ଶୁଖିଲା କାଶ ପାଇଁ ରହିଛି ଏହି 5ଟି ଘରୋଇ ଉପାୟ, ଶୁଖିଲା କାଶ ଦ୍ଵାରା ପୁଣିଥରେ ହେବେ ନାହିଁ ଟେନସନ୍

0

Get real time updates directly on you device, subscribe now.

ପ୍ରାୟତଃ କିଛି ଲୋକଙ୍କୁ ଶୁଖିଲା କାଶର ସମସ୍ୟା ରହିଥାଏ । ତେବେ ଶୁଖିଲା କାଶ ହେବାର ଅନେକ କାରଣ ରହିଥାଏ । ଏଲର୍ଜିଠାରୁ ଆରମ୍ଭ କରି ଏସିଡ ରିଫ୍ଲେକ୍ସ ପର୍ଯ୍ୟନ୍ତ ଅନେକ ଜିନିଷ ଶୁଖିଲା କାଶର କାରଣ ହୋଇପାରେ । ତେବେ କାରଣ ଯାହା ବି ହେଉ, ଲଗାତାର କାଶ ହେବା ଦ୍ବାରା ଆପଣଙ୍କ ଜୀବନକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ । ତେବେ ଆପଣ ମେଡ଼ିସିନ ଅପେକ୍ଷା କିଛି ଘରୋଇ ଉପାୟ ଦ୍ଵାରା ଏହି କାଶରୁ ଆରାମ ପାଇପାରିବେ ।

ଗରମ ପାଣି ଓ ମହୁ :-

NCBI ରେ ପ୍ରକାଶିତ ଗୋଟିଏ ଷ୍ଟଡି ଅନୁଯାୟୀ, ଏକ ବର୍ଷ ଏବଂ ତାଠାରୁ ଅଧିକ ବୟସର ବୟସ୍କ ଏବଂ ପିଲାଙ୍କ ପାଇଁ ମହୁର ବ୍ୟବହାର ଶୁଖିଲା କାଶରୁ ମୁକ୍ତି ଦେଇପାରେ । ବାସ୍ତବରେ ମହୁରେ ଜୀବାଣୁରୋଧି ଗୁଣ ଥାଏ, ଯାହା ପୋଡ଼ାଜଳାକୁ କମ୍ କରିବା, ଗଲା ସରଳ ପାଇଁ ସାହାଯ୍ୟ କରିପାରେ । ଆପଣ ଦିନକୁ ଅନେକ ଥର ମହୁ ସେବନ କରିପାରିବେ । ଏହାକୁ ଚା କିମ୍ବା ଗରମ ପାଣିରେ ମିଶାଇ ମଧ୍ୟ ପାଇପାରିବେ ।

ହଳଦୀ ଓ ଗୋଲମରିଚ :-

ହଳଦୀରେ କରକ୍ୟୁମିନ ହୋଇଥାଏ, ଏକ ଯୌଗିକ ଯେଉଁଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି । ଯେଉଁଥିପାଇଁ ଏହା ଶୁଖିଲା କାଶ ସହିତ ଅନେକ ଅବସ୍ଥାରେ ଲାଭଦାୟକ ଅଟେ । ଗୋଲମରିଚ ସହିତ ନିଆଯିବା ପରେ କରକ୍ୟୁମିନ ରକ୍ତ ପ୍ରବାହରେ ଭଲ ଭାବରେ ଅବଶୋଷିତ ହୁଏ । ଆପଣ କମଳା ରସ ପରି ଏକ ପାନରେ 1 ଚାମଚ ହଳଦୀ ଏବଂ 1/8 ଚାମଚ ଗୋଲମରିଚ ମିଶାଇ ଏହାକୁ ଖାଇପାରିବେ ।

ଅଦା ଓ ଲୁଣ :-

ଏକ ଅଧ୍ୟୟନ ଅନୁଯାୟୀ, ଅଦାରେ ଆଣ୍ଟିମାଇକ୍ରୋବାୟଲ୍ (ଜୀବାଣୁ ନଷ୍ଟ କରୁଥିବା) ଗୁଣ ରହିଛି । ଏହି ପରିସ୍ଥିତିରେ, ଏହା ଶୁଖିଲା କାଶରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଅଦାର ଏକ ଛୋଟ ଖଣ୍ଡ ନିଅନ୍ତୁ, ସେଥିରେ ଟିକେ ଲୁଣ ଛିଞ୍ଚନ୍ତୁ କିମ୍ବା ମହୁ ଲଗାନ୍ତୁ ଏବଂ ଏହାକୁ ଦାନ୍ତ ତଳେ ଦବାନ୍ତୁ | ଏହିପରି ଭାବେ ଅଦା ରସକୁ ଧୀରେ ଧୀରେ ପାଟି ଭିତରକୁ ଯିବାକୁ ଦିଅନ୍ତୁ । ଏହାକୁ ପ୍ରାୟ 5-7 ମିନିଟ୍ ରଖିବା ପରେ କୁଳି କରନ୍ତୁ ।

ଘିଅ ଓ ଗୋଲମରିଚ :-

ଘିଅରେ ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ଗଳାକୁ ନରମ ରଖିବା ପାଇଁ ଏହା ବହୁତ୍ ଭଲ ଭାବେ କାମ କରେ । ଯଦି ଆପଣ ଘିଅରେ ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତି, ତେବେ ଆପଣଙ୍କୁ ଶୁଖିଲା କାଶରେ ବହୁତ ଆରାମ ମିଳିବ ।

ଲୁଣ ଓ ପାଣି :-

ଲୁଣ ପାଣି ପାଟିକୁ ନେଇ ଗଳଗଳ କରିବା ଦ୍ୱାରା ଶୁଖିଲା କାଶ ଏବଂ ଜଳା ପୋଡ଼ା କମ୍ ହୋଇଥାଏ । ଲୁଣ ପାଣି ପାଟି ଏବଂ ଗଳାରେ ବ୍ୟାକ୍ଟେରିଆକୁ ମାରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏପରି କରିବାପାଇଁ ଗୋଟିଏ ବଡ ଗ୍ଲାସରେ ଗରମ ପାଣିରେ 1 ଚାମଚ୍ ଟେବଲ ସଲ୍ଟ ମିଶାନ୍ତୁ । ତାପରେ ଦିନରେ କିଛି ଥର ଏହାକୁ ଗଳଗଳ ବା କୁଳି କରନ୍ତୁ ।

Leave A Reply

Your email address will not be published.