କ୍ରୁରତାର ସବୁ ସୀମା ପାର ହେଲା ସ୍ୱାମୀ ! ସ୍ତ୍ରୀ ଆଉ ଝିଅକୁ ହାଣିବା ପରେ କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ,ଆଉ ତା ପରେ ……..

0

Get real time updates directly on you device, subscribe now.

ବିହାରର ମଧେପୁରାରୁ ଏକ ଯନ୍ତ୍ରଣା ଦାୟକ କାହାଣୀ ସାମ୍ନାକୁ ଆସିଛି। ଯେଉଁଠାରେ। ଏକ କ୍ରୁର ପତି କ୍ରୁରତାର ସବୁ ସୀମା ପାୱାର କରିଦେଇଥିଲେ। ନିଜ ପତ୍ନୀ ଓ ଦେଢ଼ ବର୍ଷର ଝିଅର ମୁଣ୍ଡ ଶରୀରରୁ ଅଲଗା କରିଦେଲା। ପତ୍ନୀଙ୍କ ମୁଣ୍ଡକୁ ନେଇ ବ୍ୟକ୍ତି ଜଣକ ନିଜ ଶଶୁର ଘରେ ରଖିଦେଇ ଆସିଲା ଓ ନିଜ ଝିଅର ମୁଣ୍ଡକୁ ଘର ଟେବୁଲରେ ରଖି ବାକି ଦୁଇଟି ପିଲାଙ୍କୁ ନେଇ ପଳାୟନ କଲେ ବ୍ୟକ୍ତି ଜଣକ। ପୋଲିସ କେସ ଦର୍ଜ କରି ଆରୋପୀଙ୍କ ତଲାଶ ଆରମ୍ଭ କରିଥିଲେ।

ଶ୍ରୀନଗର ଥାନା ଅଞ୍ଚଳ ରାମନଗର ମହେଶ ପଞ୍ଚାୟତର ଏହି ଘଟଣା ଅଟେ। ସୂଚନା ଅନୁସାରେ, ପଞ୍ଚାୟତ ୱାର୍ଡ ସଂଖ୍ୟା-1 ନିବାସୀ ଜିବରାଇଲ ନାମକ ଜଣେ ବ୍ୟକ୍ତି ପାରିବାରିକ ବିବାଦକୁ ନେଇ ଶୁକ୍ରବାର ଦିନ ରାତିରେ ନିଜ ପତ୍ନୀ ମୁରସୁଦା ଖାତୁନ ଓ ଦେଢ଼ ବର୍ଷୀୟ ଝିଅ ଜିଆ ପରବୀନଙ୍କ ହତ୍ୟା କରିଦେଲେ। ଉଭୟଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିଦିଆଗଲା। ଏହି ରାକ୍ଷସ ନିଜ ଝିଅର ମୁଣ୍ଡକୁ ଘର ଟେବୁଲ ଉପରେ ରଖିଦେଲା ଓ ଯେବେକି ନିଜ ପତ୍ନୀଙ୍କ ମୁଣ୍ଡକୁ ଶଶୁର ଘରେ ରଖିଦେଲା। ପତ୍ନୀଙ୍କ ଘର ପାଖରେ ଥିବା ଏକ ପୁଲିଆ ଉପରେ ମୁଣ୍ଡଟିକୁ ରଖିଦେଇ ସେ ଚାଲିଗଲା ଓ ଏହାପରେ ଅନ୍ୟ ଦୁଇ ପିଲାଙ୍କୁ ମଧ୍ୟ ନିଜ ସାଥିରେ ନେଇ ପଳାଇଲେ।

କଟାମୁଣ୍ଡ ଦେଖି ମଚିଲା ବବାଲ:-

ଶନିବାର ଦିନ ସକାଳେ ଯେତେବେଳେ ଗାଁ ଲୋକେ ମହିଳାଙ୍କ କଟାମୁଣ୍ଡ ଦେଖିଲେ ସେତେବେଳେ ସମସ୍ତେ ଏକାଠି ହୋଇଥିଲେ। ଗ୍ରାମୀଣଙ୍କ ଭିଡ଼ ଘଟଣା ସ୍ଥଳରେ ଜମା ହୋଇଗଲା ଓ ଭିଡ଼ ଭିତରେ ମହିଳାଙ୍କ କଟାମୁଣ୍ଡ ଦେଖି ପିତା ସନ୍ଦେହ କଲେ ଯେ, ଏହା ତାଙ୍କ ଝିଅର ଶବ ଅଟେ। ଲୋକମାନେ ସ୍ଥାନୀୟ ପୋଲିସଙ୍କୁ ଏହାର ସୂଚନା ଦେଇଥିଲେ। ଏହାପରେ ପୋଲିସ ବଛଭଖଡ଼ା ଗାଁ ପହଞ୍ଚି ଯାଞ୍ଚରେ ଲାଗିଗଲା। କଟାମୁଣ୍ଡ ପାଖରେ ଏକ କାଗଜ ମଧ୍ୟ ମିଳିଥିଲା ଯେଉଁଥିରୁ କିଛି ମିଳିଥିଲା। ପୋଲିସ କାଗଜ ସହିତ କଟାମୁଣ୍ଡକୁ ନିଜ କବ୍ଜାରେ ନେଇଥିଲା।

ମାଆ ଗିରଫ ହେଲେ ଓ ବାପା ଫେରାର ହେଲେ:-

ଏହି ଘଟଣା ବିଷୟରେ ସୂଚନା ମିଳିବାପରେ ଧାନାଧ୍ୟକ୍ଷ ନିଜ ଦଳ ବଳ ନେଇ ଜିବରାଇଲ ପାଖରେ ପହଞ୍ଚିଥିଲେ। ଯେଉଁଠାରେ ମହିଳାଙ୍କ ଶରୀର ପଡ଼ିଥିବାର ଦେଖିବାକୁ ମିଳିଗଲା। ଏତିକି ନୁହେଁ କୋଣରେ ମାସୁମ ପିଲାଟିର ଶରୀର ମଧ୍ୟ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପୋଲିସ ଘଟଣା ସ୍ଥଳରୁ ଆରୋପୀ ମାଆ ନଜୀଦା ଖାତୁନଙ୍କୁ ଗିରଫ କଲା। ସେଠାରୁ ହତ୍ୟାକାରୀଙ୍କ ପିତା ଶେଖ ବିଦେଶୀ ସେଠାରୁ ପଳାୟନ କଲେ। ହତ୍ୟାକାରୀ ମାନେ ଶଶୁର ଘର ଲୋକଙ୍କ ହ୍ଵାଟ୍ସଆପରେ ମର୍ଡର ଭିଡ଼ିଓ ଓ ଧମକ ଭରା ଶବ୍ଦରେ ରେକର୍ଡ଼ିଂ ମଧ୍ୟ ପଠାଇଥିଲେ।

ଦୁଇ ପିଲାଙ୍କୁ ନେଇ ହଙ୍ଗାମା:-

ଏହି ହୃଦୟ ଥରାଉଥିବା ଘଟଣାକୁ ନେଇ କ୍ରୋଧିତ ଲୋକେ ଥାନା ପହଞ୍ଚି ଜବରଦସ୍ତ ହଙ୍ଗାମା କରିଥିଲେ ଓ ଶବକୁ ଅଟକାଇଥିଲେ। ଲୋକମାନେ ପୋଲିସ ପାଖରେ ମୃତକାଙ୍କ ଦୁଇଟି ପିଲାର ଦାବି କରୁଛନ୍ତି। ପୋଲିସ ବର୍ତ୍ତମାନ ଛାପାମାରୀ ମଧ୍ୟ ଆରମ୍ଭ କରିଦେଇଛି।

Leave A Reply

Your email address will not be published.