ଭାରତ ବନାମ ଜିମ୍ବାୱେ: ଫେରିଲେ କେଏଲ ରାହୁଲ,ମିଳିଲା ଅଧିନାୟକ ପଦବୀ ,ଏହି ଖେଳାଳିଙ୍କ ମନ ଭାଙ୍ଗିଲା ,ଏବେ ବସିବାକୁ ପଡିବ ବେଞ୍ଚରେ ………

0

Get real time updates directly on you device, subscribe now.

ଜିମ୍ବାୱେ ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ ଖେଳିବା ପାଇଁ ଭାରତ ପ୍ରସ୍ତୁତ ରହିଛି। 18 ଅଗଷ୍ଟରୁ 22 ଅଗଷ୍ଟ ଭିତରେ ଏହି ମ୍ୟାଚ ଗୁଡ଼ିକ ଶେଷ ହେବ। ପ୍ରଥମେ ବିସିସିଆଇ ଜିମ୍ବାୱେ ବିପକ୍ଷରେ ଶିଖର ଧାୱନଙ୍କୁ ଅଧିନାୟକ ରୂପରେ ଚୟନ କରିଥିଲେ କିନ୍ତୁ ବିସିସିଆଇର ମେଡ଼ିକାଲ ଟିମ ରାହୁଲଙ୍କ ସୁସ୍ଥ ଥିବା ଦେଖି ତାଙ୍କୁ ଅଧିନାୟକ ରୂପରେ ବାଛିଥିଲେ।

ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ଦୁଃଖିତ ହେବ ଏହି ଖେଳାଳି:-

ବିସିସିଆଇର ଏହି ନିଷ୍ପତ୍ତି ପରେ ଲୋକେଶ ରାହୁଲଙ୍କୁ ଅଧିନାୟକ ବନାଯିବା ସହିତ ଓପନିଂ କରିବା ମଧ୍ୟ ତୟ ହୋଇଛି। ଏହି ସିରିଜରେ ଭାରତ ତରଫରୁ ଶିଖର ଧାୱନ ଓ ଲୋକେଶ ରାହୁଲ ଓପନିଂ ଖେଳିବେ ଯାହାଦ୍ୱାରା ଏହି ଖେଳାଳି ସବୁଠାରୁ ଦୁଃଖିତ ହେବେ ଓ ବେଞ୍ଚରେ ବସିବେ।

ସମ୍ପୂର୍ଣ୍ଣ ସିରିଜରେ ବେଞ୍ଚରେ ବସିବାକୁ ପଡ଼ିବ:-

ରାହୁଲଙ୍କ ଦଳରେ ସାମିଲ ହେବାପରେ ଦଳର ସଦସ୍ୟଙ୍କ ସଂଖ୍ୟା 16 ହୋଇଯାଇଛନ୍ତି କାରଣ ବିସିସିଆଇ ତାଙ୍କ ସ୍ଥାନରେ କାହାରିକୁ ନେଇନଥିଲେ। ଏବେ ବୋଧହୁଏ ଋତୁରାଜ ଗାଇକୱାଦଙ୍କୁ ଦଳରେ ସ୍ଥାନ ମିଳିବ। ଏହି ଦିନିକିଆ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟାସ ଆୟର, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାଙ୍କୁ ଆରାମ ଦିଆଯାଇଛି। ରାହୁଲ 2022 ଆଇପିଏଲ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ t20 ସିରିଜରେ ଭାରତ ତରଫରୁ ଅଧିନାୟକ କରିବାର ଥିଲା କିନ୍ତୁ ସେ ଆହତ ହେବାପରେ ଜରୁରୀ ସର୍ଜରୀ ହୋଇଥିଲା।

ଏହାପରେ ମଧ୍ୟ ସେ ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସାମିଲ ହୋଇପାରିଲେ ନାହିଁ। କାରଣ ଆହତରୁ ସମ୍ପୂର୍ଣ୍ଣ ଭାବରେ ଫିଟ ଥିବା ସତ୍ତ୍ୱେ ମଧ୍ୟ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଯାହାଦ୍ୱାରା ବିସିସିଆଇ ତାଙ୍କୁ ରିହ୍ୟାବ ଦେବାପାଇଁ ସମୟ ଦେଇଥିଲା। କେଏଲ ରାହୁଲଙ୍କୁ ଏସିଆ କପ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି।। ସେ ମଧ୍ୟ ଚଳିତ ଜିମ୍ବାୱେ ବିପକ୍ଷ ସିରିଜରେ ଉପଲବ୍ଧ ହେବେ।

ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ:-

କେଏଲ ରାହୁଲ (ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଇକୱାଦ, ଶୁଭମାନ ଗିଲ, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଇଶାନ କିଷାନ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, କୂଳଦୀପ ଯାଦବ, ଅକ୍ଷର ପଟେଲ, ଆଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ନା, ମହମ୍ମଦ ସିରାଜ ଓ ଦୀପକ ଚହର।

Leave A Reply

Your email address will not be published.