ଜ୍ବାଇଁ ଫୋନ୍ କରି କହିଲା – ‘ ତୁମ ଝିଅକୁ ମାରିଦେଲି, ଆସିକି ନେଇଯାଅ’ ଝିଅର ଅବସ୍ଥା ଦେଖି ଥରିଉଠିଲେ ବାପାମାଆ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କରିଛି । ଏହା ପରେ ଅଭିଯୁକ୍ତ ସ୍ତ୍ରୀର ବାପଘରକୁ ଫୋନ କଲା ଏବଂ କହିଲା – ମୁଁ ତୁମ ଝିଅକୁ ମାରିଦେଇଛି । ଆସିକି ନେଇଯାଅ । ଯେତେବେଳେ ପୋଲିସ ଏହି ହତ୍ୟାକାଣ୍ଡର କାରଣ ଜାଣିବାକୁ ଚାହିଁଲା, ସେତେବେଳେ ଗୋଟିଏ ପୁରା କାହାଣୀ ସାମ୍ନାକୁ ଆସିଲା ।

ଯୌତୁକ ପାଇଁ ସ୍ତ୍ରୀକୁ କଲା ହ-ତ୍ୟା :-

ବାସ୍ତବରେ ମୋରଟି ବାସିନ୍ଦା ଅଙ୍କିତ ପାଲଙ୍କ ବିବାହ 2016 ମସିହାରେ ଟିଲା ମୋଡ ଥାନା ଅଞ୍ଚଳର ଲକ୍ଷ୍ମୀ ଗାର୍ଡନ ବାସିନ୍ଦା ରମେଶ ପାଲଙ୍କ ଝିଅ ତନୁ ସହିତ ହୋଇଥିଲା । ତନୁଙ୍କ ବାପଘର କହିବା ଅନୁଯାୟୀ, ଅଙ୍କିତ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ଜବ କରନ୍ତି । ବିବାହ ପରଠାରୁ ସେ ଏବଂ ଝିଅର ଶାଶୂଘର ଲୋକେ 10 ଲକ୍ଷ ଟଙ୍କା ଏବଂ ସ୍କର୍ପିଓ କାରର ଡିମାଣ୍ଡ କରୁଥିଲେ । ଯେତେବେଳେ ତନୁ ଯୌତୁକ ଆଣିବାରେ ଅସମର୍ଥ ବୋଲି କହିଲା, ସେତେବେଳେ ସେମାନେ ତାକୁ ନିର୍ଯାତନା ଦେବାକୁ ଲାଗିଲେ ।

ବିବାହ ପରେ ତନୁଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା । ସେମାନେ ଯୌତୁକ ନଦେଲେ ମା ଓ ଝିଅକୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ । ତା’ପରେ ଦିନେ ଅଙ୍କିତ ତନୁଙ୍କ ଗଳା କାଟି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଦେଲା । ସେ ସକାଳ 4 ଟାରେ ତନୁଙ୍କ କକାଙ୍କୁ ଫୋନ୍ କରି ହତ୍ୟା ବିଷୟରେ ସୂଚନା ଦେଇଥିଲା । ତା’ପରେ ବାପଘର ଲୋକମାନେ ଶାଶୁ ଘରେ ପହଞ୍ଚିଲେ ଏବଂ ବହୁତ ହଙ୍ଗାମା ସୃଷ୍ଟି କଲେ । ତେବେ ଅଙ୍କିତ ସେତେବେଳେ ଘରୁ ପଳାଇ ଯାଇଥିଲେ ।

8 ମାସର ଗର୍ଭବତୀ ଥିଲେ ତନୁ :-

ତନୁଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ 8 ମାସର ଗର୍ଭବତୀ ଥିଲା । କିଛି ସମୟ ପୂର୍ବରୁ ତାଙ୍କ ପୁଅ ଭେଟି ଦେବା ପାଇଁ ତନୁଙ୍କ ଶାଶୁ ଘରକୁ ଯାଇଥିଲେ । ଏଠାରେ ସେ ନିଜ ଭାଇକୁ ଶାଶୁଘର ଲୋକଙ୍କ ନିର୍ଯ୍ୟାତନା ବିଷୟରେ ଜଣାଇଥିଲେ । ଏହା ମଧ୍ୟ କହିଥିଲେ ଯେ ବାପାଙ୍କୁ କହିକି ମୋତେ ଏଠାରୁ ନେଇଯାଅ । କିନ୍ତୁ ଆମେ ଭାବୁଥିଲୁ ଧୀରେ ଧୀରେ ସବୁକିଛି ଠିକ ହୋଇଯିବ । କିନ୍ତୁ ବର୍ତ୍ତମାନ ଦୁଃଖ ଲାଗୁଛି ଯେ ମୁଁ ଝିଅକୁ ତା କଥା ମାନି ସାଥିରେ ନେଇଯାଇଥିଲେ ଆଜି ହୁଏତ ସେ ବଞ୍ଚି ଯାଇଥାନ୍ତା ।

ଅନ୍ୟପକ୍ଷରେ, ମାମଲା ବଢୁଥିବା ଦେଖି ଅଙ୍କିତ ରବିବାର ଦିନ ପୋଲିସ ଷ୍ଟେସନକୁ ଆସି ପୋଲିସ ସାମ୍ନାରେ ଆତ୍ମସମର୍ପଣ କରିଥିଲେ । SHO ନନ୍ଦଗ୍ରାମ ମୁନେନ୍ଦ୍ର ସିଂଙ୍କ ଅନୁଯାୟୀ, ଅଙ୍କିତଙ୍କ ବ୍ୟତୀତ ମୃତକାଙ୍କ ଶାଶୂଘର ନଣନ୍ଦ-ଦିଅର, ଦେଢ଼ସୁର – ଜାଆଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତନୁଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

Leave A Reply

Your email address will not be published.