ବାହାଘରର ୫୪ ବର୍ଷ ପରେ ଭଗବାନ ଶୁଣିଲେ ଡାକ, ୭୦ ବର୍ଷ ବୟସରେ ମାଆ ହେଲେ ବୃଦ୍ଧା …..

0

Get real time updates directly on you device, subscribe now.

ମାଆ ଓ ପିଲାର ସମ୍ପର୍କ ବହୁତ ଖାଆସ ହୋଇଥାଏ। ମାଆ ନିଜ ପିଲା ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥାଏ। ସାରା ଜୀବନ ଆମ ମାଆ ଆମପାଇଁ ଯାହା କରିଥାଏ ତାହା ଋଣ ଆମେ କେବେବି ପୂରଣ କରିପାରିନଥାନ୍ତି।

ମାଆ ସହ ପିଲାର ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ପୁରୁଣା ହୋଇଥାଏ। ଗର୍ଭ ଭିତରୁ ହିଁ ମାଆ ଓ ପିଲାର ସମ୍ପର୍କ ରହିଥାଏ। ମାଆ ସେବେଠାରୁ ନିଜ ପିଲା ପ୍ରତି ଚିନ୍ତା କରିବା ଆରମ୍ଭ କରିଦେଇଥାଏ।

ଯେବେ କୌଣସି ମହିଳା ବିବାହ ପରେ ପ୍ରଥମଥର କରି ମାଆ ହୋଇଥାଆନ୍ତି ସେତେବେଳେ ତାଙ୍କର ଖୁସି କହିଲେ ନସରେ ଓ ମାଆ ହେବା କଣ ସେ ଜାଣିଥାନ୍ତି। ସାଧାରଣତଃ କେତେକ ମାମଲାରେ ବିବାହ ପରେ ବହୁତ ଜଲଦି ମହିଳା ମାଆ ହୋଇଯାଆନ୍ତି। କିନ୍ତୁ କିଛି ମହିଳା ଏମିତି ଥାଆନ୍ତି ଯିଏକି ପୁଅ ପାଇଁ ସ୍ୱପ୍ନ ଦେଖନ୍ତି।

କିନ୍ତୁ କୁହାଯାଏ ଭଗବାନଙ୍କ ଘର ଦୂର ଅଟେ କିନ୍ତୁ ଅନ୍ଧାର ନୁହେଁ ଏହାମଧ୍ୟରେ ରାଜସ୍ଥାନର ଅଲବରରୁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବିବାହର 54 ବର୍ଷ ପରେ ମହିଳା ଜଣକ 70 ବର୍ଷ ବୟସରେ ନିଜ ପିଲାକୁ ଜନ୍ମ ଦେଇଛନ୍ତି।

ବିବାହର 54 ବର୍ଷ ପରେ ଅଗଣାରେ ଖେଳିଗଲା ଖୁସି:-

ରାଜସ୍ଥାନର ଅଲବର ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠାରେ ବିବାହର 54 ବର୍ଷ ପରେ ବୃଦ୍ଧ ଦମ୍ପତିଙ୍କ ଘରେ ଖୁସି ଖେଳିଯାଇଥିଲା। ମହିଳାଙ୍କ ବୟସ 70 ବର୍ଷ ଅଟେ ଓ ବୃଦ୍ଧ ପତିଙ୍କ ବୟସ 75 ବର୍ଷ ଅଟେ। ଡ଼କ୍ଟରଙ୍କ କହିବାହେଲା ରାଜସ୍ଥାନରେ ଏହା ପ୍ରଥମ ମାମଲା ଓ ଆଇବିଏଫ ଟେକ୍ନୋଲୋଜି ଯୋଗୁଁ ଏମିତି ହୋଇଛି।

ଆଇବିଏଫ ଟେକ୍ନୋଲୋଜି ଯୋଗୁଁ ବହୁତସାରା ବୃଦ୍ଧ 70 ରୁ 80 ବର୍ଷ ବୟସରେ ମାତା-ପିତା ହୋଇଯାଇଛନ୍ତି। ସନ୍ତାନ ଜନ୍ମପରେ ପିତା ଗୋପିଚାନ୍ଦଙ୍କ ଖୁସିର ଠିକଣା ରହିନାହିଁ। ଡ଼କ୍ଟରଙ୍କ କହିବାହେଲା ମାଆ ଓ ପିଲା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି। ପିଲାଟିର ଓଜନ ସାଢ଼େ ତିନିକିଲୋ ରହିଛି।

ଏହି ବୟସରେ ପିଲା ଜନ୍ମ ହେବାର କିଛି ମାମଲା:-

ଡ଼କ୍ଟରଙ୍କ ଏମିତି କହିବା ଅଟେ କି, ଦେଶସାରା ଏହି ବୟସରେ ପିଲାଙ୍କୁ ଜନ୍ମଦେବାର କିଛି ଅଲଗା ମାମଲା ଅଟେ। ସମ୍ଭବତଃ ରାଜସ୍ଥାନର ଏହା ପ୍ରଥମ ମାମଲା ଅଟେ। ନିଜ ପୁଅକୁ ଘରକୁ ଆଣିବାପରେ ଗୋପିଚାନ୍ଦ କହିଥିଲେ, ଖୁସି ଅଟେ କି, ଆମେ ଆମ ପରିବାରକୁ ଏଥର ଆମକୁ ନେଇପାରିବା କାରଣ ମୁଁ ମୋ ପିତାଙ୍କ ଏକମାତ୍ର ସନ୍ତାନ ଥିଲି।

ପୂର୍ବରୁ ଗୋପିଚାନ୍ଦ ବହୁତସାରା ଡ଼କ୍ଟରଙ୍କୁ ନିଜ ପତ୍ନୀ ଚନ୍ଦ୍ରାବତୀଙ୍କୁ ଦେଖାଇଥିଲେ କିନ୍ତୁ କୌଣସି ଫଳପ୍ରଦ ହୋଇନଥିଲା। ଦେଢ଼ବର୍ଷ ପୂର୍ବରୁ ଜଣେ ସମ୍ପର୍କୀୟଙ୍କ ଠାରୁ ସେ ଫର୍ଟିଲିଟି ବିଷୟରେ ଶୁଣିଥିଲେ ନିଜର ତୃତୀୟ ଆଇବିଏଫ ସର୍କଲରେ ଚନ୍ଦ୍ରାବତୀ 9 ମାସର ପ୍ରେଗନାଣ୍ଟ ହୋଇଥିଲେ।

ଜୁନ 2022 ରେ ଆଇବିଏଫକୁ ନେଇ ଆସିଲା ଏମିତି ଆଇନ:-

ଡ଼କ୍ଟର ଗୁପ୍ତାଙ୍କ ମୁତାବିକ, ସଂସଦ ଦ୍ୱାରା ଏବେଏବେ ଅଧିନିୟମିତ ଏକ ଆଇନ ଜୁନ 2022 ରେ ପ୍ରଭାବିତ ହେଲା। ଏଥିରେ କୁହାଯାଇଥିଲା କୌଣସିବି ଆଇବିଏଫ ସଂସ୍ଥା 50 ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା କରିପାରିବନାହିଁ। ଆଇନ ଲାଗୁହେବା ପୂର୍ବରୁ ଏହି ମହିଳା ଗର୍ଭବତୀ ହୋଇଥିଲେ ଓ ଏହି ମହିଳା ଭାଗ୍ୟଶାଳୀ ଅଟନ୍ତି।

Leave A Reply

Your email address will not be published.