ଅନ୍ୟକୁ ତଳେ ପକାଇବା ପାଇଁ କରୁଥିଲେ ଷଡ଼ଯନ୍ତ୍ର, ଅଚାନକ ଓଲଟି ପଡ଼ିଲା ନିଜ ସ୍କୁଟି,ଆଉ ତା ପରେ ….ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଏପରି ଗୋଟିଏ ପ୍ଲାଟଫର୍ମ ଅଟେ, ଯେଉଁଥିରେ ଆଜିକାଲି ଅନେକ ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ । ଏଥିମଧ୍ୟରୁ କିଛି ଭିଡିଓ ତ କମେଡି ହୋଇଥାଏ, କିନ୍ତୁ କିଛି ଭିଡିଓ ବହୁତ୍ ଅଧିକ ସିରିଅସ ମଧ୍ୟ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଭିଡିଓ ଦେଖାଇବାକୁ ଯାଉଛୁ, ଯାହାକୁ ଦେଖିବାପରେ ଆପଣ ମଧ୍ୟ କହିବେ ଯେ ଯଦି ଅନ୍ୟ କାହା ପାଇଁ ଗାତ ଖୋଳିବେ, ତେବେ ସେହି ଗାତରେ ନିଜେ ପଡ଼ିଯିବେ ।

ଏହିପରି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଆଜିକାଲି ଭାଇରାଲ୍ ହେଉଛି, ଯେଉଁଠାରେ ଦୁଇଜଣ ବାଇକ୍ ଯାତ୍ରୀଙ୍କ ଖରାପ୍ ବୁଦ୍ଧି ସେମାନଙ୍କୁ ହିଁ ଆଣ୍ଠୁ ମାଡ଼ି ତଳେ ପକାଇ ଦେଲା । ବାସ୍ତବରେ ଏହି ବାଇକ୍ ଯାତ୍ରୀ ଅନ୍ୟ କାହାକୁ ତଳେ ପକାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କର ଏହି ଚେଷ୍ଟାର ଫଳ ସେମାନଙ୍କୁ ମିଳିଗଲା ଏବଂ ସେମାନେ ନିଜେ ହିଁ ତଳେ ପଡିଗଲେ ।

ଉଲ୍ଲେଖଯୋଗ୍ୟ ଯେ ଏହି ଭିଡିଓ @karmanahora ନାମକ ଜଣେ ଟୁଇଟର ୟୁଜର ସେୟାର କରିଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣମାନେ ଦେଖିପାରିବେ ଯେ କିପରି ଭାବେ ଦୁଇଜଣ ବାଇକରେ ବସି ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ତଳେ ପକାଇବାକୁ ଚେଷ୍ଟା କରୁଛନ୍ତି । ତାପରେ ସେହି ବ୍ୟକ୍ତିଙ୍କୁ ସେମାନେ ଠେଲି ଦିଅନ୍ତି, କିନ୍ତୁ ଠେଲିବା ମାତ୍ରେ ହିଁ ସେହି ବ୍ୟକ୍ତି ବାଇକ୍ ଉପରେ ପଡିଯାନ୍ତି । ଯାହା ପରେ ବାଇକର ସନ୍ତୁଳନ ବିଗିଡ଼ି ଯାଏ ଏବଂ ଦୁଇ ବାଇକ୍ ଯାତ୍ରୀ ତଳେ ପଡିଯାନ୍ତି । ଏହି ଭିଡିଓ ଦେଖିବାପରେ ଲୋକମାନେ କହିଛନ୍ତି ଯେ ଯେମିତି କରିବ, ସେମିତି ପାଇବ ।

ତେବେ ସେହି ଦୁଇ ବାଇକ୍ ଯାତ୍ରୀଙ୍କୁ ସେମାନଙ୍କ କର୍ମର ଫଳ ସେମାନଙ୍କୁ ତୁରନ୍ତ ମିଳିଗଲା । କିନ୍ତୁ ଏହି କଥା ବୁଝି ହେଉନି ଯେ ପ୍ରକୃତରେ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ସେହି ବାଇକ୍ ଯାତ୍ରୀ କାହିଁକି ଠେଲିବାକୁ ଚେଷ୍ଟା କଲେ । ବର୍ତ୍ତମାନ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଅନେକ ଲୋକ ଏ ବିଷୟରେ ପ୍ରଶ୍ନ ପଚାରୁଛନ୍ତି । ତେବେ ଏ ପ୍ରଶ୍ନର ଉତ୍ତର ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଆଉ କିଛି ଲୋକ କହିଛନ୍ତି ଯେ “ଯିଏ ଯେମିତି କର୍ମ କରିବ, ସେମିତି ଫଳ ପାଇବ ।” ଏଥିରୁ ଜଣାପଡ଼ୁଛି ଯେ ଆମେ ଯଦି ବିନା କାରଣରେ କାହାର କ୍ଷତି କରିବାକୁ ଚାହିଁବା, ତେବେ ତାହା ଆମ ଉପରେ ମଧ୍ୟ ଭାରି ପଡିପାରେ ।

Leave A Reply

Your email address will not be published.