟ ଛୁଟି ଦେଇନାହାନ୍ତି। ଆମକୁ ରବିବାର ଦିନ ମଧ୍ୟ ଡାକୁଛନ୍ତି। ସେ କହିଲେକି ରବିବାର ଗୋଟେ ଛୁଟିଦିନ ନୁହେଁ। ସେଥିପାଇଁ ରବିବାର ଦିନ ମଧ୍ୟ ଆସିବାକୁ ହେବ। ଆମର କୌଣସି କଥା ଶୁଣନ୍ତିନାହିଁ। ସେ ଯାହା କହିଲେ ତାହା ହିଁ ଠିକ।

Leave A Reply

Your email address will not be published.