ବୟଫ୍ରେଣ୍ଡର ବାର୍ଥ ଡେ ମନାଇବା ପାଇଁ ଯାଇଥିଲା ପ୍ରେମିକା, ପ୍ରେମିକ ତାର ହିଁ ଗଳା କାଟିଦେଲା, ଜାଣନ୍ତୁ କାରଣ

0

Get real time updates directly on you device, subscribe now.

ପ୍ରେମିକର ବାର୍ଥ ଡେ ଥିଲା । ତାର ବିବାହିତା ପ୍ରେମିକା ସଜବାଜ ହୋଇ ନିଜ ପ୍ରେମିକର ଜନ୍ମଦିନର ଉତ୍ସବ ପାଳନ କରିବାକୁ ଗଲା । ପ୍ରଥମେ ଭଲ ଭାବେ କେକ କଟିଙ୍ଗ କାମ ମଧ୍ୟ ସରିଗଲା । କିନ୍ତୁ ତାପରେ ପ୍ରେମିକ ନିଜ ପ୍ରେମିକାର ଖାଇବାରେ କିଛି ମିଶାଇ ଦେଲା । ତାପରେ ତାର ଖୁବ୍ ନିର୍ଦ୍ଦୟ ଭାବେ ହତ୍ୟା କରିଦେଲା । ପ୍ରେମିକାକୁ ହସ୍ପିଟାଲ୍ ନିଆଗଲା, କିନ୍ତୁ ସେଠାରେ ତାର ମୃତ୍ୟୁ ହୋଇଗଲା । ତେବେ ଚାଲନ୍ତୁ ଜାଣିବା ଯେ ପ୍ରକୃତରେ ଏପରି କଣ ହେଲା, ଯୋଉଥିପାଇଁ ନିଜ ଜନ୍ମଦିନରେ ହିଁ ପ୍ରେମିକ ନିଜ ପ୍ରେମିକାକୁ ମୃତ୍ୟୁ ମୁହଁକୁ ଠେଲି ଦେଲା ।

ଜନ୍ମଦିନରେ ପ୍ରେମିକ କଲା ପ୍ରେମିକାର ହତ୍ୟା :-

ବାସ୍ତବରେ ଏହି ଆଶ୍ଚର୍ଯ୍ୟଜନକ ମାମଲା ଉତ୍ତରପ୍ରଦେଶର ଝାନସୀର ଅଟେ । ଏଠାରେ ବଡ ଗାଁ ଗେଟରେ ରହୁଥିବା ନିକ୍କି ସାହୁ ନାରାୟଣ ବାଗରେ ଅଗଷ୍ଟ 13 ତାରିଖ ରାତିରେ ନିଜ ବର୍ଥ ଡେ ପାର୍ଟି ରଖିଥିଲା । ଏହି ପାର୍ଟିରେ ସେ ନିଜ ବିବାହିତା ପ୍ରେମିକା ମୋନାକୁ ମଧ୍ୟ ଇନଭାଇଟ କରିଥିଲା । ମୋନା ପାର୍ଟିକୁ ଜଣେ ରିଲେଟିଭଙ୍କ ସହିତ ଆସିଥିଲା । ତେବେ ପାର୍ଟିରେ ପ୍ରେମିକ ନିକ୍କୀ ଏବଂ ମୋନାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଗଲା । ଏହି ଝଗଡାରେ ପ୍ରେମିକ ଛୁରୀ ନେଇ ନିଜ ପ୍ରେମିକା ଉପରକୁ ଆକ୍ରମଣ କରିଦେଲା । ଏହାଦ୍ବାରା ମୋନା ଆହତ ହୋଇଗଲା । ତାର ହସ୍ପିଟାଲ୍ ନିଆଯାଉଥିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ହୋଇଗଲା ।

ବିବାହ ପରେ ମଧ୍ୟ ଚାଲିଥିଲା ଅଫେୟର :-

ମୃତ ମୋନାଙ୍କ ସ୍ଵାମୀଙ୍କ ନାମ ବିଜୟ ଅଟେ । ବିଜୟ ଅନୁଯାୟୀ, ତାଙ୍କ ସ୍ତ୍ରୀ ମୋନା ଏବଂ ତାର ପ୍ରେମିକ ନୀକ୍କିର ଅଫେୟର ଆମ ବିବାହ ପୂର୍ବରୁ ଚାଲିଥିଲା । ତେବେ ସେ ଏହି ସମ୍ପର୍କ ବିଷୟରେ ଦୁଇ ବର୍ଷ ପରେ ଜାଣିଲେ । ଏହି ମାମଲାକୁ ନେଇ ଘରେ ଅନେକଥର ବିବାଦ ମଧ୍ୟ ହୋଇଛି । ସ୍ବାମୀ ଥାନାରେ ଅଭିଯୋଗ ମଧ୍ୟ କରାଇଛନ୍ତି । କିନ୍ତୁ ସବୁଥର ଆପୋଷ ବୁଝାମଣା ହୋଇଯାଏ । ଗତ ଦୁଇମାସ ଧରି ମୋନା ନିଜ ପ୍ରେମିକ ନିକ୍କିି ସହିତ ରହୁଥିଲା । କିନ୍ତୁ 20 ଦିନ ପୁର୍ବରୁ ସେ ନିଜ ବାପଘରକୁ ଆସିଥିଲା । ପ୍ରେମିକ ନୀକ୍କି କେବଳ ଏହି କଥାରେ ରାଗି ଯାଇଥିଲା ।

ଏହି କାରଣରୁ ପ୍ରେମିକାକୁ ହତ୍ୟା କଲା :-

ସ୍ବାମୀ ବିଜୟ ଆଗକୁ କହିଛନ୍ତି ଯେ ନିକ୍କୀ ଚାହୁଁଥିଲା ଯେ ମୋନା ତା ସହିତ ତା ଘରେ ହିଁ ରହୁ । କିନ୍ତୁ ମୋନା ନିଜ ପିଲାମାନଙ୍କ ପାଇଁ ବାପଘରେ ରହିବାକୁ ଚାହୁଁଥିଲା । ବାର୍ଥ ଡେ ଦିନ ମଧ୍ୟ ମୋନା କହିଲା ଯେ ମୋ ପିଲା ବହୁତ୍ ଛୋଟ । ସେ କାନ୍ଦୁଥିବ । ମତେ ଶୀଘ୍ର ଯିବାକୁ ପଡ଼ିବ । କିନ୍ତୁ ନିକ୍କି ମୋନାର ଖାଇବାରେ କିଛି ମିଶାଇ ଦେଲା । ଏହା ଦ୍ବାରା ତାର ହୋସ ରହିଲା ନାହିଁ । ତାପରେ ସେ ଛୁରୀ ଦ୍ଵାରା ମୋନାକୁ ମାରିଦେଲା । ସେହିପରି ଅଭିଯୁକ୍ତ ନିକ୍କି ଅନୁଯାୟୀ, ତା ପ୍ରେମିକା କିଛି ଅଧିକ ଗହଣା ଏବଂ ପଇସା ମାଗୁଥିଲା । ତେଣୁ ସେ ତାକୁ ମାରିଦେଲା ।

ହତ୍ୟା କରିବାପରେ ନିକ୍କି ସେଠାରୁ ପଳାଇ ଯାଇଥିଲା । ତେବେ ପରେ ପୋଲିସ ତାକୁ ଧରିନେଲା । ବର୍ତ୍ତମାନ୍ ପୋଲିସ ସମସ୍ତଙ୍କୁ ପଚରା ଉଚରା କରି ଏହି କେସକୁ ଆହୁରି ମଜବୁତ୍ କରୁଛି । ସେପଟେ ମୋନା ମରିଯିବା ପରେ ତାଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ସେହିପରି ତାର ଛୋଟ ପିଲା ମା ଠାରୁ ସବୁଦିନ ପାଇଁ ଅଲଗା ମଧ୍ୟ ହୋଇଗଲା ।

Leave A Reply

Your email address will not be published.