ପରଟାରେ ବିଷ ଦେଇ ବାପାକୁ ହତ୍ୟା କଲା ସ୍ତ୍ରୀ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଆଲିଗଢ଼ ଜିଲ୍ଲାରେ ଜଣେ ଯୁବକ ନିଜ ସ୍ତ୍ରୀ ଉପରେ ନିଜ ବାପାଙ୍କ ହତ୍ୟାର ଆରୋପ ଲଗାଇଛନ୍ତି । ପୋଲିସଠାରେ କରିଥିବା ଅଭିଯୋଗରେ ଯୁବକ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ପରଟାରେ ବିଷ ଦେଇ ବାପାଙ୍କର ହତ୍ୟା କରିଛନ୍ତି । ଅଭିଯୋଗ ରହିଛି ଯେ ଅବୈଧ ସମ୍ପର୍କକୁ ନେଇ ଯେତେବେଳେ ଶ୍ଵଶୁର ଆପତ୍ତି କରିଥିଲେ, ସେତେବେଳେ ବୋହୂ ତାଙ୍କୁ ହତ୍ୟା କରିଦେଲା । ମହିଳାଙ୍କ ସ୍ବାମୀ ଓ ଅନ୍ୟ ପରିବାର ଲୋକେ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । 6 ଦିନ ପୂର୍ବେ ଖାଦ୍ୟ ଖାଇବାପରେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ରୋରାବର ଥାନା ଅଞ୍ଚଳର ଗାଁର ଯୁବକ କହିଛନ୍ତି ଯେ ମୋ ସ୍ତ୍ରୀ ମୋ ବାପାଙ୍କୁ ପରଟାରେ ବିଷ ଦେଇ ଦେଇଥିଲା । ସ୍ତ୍ରୀର ପଡୋଶୀଙ୍କ ସହ ଅବୈଧ ସମ୍ପର୍କ ଥିଲା । ବାପା ମୋ ସ୍ତ୍ରୀ ଏବଂ ପଡୋଶୀ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ବଦନାମି ହେବା ଭୟରେ ସ୍ତ୍ରୀ ମୋ ବାପାଙ୍କ ଖାଇବାରେ ବିଷ ମିଶାଇ ଦେଇଥିଲା । ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଗଲା ।

ଯୁବକଙ୍କର ଅଭିଯୋଗ ରହିଛି ଯେ ସ୍ତ୍ରୀ ବିରୋଧରେ ଆମେ ପୋଲିସ ଠାରେ ଅଭିଯୋଗ କରିସାରିଛୁ, ଏହା ସତ୍ତ୍ବେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଘଟଣା ଦିନଠାରୁ ସ୍ତ୍ରୀ ଫେରାର ଅଛି । ଆଜିକୁ 6 ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ କୌଣସି ଆକ୍ସନ ନିଆଯାଇ ନାହିଁ ।

ଏସପି କ୍ରାଇମ୍ ରଜନୀ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜ ବାପାଙ୍କ ହତ୍ୟାର ଆରୋପ ନିଜ ସ୍ତ୍ରୀ ଉପରେ ହିଁ ଲଗାଇଛନ୍ତି । ଏହି ପୁରା ଘଟଣାକ୍ରମର ଯାଞ୍ଚ ଓ ତାପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୁକ୍ତ ବୋହୂ ଏହି ଘଟଣା ପରଠାରୁ ଫେରାର ଅଛି ।

Leave A Reply

Your email address will not be published.