ଏସିଆରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ ! ତାଇୱାନକୁ ଚୀନ କରୁଛି ଭୟଭୀତ ତ ଏହି ଦୁଇ ଦେଶ ମଧ୍ୟରେ ଆରମ୍ଭ ହେଲା ଲଢ଼େଇ

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଏସିଆ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯାଇଛି। ଯେଉଁଠି ଗୋଟିଏ ପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିରହିଥିବା ସମୟରେ ବର୍ତ୍ତମାନ ଚୀନ ଓ ତାଇୱାନ ମଧ୍ୟରେ ବିବାଦ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସେପଟେ ଆଜେରବାଇଜାନ ଓ ଆର୍ମେନିଆ ମଧ୍ୟରେ ଏକ ଯୁଦ୍ଧର ସ୍ଥିତି ଆରମ୍ଭ ହେବ ବୋଲି ଦେଖାଦେଇଛି। ଆଜେରବାଇଜାନ ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଆର୍ମେନିଆର ୩ଜଣ ସୈନିକଙ୍କର ମୃତ୍ୟୁ ହୋଇଛି।

ବିଶେଷଜ୍ଞମାନଙ୍କ ମତରେ ବିଶ୍ୱାସ କରାଯାଏକି, ତେବେ ଚୀନ ଅନେକ ବିଷୟରେ ଚିନ୍ତା କରି ଏହି ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବ। କାରଣ, ଏହି ଯୁଦ୍ଧରେ ତାଇୱାନ ପାଇଁ ମଧ୍ୟ ସାଂଘାତିକ ପ୍ରମାଣିତ ହୋଇପାରେ। ଏହାର କାରଣ ହେଉଛି ଚୀନର ଶକ୍ତି ଯାହାକି ତାର ଅର୍ଥ ଅଟେ। ଏହି ଅର୍ଥ ଆମେରିକା ସମେତ ୟୁରୋପୀୟ ଦେଶମାନଙ୍କରୁ ଆମଦାନୀ-ରପ୍ତାନି ମାଧ୍ୟମରେ ସେ ଆୟ କରିଥାଏ। ଏଭଳି ସ୍ଥିତିରେ ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରିବା ଆରମ୍ଭ କରିଦିଏ, ତେବେ ସୁପର ପାୱାର ଆମେରିକା ତାର ଦୁର୍ବଳ ସ୍ଥାନକୁ ଆହୁରି ଆଘାତ କରିପାରେ।

ନାନସୀ ପେଲୋସିଙ୍କ ତାଇୱାନଙ୍କର ଗସ୍ତ ପରେ ଚୀନର ଏହିପରି ବୟାନ ସାମ୍ନାକୁ ଆସିଛି। ଚୀନ କହିଛିକି, ପେଲୋସି ତାଇୱାନ ଯିବା ପରେ ଏପରି ସ୍ଥିତି ଉତ୍ପନ୍ନ ହେବା ପାଇଁ ଯଦି କେହି ଦାୟୀ, ତେବେ ସେ ହେଉଛି କେବଳ ଆମେରିକା। ଏହାର ଅର୍ଥ ହେଉଛିକି ତାଇୱାନକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ଧୀରେ ଧୀରେ ବୃଦ୍ଧି ପାଉଅଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛିକି ଯଦି ଚୀନ ଓ ତାଇୱାନ ମଧ୍ୟରେ ସଂଘର୍ଷ ହେବ, ତେବେ ଆମେରିକା ଏଥିରେ କେଉଁ ଆଭିମୁଖ୍ୟ ଗ୍ରହଣ କରିବ। ଚୀନ ବିରୁଦ୍ଧରେ ଆମେରିକା ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବ କି?

ତାଇୱାନରୁ ନାନସୀ ପେଲୋସି ଯିବା ପୂର୍ବରୁ ମଧ୍ୟ ଚୀନର ନୌସେନା ଓ ବାୟୁସେନା ଦକ୍ଷିଣ ଚୀନ ସାଗରରେ ୬ଟି ସ୍ଥାନରେ ନିଜର ଯୁଦ୍ଧାଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଯେଉଁଠାରେ ଚୀନ ନିଜର ନୌସେନା ତାଇୱାନର ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମରେ ଲାଇଭ ଫାୟାର ଡ୍ରିଲ କରୁଛନ୍ତି, ସେଠାରୁ ତାଇୱାନର ଦୂରତା ମାତ୍ର ୧୫ କିଲୋମିଟର ବୋଲି କୁହାଯାଉଅଛି। ପେଲୋସିଙ୍କ ଗସ୍ତରେ ନିରାଶ ହୋଇ ଚୀନ ତାଇୱାନର ଅନେକ ସ୍ଥାନରେ ନିଜର ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜକୁ ମଧ୍ୟ ମୁତୟନ କରିଛି। ବର୍ତ୍ତମାନ ପର୍ଯ୍ଯନ୍ତ ୨୭ଟି ଚୀନ ଯୁଦ୍ଧ ବିମାନ ତାଇୱାନର ଆକାଶରେ ପ୍ରବେଶ କରିଛି। ଚୀନର ଏହିପରି ଯୁଦ୍ଧାଭ୍ୟାସ ୧୯୯୬ ମସିହାର ତାଇୱାନ ସଙ୍କଟ ଠାରୁ ବଡ ବୋଲି କୁହାଯାଉଛି।

ଅନ୍ୟପଟେ ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳକୁ ନିଜର ଦଖଲରେ କରିବା ପାଇଁ ଆଜେରବାଇଜାନ ଓ ଆର୍ମେନିଆ ମଧ୍ୟରେ ପୁଣିଥରେ ବିବାଦ ଆରମ୍ଭ ଦେଖାଯାଉଛି। ଆଜେରବାଇଜାନର ସେନା ନିକଟରେ ଆର୍ମେନିଆ ବିରୁଦ୍ଧରେ ଏକ ସାମରିକ ଅଭିଯାନ ମଧ୍ୟ ଚଲାଇଥିଲା। ଆଜେରବାଇଜାନରେ ହୋଇଥିବା ଏହି ସାମରିକ ଅପରେସନରେ ଆର୍ମେନିଆର ୩ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ନିଜର ଆଧିକାରୀକ ବୟାନ ଜାରି କରିଛି। ଆଜେରବାଇଜାନ-ଆର୍ମେନିଆ ମଧ୍ୟରେ ବିବାଦର ମୂଳ କାରଣ ହେଉଛିକି ନାଗୋର୍ଣ୍ଣୋ-କରାବାଖରେ ଥିବା ପାର୍ବତ୍ୟ ଅଞ୍ଚଳ। ଆଜେରବାଇଜାନ ଏହି କ୍ଷେତ୍ରକୁ ନିଜର ଅଂଶ ବୋଲି ଦାବି କରୁଛି। ଯଦିଓ ଏହା ୧୯୯୪ ମସିହାରୁ ଆର୍ମେନିଆ ଦ୍ୱାରା ଅଧିକୃତ ହୋଇଅଛି। ବିବାଦୀୟ ଅଞ୍ଚଳକୁ ଦଖଲ କରିବା ପାଇଁ ଉଭୟ ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ଯୁଦ୍ଧ ଆରମ୍ଭ କରିଛନ୍ତି। ଆଜେରବାଇଜାନ ଆକ୍ରମଣ କରିଥିବା ଆର୍ମେନିଆ ଅଞ୍ଚଳରେ, ଆର୍ମେନିଆ ନିଜର ଦୁଇ ହଜାର ଶାନ୍ତି ରକ୍ଷାକାରୀ ସୈନ୍ୟଙ୍କୁ ସେଠାରେ ମୁତୟନ ପାଇଁ ରଖିଛି।

Leave A Reply

Your email address will not be published.