17 ବର୍ଷ ଧରି ସ୍ତ୍ରୀ ଆଖିରେ ଧୂଳି ଦେଇ ସ୍ବାମୀ କରିଥିଲା ଆଉ ଗୋଟିଏ ଫ୍ୟାମିଲି, ଏହିପରି ହେଲା ଖୁଲାସା

0

Get real time updates directly on you device, subscribe now.

ବିବାହର 25 ବର୍ଷ ପରେ ଜଣେ ମହିଳାଙ୍କୁ ନିଜ ସ୍ଵାମୀ ବିଷୟରେ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ଜଣାପଡ଼ିଲା । ତାହା ହେଉଛି ସ୍ୱାମୀର ଆଉ ଗୋଟିଏ ଫ୍ୟାମିଲି ମଧ୍ୟ ରହିଛି । ସେ 17 ବର୍ଷ ଧରି ଜଣେ ଅନ୍ୟ ମହିଳା ସହିତ ମଧ୍ୟ ରିଲେସନସିପରେ ଅଛି ଏବଂ ଅନ୍ୟ ପାର୍ଟନର ଠାରୁ 2 ଟି ପିଲା ମଧ୍ୟ ଅଛନ୍ତି ।

Reddit ପୋଷ୍ଟରେ ଜଣେ ମହିଳା ପରିଚୟ ନ ଦେଇ ସ୍ବାମୀ ଦେଇଥିବା ଧୋକା ବିଷୟରେ କହିଛନ୍ତି । ମହିଳା କହିଛନ୍ତି – ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ଗତ 17 ବର୍ଷ ଧରି ମୋ ସ୍ଵାମୀଙ୍କର ଅଫେୟର ଚାଲିଛି । ଆମ ବିବାହ 25 ବର୍ଷ ପୂର୍ବରୁ ହୋଇଥିଲା । ଆମର ତିନିଜଣ ପିଲା ଅଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣ କଲେଜରେ ଅଛନ୍ତି ଏବଂ ଆଉ ଜଣେ ଘରେ ଅଛି । କିନ୍ତୁ ମୋ ସ୍ଵାମୀ ପାଖରେ ଆଉ ଗୋଟିଏ ପରିବାର ମଧ୍ୟ ଅଛି ।

ସ୍ୱାମୀର ଦ୍ୱିତୀୟ ପାର୍ଟନର ବିଷୟରେ ମହିଳା ଆଉ କିଛି ଖୁଲାସା କରିଛନ୍ତି । ସେ କହିଛନ୍ତି ଦ୍ୱିତୀୟ ପାର୍ଟନର ଇନ୍ସ୍ୟୁରାନ୍ସ ବ୍ରୋକର ଅଟେ । ତେଣୁ ତାଙ୍କୁ କାମ ପାଇଁ ଟ୍ରାଭେଲ କରିବାକୁ ମଧ୍ୟ ପଡେ । ସେ ଗୋଟେ ସପ୍ତାହ କାମରେ ଏବଂ ଗୋଟେ ସପ୍ତାହ ଘରେ ରୁହନ୍ତି ।

ତେବେ ବର୍ତ୍ତମାନ ଏହି କଥା ଜଣାପଡିଛି ଯେ ନିଜ ‘ ୱିକ ଅଫ ‘ ରେ ମହିଳାଙ୍କ ସ୍ଵାମୀ ଏବଂ ଦୁଇ ପିଲାଙ୍କ ସହିତ ସମୟ ବିତାଇଥାଆନ୍ତି । ମହିଳା ଏହାପରେ କହିଛନ୍ତି ଯେ ସୋସିଆଲ ମିଡ଼ିଆ କାରଣରୁ ତାଙ୍କୁ ସ୍ଵାମୀଙ୍କ ସତ ଜଣାପଡ଼ିଛି ।

ବାସ୍ତବରେ ମହିଳା ଗୋଟିଏ ଫେସବୁକ୍ ଆକାଉଣ୍ଟ ଓପନ କରିଥିଲେ । ସେ କହିଛନ୍ତି – ମୁଁ ଯେତେବେଳେ ସ୍ଵାମୀଙ୍କ ଫର୍ଷ୍ଟ୍ ନେମ୍ ସର୍ଚ୍ଚ କଲି, ସେତେବେଳେ ଗୋଟିଏ ଅନ୍ୟ ପ୍ରୋଫାଇଲ୍ ଗୋଟିଏ ଅନ୍ୟ ଲାଷ୍ଟ ନେମ୍ ସହିତ ମୋ ସାମ୍ନାକୁ ଆସିଲା । ଏହି ପ୍ରୋଫାଇଲରେ ସ୍ବାମୀ ସେହି ମହିଳା ଏବଂ ଦୁଇ ପିଲାଙ୍କୁ ଲିଙ୍କ କରି ରଖିଥିଲେ । ମୋ ସ୍ବାମୀ ବର୍ତ୍ତମାନ ଦ୍ୱିତୀୟ ପରିବାର ପାଖରେ ଅଛନ୍ତି ଏବଂ ମୁଁ ଜାଣିଛି ଯେ ଏଇଟା ତାଙ୍କର ହିଁ ପ୍ରୋଫାଇଲ୍ ଅଟେ । କାରଣ ନିକଟରେ ସେ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି, ଏଥିରେ ସେ ଦ୍ଵିତୀୟ ପରିବାର ସହ ଡିନର କରୁଛନ୍ତି ।

ମହିଳା ଆଗକୁ କହିଛନ୍ତି ଯେ ଗୋଟିଏ ଫଟୋରେ ସ୍ବାମୀ ଅନ୍ୟ ମହିଳାଙ୍କୁ କିସ୍ କରୁଥିବା ଦେଖାଯାଉଛି ଏବଂ ପିଲାମାନଙ୍କ ସହିତ ମଧ୍ୟ ତାଙ୍କର ଫଟୋ ରହିଛି । ସେହି ପିଲାମାନେ ମୋ ସ୍ଵାମୀ ଆଡ଼କୁ ହିଁ ଦେଖୁଛନ୍ତି । ମହିଳା ଶେଷରେ ଲେଖିଛନ୍ତି – ମୁଁ ଜାଣି ପାରୁନାହିଁ ଯେ ପରବର୍ତ୍ତୀ ସମୟରେ ମୁଁ ତାଙ୍କୁ କେମିତି ସାମ୍ନା କରିବି ?

Leave A Reply

Your email address will not be published.