Raju Srivastava Health update: ରାଜୁ ଶ୍ରୀବାସ୍ତବଙ୍କର ବର୍ତ୍ତମାନ ସୁଦ୍ଧା ଆସିନାହିଁ ହୋସ,ଅବସ୍ଥା ଗୁରୁତର, ଡାକ୍ତର କହିଲେ ଏମିତି କଥା

0

Get real time updates directly on you device, subscribe now.

Raju Srivastav Health Update: କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବଙ୍କ ହେଲ୍ଥକୁ ନେଇ ଗୋଟିଏ ବଡ ଅପଡେଟ ସାମ୍ନାକୁ ଆସିଛି । ଅଗଷ୍ଟ 10 ତାରିଖରେ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ ଆସିଥିଲା । ଯାହା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀର AIIMS ରେ ଆଡମିଟ କରାଗଲା । 24 ଘଣ୍ଟା ପରେ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି ।

ଅବସ୍ଥା ଗୁରୁତର :-

AIIMS ରୁ ମିଳିଥିବା ସୂଚନା ଅନୁଯାୟୀ, କାର୍ଡିୟକ୍ ଅରେଷ୍ଟ ସମୟରେ ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ ଉପରେ ବହୁତ୍ କ୍ଷତି ପହଞ୍ଚିଥିଲା । ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି । କୁହାଯାଉଛି ଯେ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଯେମିତି ଥିଲା ସେମିତି ରହିଛି । ତାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଉ ନାହିଁ ।

ରାଜୁ ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା କହିଛନ୍ତି ଯେ ” ସେ ବର୍ତ୍ତମାନ ମଧ୍ୟ ଗୁରୁତର ଅବସ୍ଥାରେ ଅଛନ୍ତି, ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଡାକ୍ତରମାନେ ତାଙ୍କର ICU ରେ ହିଁ ଚିକିତ୍ସା କରୁଛନ୍ତି । ତାଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଭଲ ନୁହେଁ କି ଖରାପ ମଧ୍ୟ ନୁହେଁ । ପୁରା ମେଡିକାଲ୍ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଭଲ ହେବାକୁ ନେଇ ବହୁତ୍ ଚେଷ୍ଟା କରୁଛନ୍ତି । ଆମେ କେବଳ ପ୍ରାର୍ଥନା କରୁଛୁ ଓ ଆଶା କରୁଛୁ ଯେ ସେ ଶୀଘ୍ର ଭଲ ହୋଇଯିବେ । ବର୍ତ୍ତମାନ୍ ମୋ ମମି ତାଙ୍କ ସହିତ ICU ଭିତରେ ଅଛନ୍ତି ।”

ଫିଟନେସ ପ୍ରତି ବହୁତ୍ ଧ୍ୟାନ ଦେଉଥିଲେ ରାଜୁ :-

ଅନ୍ତରା କହିଛନ୍ତି ଯେ ” ମୋ ବାପା ଦିଲ୍ଲୀରୁ ବାକି ଜାଗାକୁ ପ୍ରାୟତଃ ଟ୍ରାଭେଲ କରନ୍ତି । ତେଣୁ ସେ ନିଷ୍ପତ୍ତି ନେଇଥିଲେ ଯେ ଭଲ ସ୍ବାସ୍ଥ୍ୟ ପାଇଁ ପ୍ରତିଦିନ ୱର୍କଆଉଟ କରିବେ । ସେ ପ୍ରତିଦିନ ଜୀମ ଯାଉଥିଲେ, ପ୍ରତିଦିନ ଏକ୍ସରସାଇଜ କରନ୍ତି । କେବେ ମିସ କରୁନଥିଲେ । ତାଙ୍କର କୌଣସି ପ୍ରକାରର ହାର୍ଟ ପ୍ରୋବଲେମ୍ ମଧ୍ୟ ନଥିଲା । ସେ ପୁରାପୁରି ଠିକ ଥିଲେ । ତେଣୁ ଏସବୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।”

AIIMS ର ଡାକ୍ତରଙ୍କ ଟିମ୍ ରାଜୁ ଶ୍ରୀବାସ୍ତବଙ୍କ ଦେଖାଶୁଣାରେ ଲାଗି ରହିଛନ୍ତି । ସମସ୍ତେ ବର୍ତ୍ତମାନ ପ୍ରାର୍ଥନା କରୁଛନ୍ତି ଯେ ସେ ଶୀଘ୍ର ଠିକ ହୋଇଯାନ୍ତୁ । ବୁଧବାର ଦିନ ରାଜୁ ଶ୍ରୀବାସ୍ତବଙ୍କ ପ୍ରିୟଜନ ଏବଂ କମେଡିଆନ ସୁନିଲ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ତାଙ୍କ ହେଲ୍ଥ ଅପଡେଟ ସେୟାର କରିଥିଲେ । ଏହାସହିତ ସେ ଲୋକମାନଙ୍କୁ ତାଙ୍କ ସ୍ବାସ୍ଥ୍ୟ ଠିକ୍ ହେବାକୁ ନେଇ ପ୍ରାର୍ଥନା କରିବାକୁ କହିଥିଲେ ।

Leave A Reply

Your email address will not be published.