ପର୍ନ ଫିଲ୍ମ ଦେଖିବା ପରେ ବାହାରେ ଖେଳୁଥିବା ପିଲାଟିକୁ ଉଠାଇ ନେଇଗଲେ ଯୁବକ, ରେ-ପ କରିବା ପରେ କରିଦେଲେ ହ-ତ୍ୟା

0

Get real time updates directly on you device, subscribe now.

ହରିୟାଣାର ପାନିପତରେ ୬ବର୍ଷର ନିରୀହ ଛୁଆ ସହିତ ବଳତ୍କାର ପରେ ହତ୍ୟା କରିଦେଲେ। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଲେ। ରିପୋର୍ଟ ଅନୁସାରେ ଘଟଣା ଦିନ ଆରୋପୀ ସକାଳୁ ପ୍ରବଳ ମଦ ପିଇଥିଲେ ଓ ପର୍ନ ଫିଲ୍ମ ଦେଖିବା ପରେ ଏମିତି ଅମାନବିକତା ଘଟଣା ଘଟାଇଲେ। ଜଣାଇଦେଉଛୁକି ସୋମବାର ଦିନ ୬ବର୍ଷର ନିରୀହ ଛୁଆକୁ ଅପହରଣ କରି ତାଙ୍କ ସହିତ ବଳତ୍କାର କରିବା ପରେ ବହୁତ ନିର୍ଦ୍ଧୟ ଭାବରେ ତାଙ୍କର ହତ୍ୟା କରିଦେଲେ। ଏହାପରେ ଶବକୁ ନେଇ ଏକ ବୁଦା ମୂଳରେ ଫିଙ୍ଗିଦେଲେ।

ପୋଲିସ ଏହି ମାମଲାରେ ଆରୋପୀ ଇଶ୍ଵର ସିଂଙ୍କୁ ଗିରଫ କରିନେଇଛି। ଯେଉଁଥିରେ ସେ ନିଜର ଦୋଷକୁ ସ୍ଵୀକାର କରିଛନ୍ତି। ଆରୋପୀ ସ୍ଵୀକାର କରିଲେକି ସେ ଘଟଣା ଦିନ ନିଶାରେ ଥିଲେ।

ପୋଲିସର ସୂତ୍ର ଅନୁସାରେ ଇଶ୍ଵର ଘଟଣା ଦିନ ସକାଳୁ ମଦ ପିଇଥିଲେ। ଏହାପରେ ସେ ପର୍ନ ଫିଲ୍ମ ଦେଖଥିଲେ। ନିଶାଶକ୍ତ ଅବସ୍ଥାରେ ଇଶ୍ଵର ପିଲକୁ ଘର ବାହାରୁ ଉଠାଇନେଲେ। ଯେଉଁ ସମୟରେ ପିଲାଟି ଖେଳୁଥିଲା।

ନିରୀହ ପିଲାଟି ଆରୋପୀଙ୍କୁ ଜାଣିଥିଲା ଓ ତାଙ୍କ ଘରକୁ ଯିବା-ଆସିବା ମଧ୍ୟ କରୁଥିଲା। ସେଥିପାଇଁ ସେ ତାଙ୍କ ସହିତ ଚାଲିଗଲା। ଚାନ୍ଦନୀ ବାଗ ଥାନା ପ୍ରଭାରୀ ମହିପାଲ ସିଂ କହିଲେକି ଅପହରଣ କରିବା ପରେ ଇଶ୍ଵର ତାଙ୍କୁ ନେଇ ସେକ୍ଟର ୨୫ର ନାଳ ପାଖ ବୁଦାକୁ ନେଇଗଲେ ଯେଉଁଠି ସେ ପିଲାଟି ସହିତ ଦୁଷ୍କର୍ମ କରିଲେ ଓ ଯେତେବେଳେ ସେ କାନ୍ଦିବାକୁ ଲାଗିଲେ ସେ ତାଙ୍କର ବେକ ଚିପି ହତ୍ୟା କରିଦେଲେ।

ଏତିକି ନୁହେଁ ଆରୋପୀ ନିରୀହ ପିଲାଟିର ଶବକୁ କ୍ଷତ-ବିକ୍ଷତ କରିବାକୁ ଚେଷ୍ଟା କରିଲା କିନ୍ତୁ ରାସ୍ତାରେ କିଛି ଲୋକ ଆସୁଥିବାର ଦେଖି ଇଶ୍ଵର ସିଂ ସେଠାରୁ ଫେରାର ହୋଇଗଲା।

ଘଟଣାର ତୁରନ୍ତ ପରେ ପୋଲିସ ହାତରେ ସିସିଟିଭି ଫୁଟେଜ ଲାଗିଲା, ଯାହାର ଆଧାରରେ ବିଳମ୍ବିତ ରାତିରେ ଗିରଫ କରାଗଲା। ଘଟଣା ପରେ ଆରୋପୀ ଆରାମରେ ବୁଲୁଥିଲା। ଆରୋପୀଙ୍କୁ ଜଣାନଥିଲାକି ତାଙ୍କର ଫୋଟ ସିସିଟିଭିରେ ରେକର୍ଡ ହୋଇଛି।

ଏମଏଚଓ ମହିପାଲ ସିଂ କହିଲେକି ତାଙ୍କର ମେଡିକାଲ କରିବା ପରେ ତାଙ୍କୁ କୋର୍ଟରେ ହାଜିର କରାଯିବ। ଆରୋପୀଙ୍କୁ ରିମାଣ୍ଡରେ ନିଆଯିବ। ସେହି ସମୟରେ ତାଙ୍କୁ ପଚରାଉଚରା କରାଯିବ। ନିରୀହ ସହିତ ଏହି ଘଟଣାକୁ ନେଇ ପୋଲିସ ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ନେବାକୁ ପ୍ରସ୍ତୁତ କରୁଅଛି। ଯାହାଫଳରେ ଆରୋପୀ ଶୀଘ୍ରରୁ ଅତିଶୀଘ୍ର କଡାରୁ କଡା ଦଣ୍ଡ ମିଳିବ।

ଘଟଣା ଘଟିବା ପରେ ପାନିପତ ଲୋକଙ୍କ ମଧ୍ୟରେ ରାଗ ବହୁତ ଅଛି। ନିରୀହ ପିଲାଟି ସହିତ ଘଟିଥିବା ଘଟଣା ବିରୋଧରେ ସହରବାସୀ ସଡକକୁ ଉଲ୍ହାଇଲେ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ମଧ୍ୟ ଉଠାଇ ପୋଲିସ ବିରୁଦ୍ଧରେ ନାରେବାଜି ଉଠାଇଲେ। ପ୍ରଦର୍ଶନକାରୀ ଏହି ସମୟରେ ସରକାରଙ୍କ ଉପରେ ଆରୋପ ମଧ୍ୟ ଲଗାଇଲେକି ଝିଅମାନେ ବର୍ତ୍ତମାନ କେଉଁଠି ମଧ୍ୟ ସୁରକ୍ଷିତ ନାହାନ୍ତି।

Leave A Reply

Your email address will not be published.