ଏସିଆ କପ: ଏସିଆ କପ ପୂର୍ବରୁ ବିବାଦରେ ଫସିଲେ ଏହି ଖେଳାଳି, ଜୁଆ ଖେଳ ସହ ଅଛନ୍ତି ଜଡିତ !

0

Get real time updates directly on you device, subscribe now.

ଶାକିବ ଅଲ ହସନ:-

ବାଂଲାଦେଶର ସବୁଠାରୁ ବଡ କ୍ରିକେଟ ଷ୍ଟାର ଶାକିବ ଅଲ ହସନ ପୁଣିଥରେ ବିବାଦରେ ଘେରି ଯାଇଛନ୍ତି। କାରଣ ତାଙ୍କର ଦେଶର କ୍ରିକେଟ ବୋର୍ଡ ସଟ୍ଟାବାଜି କମ୍ପାନୀର ସମର୍ଥନରେ କରାଯାଇଥିବା ସ୍ଥିତିର ସୋସିଆଲ ମିଡିଆ ପୋଷ୍ଟର ଯାଞ୍ଚ କରିବାର ନିଷ୍ପତ୍ତି ନେଇଛି। ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ୨୦୧୯ରେ ଭାରତୀୟ ସଟ୍ଟାବାଜିର ଭ୍ରଷ୍ଟ ପେଶକଶର ରିପୋର୍ଟ ନକରିବା ଉପରେ ଶାକିବଙ୍କ ଉପରେ ଏକବର୍ଷ ପାଇଁ ପ୍ରତିବନ୍ଧକ ଲାଗିଥିଲା।

ଏହି କ୍ରିକେଟରଙ୍କର ହେବ ଯାଞ୍ଚ:-

ବାଂଲାଦେଶର ବର୍ତ୍ତମାନ ନିୟମ ଅନୁସାରେ ସଟ୍ଟା ସହ ଜଡିତ କୌଣସି ପ୍ରକାର ଗତିବିଧିକୁ ପ୍ରବର୍ତ୍ତାଇବା ପାଇଁ କିମ୍ବା ଏହାର ସମର୍ଥନ କରିବା ନିଷେଧ ଅଟେ। କ୍ରିକବଜର ରିପୋର୍ଟ ଅନୁସାରେ,’ବାଂଲାଦେଶ କ୍ରିକେଟ ବୋର୍ଡ ଏହି ଅଲରାଉଣ୍ଡରଙ୍କର ନିକଟରେ ସୋସିଆଲ ମିଡିଆରେ କରାଯାଇଥିବା ପୋଷ୍ଟର ଯାଞ୍ଚ କରିବ, ଯେଉଁଥିରେ ସେ “ବେଟାୱିନର ନ୍ଯୁଜ” ନାମକ ଏକ କମ୍ପାନୀ ସହିତ ପାର୍ଟନରସିପର ଘୋଷଣା କରିଥିଲେ।

ଜାରି କରାଯାଇଥିଲା ନୋଟିସ:-

ବିସିବି ସଭାପତି ନଜମୁଲ ହାସନ କହିଛନ୍ତିଯେ ଶାକିବଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଦିଆଯିବ। ଶାକିବ ପ୍ରାୟ ୪୦୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଶାକିବ ୧୨,୦୦୦ରୁ ଅଧିକ ରନ୍ ଏବଂ ପ୍ରାୟ ୬୫୦ଟି ୱିକେଟ ନେଇଛନ୍ତି। ବିସିବି ମୁଖ୍ୟ କହିଛନ୍ତିକି, ‘ଦୁଇଟି ଜିନିଷ ଅଛି। ପ୍ରଥମ ଅନୁମତି ନେବାର କୌଣସି ସମ୍ଭାବନା ନାହିଁ କାରଣ ଆମେ ଏପରି ଅନୁମତି ଦେବୁ ନାହିଁ। ଆମେ ବ୍ୟାଟିଂ ସମ୍ବନ୍ଧୀୟ କିଛି ଅନୁମତି ଦେବୁ ନାହିଁ। ଏହାର ଅର୍ଥ ସେମାନେ ଆମକୁ ଅନୁମତି ଦେବାକୁ କହିନାହାଁନ୍ତି। ଦ୍ୱିତୀୟତଃ ଆମେ ଜାଣିବାକୁ ଚାହୁଁଛୁଯେ ସେମାନେ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି କି ନାହିଁ।’

ବୈଠକରେ ହେବ ନିଷ୍ପତ୍ତି:-

ବିସିବିର ଗୁରୁବାର ଦିନ ବୈଠକ ହୋଇଥିଲା। ଯେଉଁଥିରେ ଶାକିବଙ୍କ ସୋସିଆଲ ମିଡିଆ ପୋଷ୍ଟ ଯାଞ୍ଚ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ନଜମୁଲ କହିଲେକି, ‘ବୈଠକରେ ଏହି ମୁଦ୍ଦା ଉଠାଯାଇଥିଲା ଓ ଆମେ କହିଲୁକି ଏହା କେମିତି ହୋଇପାରିବ ଏହା ଅସମ୍ଭବ ଅଟେ। ଯଦି ଏମିତି ହୁଏ ତେବେ ସଙ୍ଗେ ସଙ୍ଗେ ତାଙ୍କୁ ପଚାରିବାକୁ ପଡିବ। ତାଙ୍କୁ ନୋଟିସ ଜାରି କରି ତାଙ୍କୁ ପଚାର ଏସବି କିପରି ହେଲା କାରଣ ବୋର୍ଡ ଏହାର ଅନୁମତି ଦିଏନାହିଁ। ଏହା ସଟ୍ଟାବାଜି ସହ ଜଡିତ ଅଟେ ଓ ଏହାର ଅନୁମତି ଦିଆଯାଏ ନାହିଁ।

Leave A Reply

Your email address will not be published.