ପ୍ରଥମେ ସ୍ତ୍ରୀ ନାମରେ ୩୫ ଲକ୍ଷ ଟଙ୍କାର ବୀମା କଲା ସ୍ୱାମୀ,ତା ପରେ ୫ ଲକ୍ଷ ଟଙ୍କା ସୁପାରୀ ଦେଇ ସ୍ତ୍ରୀ କୁ ମାରିଲା,ଆଉ ବୀମା ଟଙ୍କା ପାଇବା ପରେ କରଜ କରିଥିବା ସବୁ ଟଙ୍କା ସୁଝିଲା,ଜାଣନ୍ତୁ ପୁରା ଘଟଣା
ମଧ୍ୟପ୍ରଦେଶରୁ ରାଜଗଢ଼ରୁ ଏକ ହଇରାଣ କରିବାଭଳି ମାମଲା ପୋଲିସ ପାଖକୁ ଆସିଛି ଏଠାରେ ଜଣେ ପତି ନିଜ ପତ୍ନୀଙ୍କୁ ମାରି ତାଙ୍କର ବୀମା ଟଙ୍କାରେ (35 ଲକ୍ଷ) ନିଜର ସବୁ ଫାହାର କରଜ ଉତାରିବାକୁ ଚେଷ୍ଟା କରିଥିଲେ।
ରାଜଗଢ଼ ଜିଲ୍ଲାର ଆଡ଼ିଶନାଲ ଏସପି ମନକାମନା ପ୍ରସାଦଙ୍କ ମୁତାବିକ, ବିଗତ 26 ଜୁଲାଇ ରାତି ପ୍ରାୟ 9 ଘଟିକା ସମୟର ଏହି ଘଟଣା ଅଟେ। ମାନା ଯୋଡ଼ ଗାଁ ପାଖରେ ମହିଳା ପୂଜା ମୀନା (27)ଙ୍କୁ ଗୁଳି ମାରି ହତ୍ୟା କରିଦିଆଗଲା ଯେତେବେଳେ ସେ ନିଜ ପତି ବଦ୍ରୀପ୍ରସାଦ ମୀନା (31)ଙ୍କ ସହିତ ବାଇକରେ ବସି ଯାଉଥିଲେ। ପତି କହିଥିଲେ, ସେ ଚାରିଜଣଙ୍କ ଠାରୁ ଟଙ୍କା ନେଇଥିଲେ ଯେଉଁମାନେ କି, ତାଙ୍କୁ ଲଗାତାର ବାଧ୍ୟ କରୁଥିଲେ।
ପତି ନିଜ କାହାଣୀ ଜରିଆରେ ପୋଲିସକୁ ବତାଇଲେ କି, ସେ ନାଶନାଲ ହାଇୱେରେ ଯାଉଥିଲେ ଓ ଏହି ସମୟରେ ତାଙ୍କୁ ଚାରିଜଣ ଆକ୍ରମଣ କରିଥିଲେ। ଏହାମଧ୍ୟରେ ପତ୍ନୀ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ଗୁଳି ମାରି ହତ୍ୟା କରିଦିଆଗଲା। ପୋଲିସ ମହିଳାଙ୍କ ପତିଙ୍କ ବୟାନ ଆଧାରରେ ଚାରିଜଣଙ୍କ ବିରୁଦ୍ଧରେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲେ।
ଏହାମଧ୍ୟରେ ଯେଉଁ କଥା ସାମ୍ନାକୁ ଆସିଥିଲା ତାହା ସମ୍ପୂର୍ଣ୍ଣ ଭାବରେ ପୋଲିସ ସମେତ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଘଟଣା ଏହାକି ଯେ, ମୃତକା ମହିଳାଙ୍କ କିଛିଦିନ ପୂର୍ବରୁ ତାଙ୍କ ପତି ବୀମା କରାଇଥିଲେ ଓ ତାଙ୍କୁ ମାରି ନିଜ ଉପରେ ଥିବା ସମସ୍ତ କରଜକୁ ଶୁଝାଇବାକୁ ଚାହୁଁଥିଲେ।
ଏହିପରି ଭାବରେ ଖୋଲିଗଲା ରାଜ:-
ପୋଲିସକୁ ଦିଆଯାଇଥିବା ବୟାନ ମାଧ୍ୟମରେ ମୃତକାଙ୍କ ପତି ଘଟଣା ଦିନ ରାତିର ଯେଉଁ କାହାଣୀ ବତାଇଥିଲେ, ସେଥିରେ କୁହାଯାଇଥିଲା ପତ୍ନୀଙ୍କୁ ସାମ୍ନାରୁ ଗୁଳି କରାଯାଇଥିଲା କିନ୍ତୁ ରିପୋର୍ଟରେ ସାମ୍ନାକୁ ଆସିଲା କି, ପଛପଟୁ ଗୁଳି କରାଯାଇଥିଲା। ରିପୋର୍ଟ ସାମ୍ନାକୁ ଆସିବାପରେ ପୋଲିସକୁ ସନ୍ଦେହ ହୋଇଥିଲା ଓ ଏହାପରେ ଘଟଣା ସ୍ଥଳକୁ ଯାଞ୍ଚ କରିବାପରେ ପୋଲିସ ପାଇଥିଲା ଯେ, ସେଠାରେ ଏହି ଚାରି ଆରୋପୀ ନଥିଲେ।
ଏହାପରେ ପୋଲିସ ଯେତେବେଳେ ମୃତକାଙ୍କ ପତିଙ୍କ କଲ ଡ଼ିଟେଲସ ବାହାର କରିଥିଲେ। ଏହାପରେ ପୋଲିସ ଜାଣିବାକୁ ପାଇଲେ କି, ଆରୋପୀଙ୍କ ନମ୍ବର ରୁ ଏକ ନମ୍ବରକୁ ବିଗତ କିଛିଦିନ ହେବ ବାରମ୍ବାର କଲ ଯାଇଛି। ପୋଲିସ ଏହାପରେ ଜୋରଦେଇ ପଚାରିବାପରେ ସବୁ ସତକଥା ଆରୋପୀ କହିଦେଲା।
ଆଡ଼ିଶନାଲ ପୋଲିସ କୁହନ୍ତି କି, ଆରୋପୀଙ୍କ ଉପରେ 50 ଲକ୍ଷ ଟଙ୍କାର କରଜ ରହିଥିଲା। ଯାହାପାରେ ସେ ଏହାକୁ ଶୁଝିବା ପାଇଁ ପତ୍ନୀଙ୍କ ନାମରେ କରାଇଥିବା 30 ଲକ୍ଷ ଦୁର୍ଘଟଣା ବୀମାକୁ ପାଇବାପାଇଁ ଇଣ୍ଟରନେଟରୁ ଭିଡ଼ିଓ ଦେଖିଲେ ଓ ପତ୍ନୀଙ୍କୁ ମାରିବାର ପ୍ଲାନ କରିଥିଲେ।
ବାଇକ ଖରାପ ହେବାର ବାହାନା:-
ଏହାପରେ ପତି ତିନିଜଣ ବଦମାସଙ୍କୁ 5 ଲକ୍ଷ ଟଙ୍କାରେ ହାୟର କରିଥିଲେ। ଏକଲକ୍ଷ ଟଙ୍କା ସେମାନଙ୍କୁ ଆଡ଼ଭାନ୍ସ ଦେଲେ ଓ ବାକି ଟଙ୍କା ହତ୍ୟା ପରେ ଦେବେ ବୋଲି କହିଥିଲେ। ହତ୍ୟା ଦିନ ରାତିରେ ଆରୋପୀ ପତି ବାଇକ ଖରାପ ହୋଇଥିବା ବାହାନା କରି ରାସ୍ତାରେ ଗାଡ଼ି ସଜାଡ଼ିବାକୁ ଲାଗିଲା ଓ ପତ୍ନୀଙ୍କୁ ରାସ୍ତା କଡ଼ରେ ବସାଇ ଦେଲା। ଏହାର ସୁଯୋଗ ପାଇ ସୁପାରୀ କିଲର ତାଙ୍କୁ ପଛପଟୁ ଗୁଳି କରି ଫେରାର ହୋଇଥିଲେ।
ଦୁଇ ଆରୋପୀ ଗିରଫ:-
ଯାଞ୍ଚରୁ ସାମ୍ନାକୁ ଆସିଥିଲା କି, ଆରୋପୀ ବଦ୍ରୀ ସହଯୋଗୀ ଅଜୟ ଓରଫ ଗୋଲୁ, ଶାକିର ଓ ହୁନର ସିଂହ ସହିତ ମିଶି ଏହି ହତ୍ୟା ଘଟଣା ଘଟାଇଥିଲେ। ବର୍ତ୍ତମାନ କୁରାବର ପୋଲିସ ଆରୋପୀ ବଦ୍ରୀପ୍ରସାଦ ଓ ହୁନରସିଂହଙ୍କୁ ଗିରଫ କରିସାରିଛି।